କମ୍‌ ଦାମରେ ଦେଖି ହେବ ଅଧିକ ଟିଭି ଚ୍ୟାନେଲ

ନୂଆଦିଲ୍ଲୀ,୩-୧: ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ନୂଆ ବର୍ଷରେ ଗ୍ରାହକଙ୍କ ଲାଗି ନୂଆ ନିୟମ ଆଣିଛି। କେବଲ ଟିଭି ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ଲାଗି ଟ୍ରାଇ ଏଭଳି ନିଷ୍ପତ୍ତି ନେଇଛି। ଚ୍ୟାନେଲ ଲାଗି ଗ୍ରାହକମାନେ ପ୍ରଦାନ କରୁଥିବା ଅର୍ଥ ହ୍ରାସ ହୋଇଥିବାରୁ ଏହା ଦ୍ୱାରା ଗ୍ରାହକ ଲାଭବାନ ହେବେ ବୋଲି କୁହାଯାଉଛି। ୨୦୨୦ ମାର୍ଚ୍ଚ ପହିଲାରୁ ଲୋକଙ୍କୁ ଅଧିକ ଚ୍ୟାନେଲ ଦେଖିବାକୁ ଅଧିକ ଦେୟ ଦେବାକୁ ପଡିବ ନାହିଁ। ୧୩୦ ଟଙ୍କାରେ ଗ୍ରାହକ ୨୦୦ ଚ୍ୟାନେଲ ଦେଖିବାକୁ ସୁବିଧା ପାଇ ପାରିବେ। ୧୨ ଟଙ୍କାରୁ ଅଧିକ ମୂଲ୍ୟର ଚ୍ୟାନେଲ କୌଣସି ବ୍ରାକେଟରେ ଅଂଶ ବିଶେଷ ହେବ ନାହିଁ। ପୂର୍ବରୁ ଗ୍ରାହକ ୧୩୦ ଟଙ୍କାରେ ୧୦୦ ଫ୍ରିଟୁଏୟାର ଚ୍ୟାନେଲ ଦେଖିବାକୁ ପାଉଥିଲେ। ଉକ୍ତ ଦେୟ ସହ ଟିକସ ମିଶାଇବା ପରେ ଏହାର ଦାମ ୧୫୪ ଟଙ୍କା ହେଉଥିଲା। ୧୦୦ ମଧ୍ୟରୁ ୨୬ କେବଳ ପ୍ରସାର ଭାରତୀର ଚ୍ୟାନେଲ ରହିଥିଲା। ସରଳ ଭାବେ କହିବାକୁ ଗଲେ ଡିଟିଏଚ୍‌ ବ୍ୟବହାର କରୁଥିବା ଗ୍ରାହକ ସେବା ଯୋଗାଣକାରୀଙ୍କୁ ପ୍ରତି ମାସ ନେଟଓ୍ବର୍କ କାପାସିଟି ଫିସ୍‌ (ଏନ୍‌ଏଫସି) ବାବଦ ୧୩୦ ଟଙ୍କା ଦେବାକୁ ପଡିବ। ଏହା ଦ୍ୱାରା ୧୦୦ ବାଦ ୨୦୦ ଚ୍ୟାନେଲ ଦେଖିବାକୁ ସୁବିଧା ମିଳିବ। ଡିଟିଏଚ୍‌ ସଂଯୋଗ ଆକ୍ଟିଭ ରଖିବା ଲାଗି ଗ୍ରାହକ ଦେଉଥିବା ଚାର୍ଜକୁ ଏନ୍‌ଏଫ୍‌ସି କୁହାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri