କରୋନା ଭୂତାଣୁର ମୂଳ ଖୋଜାଯାଉ

ନୂଆଦିଲ୍ଲୀ,୧୯ା୫(ପି.ଟି.): ପ୍ରାଣଘାତୀ କରୋନା ଭୂତାଣୁର ମୂଳ ଖୋଜି ବାହାର କରିବା ସହ ଏହି ସଙ୍କଟର ମୁକାବିଲା ଲାଗି ବିଶ୍ୱସ୍ତରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ନିରପେକ୍ଷ ତଥା ବିସ୍ତୃତ ମୂଲ୍ୟାୟନ ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଭାରତ ସମେତ ୧୨୦ ରାଷ୍ଟ୍ର ପକ୍ଷରୁ ଦାବି ହୋଇଛି। ଅନ୍ତର୍ଜାତୀୟ ଚାପ ବଢ଼ିବାରୁ ଚାଇନା କୋଭିଡ୍‌-୧୯ ଭୂତାଣୁର ଉତ୍ସ ଖୋଜି ବାହାର କରିବା ଦିଗରେ ତଦନ୍ତ ପାଇଁ ରାଜି ହୋଇଛି। କୋଭିଡ୍‌-୧୯ ସଂକ୍ରମଣ ଆରମ୍ଭ ହେବା ଦିନରୁ ଚାଇନା ନିଷ୍କପଟତା ଓ ସ୍ବଚ୍ଛତାର ସହ କାର୍ଯ୍ୟ କରିଆସିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ କହିଛନ୍ତି।
ଚାଇନାର ଉହାନ ସହରରେ କରୋନା ଭୂତାଣୁ କିପରି ସୃଷ୍ଟି ହେଲା ଏବଂ ଏହା ଜଣାପଡ଼ିବା ପରେ ବେଜିଂ କ’ଣ ପଦକ୍ଷେପ ନେଇଥିଲା ତାହାର ତଦନ୍ତ କରାଯାଉ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମେତ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଦାବି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଡବ୍ଲ୍ୟୁଏଚ୍‌ଓର ଦୁଇଦିନିଆ ବିଶ୍ୱ ସ୍ବାସ୍ଥ୍ୟ ସମ୍ମିଳନୀ ସୋମବାର ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ତାଇଓ୍ବାନକୁ ଡବ୍ଲ୍ୟୁଏଚ୍‌ଓରେ ସାମିଲ କରିବା ପାଇଁ ଟ୍ରମ୍ପ୍‌ ପ୍ରଶାସନ ଚାପ ପକାଉଥିବାବେଳେ ଚାଇନା ଏହାକୁ ଜୋର୍‌ଦାର ବିରୋଧ କରିଛି। ତାଇଓ୍ବାନ ଚାଇନାର ଅଂଶବିଶେଷ ବୋଲି ବେଜିଂ ଦାବି କରିଆସୁଛି।
କରୋନା ମହାମାରୀରେ ୩,୧୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ସାରା ବିଶ୍ୱରେ ପାଖାପାଖି ୪୭ ଲକ୍ଷ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ଏହି ମହାମାରୀର ମୁକାବିଲା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସମ୍ମିଳନୀରେ ଅତିରିକ୍ତ ସମ୍ବଳ ଯୋଗାଡ଼ ଲାଗି ପଦକ୍ଷେପ ନିଆଯାଇପାରେ ବୋଲି ଆଶା କରାଯାଉଛି। କୋଭିଡ୍‌-୧୯ ପ୍ରତି ଡବ୍ଲ୍ୟୁଏଚ୍‌ଓ ସମନ୍ବୟରେ ଅନ୍ତର୍ଜାତୀୟ ପଦକ୍ଷେପର ସ୍ବାଧୀନ, ନିରପେକ୍ଷ ତଥା ବିସ୍ତୃତ ମୂଲ୍ୟାୟନ ଲାଗି ୟୁରୋପୀୟ ସଂଘ ଆଣିଥିବା ଚିଠା ପ୍ରସ୍ତାବକୁ ଶତାଧିକ ରାଷ୍ଟ୍ର ସମର୍ଥନ କରିଛନ୍ତି। ତେବେ ଏହି ପ୍ରସ୍ତାବରେ ଚାଇନା ନାଁ ନାହିଁ। କରୋନା ମହାମାରୀ ଗତବର୍ଷ ଡିସେମ୍ବରରେ ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇ ବିଶ୍ୱର ୨୦୦ରୁ ଅଧିକ ଦେଶକୁ ବ୍ୟାପିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri