କରୋନା ଚିକିତ୍ସା: ପିପିଇ କିଟ୍‌-ମାସ୍କ୍‌ ପାଇଁ ନିଆଯାଉଛି ମୋଟ ହସ୍ପିଟାଲ ବିଲ୍‌ର ୫୦ ପ୍ରତିଶତ

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ସଂକ୍ରମିତଙ୍କ ଚିକିତ୍ସା ନେଇ ନାନା ପ୍ରକାର ଅଭିଯୋଗ ଉଠିବାରେ ଲାଗିଛି। କେତେକ ଘରୋଇ ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ମୋଟ ବିଲ୍‌ର ୫୦ ପ୍ରତିଶତ କେବଳ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଲାଗି ନିଆଯାଉଥିବା ଅଭିଯୋଗ ହେଉଛି। ହସ୍ପିଟାଲ ବିଲ୍‌ରେ ଏଥିପାଇଁ ଏକ ଲକ୍ଷ ଟଙ୍କା ଯୋଡ଼ା ଯାଉଛି। ପୂର୍ବରୁ ଏଥିପାଇଁ ୧୦ ପ୍ରତିଶତ ଅର୍ଥ ହସ୍ପିଟାଲ ବିଲ୍‌ରେ ଯୋଡ଼ା ଯାଉଥିବାବେଳେ ଏବେ ଏହାକୁ ବୃଦ୍ଧି କରାଯାଇଥିବାରୁ ସାଧାରଣ ଲୋକେ ବହୁ ଅସୁବିଧାରେ ପଡୁଛନ୍ତି। ଅପରପକ୍ଷରେ ହସ୍ପିଟାଲ ବିଲ୍‌ରେ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଯୋଡ଼ା ଯାଇଥିବା ଟଙ୍କାକୁ ବୀମା କମ୍ପାନୀ ଦେଉନାହାଁନ୍ତି। ହସ୍ପିଟାଲ କର୍ମଚାରୀ ଗୋଟିଏ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ପିନ୍ଧି ଏକାଧିକ ସଂକ୍ରମିତଙ୍କୁ ଚିକିତ୍ସା କରିଥାନ୍ତି। ତେବେ ଏଥି ପାଇଁ ପ୍ରତି ସଂକ୍ରମିତଙ୍କଠାରୁ ପୃଥକ୍‌ ପୃଥକ୍‌ ଭାବେ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଲାଗି ଟଙ୍କା ବିଲ୍‌ରେ ଯୋଡ଼ା ଯାଉଥିବା ଅଭିଯୋଗ ହେଉଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ୮୦ ହଜାର ଟଙ୍କା ବିଲ୍‌ ଦିଆଯାଇଛି। ସେଥିମଧ୍ୟରୁ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଲାଗି ଲକ୍ଷେ ୪୦ ହଜାର ଟଙ୍କା ଯୋଡ଼ା ଯାଇଛି। ସଂକ୍ରମିତ ଜଣକ ୧୯ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେହିପରି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ ପକ୍ଷରୁ ୮୦ ହଜାର ଟଙ୍କା କେବଳ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ପାଇଁ ବିଲ୍‌ରେ ଯୋଡ଼ା ଯାଇଥିବା ପରିବାର ବର୍ଗ କହିଛନ୍ତି। ପ୍ରଥମ ଦୁଇଦିନ ଏଥିପାଇଁ ଦିନ ପିଛା ୪,୩୦୦ଟଙ୍କା ଦାବି କରାଯାଇଥିବାବେଳେ ପରବର୍ତ୍ତୀ ଦିନଗୁଡ଼ିକରେ ପ୍ରତିଦିନ ଲାଗି ୮,୯୦୦ ଟଙ୍କା ଦେବାକୁ କୁହାଯାଇଥିଲା। ଚେନ୍ନାଇରେ ଜଣେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିବା ସମୟରେ ହସ୍ପିଟାଲ ପକ୍ଷରୁ ତାଙ୍କଠାରୁ ୩୩,୦୦୦ଟଙ୍କା ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଲାଗି ଦାବି କରାଯାଇଛି। କରୋନା ସଂକ୍ରମଣ ଯୋଗୁ ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ସ୍ବାସ୍ଥ୍ୟ ବୀମା ପଲିସି ଧାରକଙ୍କ ସଂଖ୍ୟାରେ ୨୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ମାତ୍ର ବୀମା କମ୍ପାନୀଗୁଡ଼ିକ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଲାଗି ଟଙ୍କା ଦେବାକୁ ମନା କରିବାରୁ ପଲିସି ଧାରକଙ୍କୁ ମେଡ଼ିକାଲ ବିଲ୍‌ ପୈଠ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?