Posted inଜାତୀୟ

କମ୍ୟୁନିଟି ରେଡିଓରେ ବିଜ୍ଞାପନ ସମୟ ବଢ଼ିବ

ନୂଆଦିଲ୍ଲୀ,୨୩ା୫: ଟେଲିଭିଜନ ଚ୍ୟାନେଲ ଭଳି କମ୍ୟୁନିଟି ରେଡିଓରେ ବିଜ୍ଞାପନ ପ୍ରସାରଣ ସମୟ ଘଣ୍ଟାପ୍ରତି ୭ ମିନିଟରୁ ୧୨ ମିନିଟକୁ ବଢ଼ାଇବା ପାଇଁ ସରକାର ଆଗ୍ରହୀ ଥିବା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର କହିଛନ୍ତି। ସମସ୍ତ କମ୍ୟୁନିଟି ରେଡିଓ ଷ୍ଟେଶନର ଶ୍ରୋତାଙ୍କୁ ଉଦ୍‌ବୋଧନ ଦେଇ ଜାଭଡେକର କହିଥିଲେ, ଏଥିପାଇଁ ପାଣ୍ଠିର ଆବଶ୍ୟକ ନାହିଁ। କମ୍ୟୁନିଟି ରେଡିଓଗୁଡ଼ିକ ସ୍ଥାନୀୟ ବିଜ୍ଞାପନକୁ ଅଧିକ ରିଲେ କରିପାରିବେ। ରେଡିଓ ଷ୍ଟେଶନ ସ୍ଥାପନର ୭୫ ପ୍ରତିଶତ ଖର୍ଚ୍ଚ ମନ୍ତ୍ରଣାଳୟ ବହନ କରୁଥିବାବେଳେ ଦୈନନ୍ଦିନ ଖର୍ଚ୍ଚକୁ ସମ୍ପୃକ୍ତ ଷ୍ଟେଶନ ଭରଣା କରିଥାନ୍ତି। କମ୍ୟୁନିଟି ରେଡିଓ ପରିବର୍ତ୍ତନର ଏଜେଣ୍ଟ। ଏହା ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚତ୍ଥାଏ। ଖୁବ୍‌ଶୀଘ୍ର ଏଭଳି ରେଡିଓ ଷ୍ଟେଶନ ସଂଖ୍ୟା ବଢ଼ାଯିବ ବୋଲି ଜାଭଡେକର କହିଥିଲେ।
ଏଫ୍‌ଏମ୍‌ ଚ୍ୟାନେଲ ଭଳି କମ୍ୟୁନିଟି ରେଡିଓ ଚ୍ୟାନେଲ ମାଧ୍ୟମରେ ଖବର ପ୍ରସାରଣ ପାଇଁ ହେଉଥିବା ଦାବି ସମ୍ପର୍କରେ ଜାଭଡେକର ଆଲୋଚନା କରିଥିଲେ। ଏଥିପାଇଁ ସରକାର ବିଚାର କରୁଛନ୍ତି। ମିଛ ଖବର ପ୍ରଚାର ବିରୋଧରେ ଏହି ଷ୍ଟେଶନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ଲାଗି ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରୋତ୍ସାହିତ କରିଥିଲେ। ଏଥିପାଇଁ ନିର୍ଦ୍ଦିଷ୍ଟ ଖବରକୁ ପ୍ରସାରଣ କରିବା ପୂର୍ବରୁ ଏହାକୁ ଭଲ ଭାବେ ଯାଞ୍ଚ କରାଯିବା ଆବଶ୍ୟକ। ଉକ୍ତ ଖବରଗୁଡ଼ିକୁ ଅଲ୍‌ ଇଣ୍ଡିଆ ରେଡିଓ ସହ ଶେୟାର କରିବାକୁ ମଧ୍ୟ ସେ ଷ୍ଟେଶନଗୁଡ଼ିକୁ ଆହ୍ବାନ ଦେଇଥିଲେ। ମନ୍ତ୍ରଣାଳୟ ପକ୍ଷରୁ ପିଆଇବି ଅଧୀନରେ ଏକ ଫ୍ୟାକ୍ଟ ଚେକ୍‌ ସେଲ୍‌ ଗଠନ କରାଯାଇଛି। କମ୍ୟୁନିଟି ରେଡିଓ ଖବରଗୁଡ଼ିକର ମାନବୃଦ୍ଧିରେ ସହାୟକ ହୋଇପାରିବ ବୋଲି ଜାଭଡେକର ମତ ଦେଇଥିଲେ। କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିବା ନିମନ୍ତେ ଆହ୍ବାନ ଦେଇ ସେ କହିଥିଲେ, ଅନ୍ୟ ରୋଗକୁ ପରାସ୍ତ କରିବା ଭଳି ଆମେ ଏହି ରୋଗକୁ ମଧ୍ୟ ହରାଇଦେବା। ଏଥିପାଇଁ ଆମକୁ ୪ଟି ନିୟମ ଯଥା ଘରେ ରହିବା, ସାମାଜିକ ଦୂରତ୍ୱ ରଖିବା, ହାତ ଧୋଇବା ଏବଂ ମାସ୍କ ବ୍ୟବହାର କରିବାକୁ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

ପାଟପୁରରେ ବୁଲା କୁକୁରଙ୍କ ଆତଙ୍କ: ବ୍ରହ୍ମପୁର ବିଏମସି ପକ୍ଷରୁ କୁକୁର ଧରା ଅଭିଯାନ, ୯ ବୁଲା କୁକୁରଙ୍କୁ ଉଠାଇନେଲେ…

ଦିଗପହଣ୍ଡି,୧୦|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର, ମହାନାଳା,  ଜୟନଗର, ରାଧାଦେଇପୁର,ପଳାଶପୁର ପ୍ରଭୃତି ବିଭିନ୍ନ ଗ୍ରାମରେ ଗତ ପ୍ରାୟ ୩ ମାସ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri