କଟକଣା ଉଲ୍ଲଂଘନ: ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ୨୧ଜଣ ଗଣିଲେ ଜରିମାନା

ଭୁବନେଶ୍ୱର,୫।୬(ବ୍ୟୁରୋ): କରୋନା କଟକଣାକୁ ଉଲ୍ଲଂଘନ କରି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଓ ଦଳୀୟ କର୍ମୀ ଜରିମାନା ଗଣିଛନ୍ତି। ଦଳୀୟ ସାଂଗଠନିକ କାର୍ଯ୍ୟ ପାଇଁ ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ଘରେ ସମସ୍ତେ ଏକାଠି ହୋଇଥିଲେ। ସାମାଜିକ ଦୂରତ୍ୱ ନ ମାନି ଓ ମାସ୍କ ନ ପିନ୍ଧି କର୍ମୀଙ୍କ ଗ୍ରହଣରେ ଏମ୍‌ପି ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଛାଡିଥିଲେ। ଏହି ଫଟୋ ଦେଖିବା ପରେ କମିଶନରେଟ ପୋଲିସ ଏମ୍‌ପି ଅପରାଜିତାଙ୍କଠାରୁ ୧୦୦ ଟଙ୍କା ଜରିମାନା କରିଥିବା ଭୁବନେଶ୍ୱର ଡିସିପି ଟ୍ବିଟ୍‌ କରି ଜଣାଇଛନ୍ତି। ସେହିପରି ସେଠାରେ ଥିବା ୨୧ଜଣ ଭାଜପା କର୍ମୀଙ୍କୁ ଚିହ୍ନଟ କରାଯାଇ ଜରିମାନା କରାଯାଇଥିବା ଡିସିପି ଉଲ୍ଲେଖ କରିଛନ୍ତି। ଏପରିକି ସମସ୍ତେ ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବାକୁ ଡିସିପି ଅନ୍ୟ ଦଳୀୟ କର୍ମୀମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ଏପରି ଭୁଲ୍‌ ପାଇଁ ଏମ୍‌ପି ଷଡ଼ଙ୍ଗୀ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଜରିମାନା ଦେଇଥିବା ଟ୍ବିଟ୍‌ କରି ଜଣାଇଛନ୍ତି। ଅନ୍ୟପଟରେ ଏହି ଘଟଣାକୁ ନେଇ ଏମ୍‌ପିଙ୍କ ନାମରେ କ୍ୟାପିଟାଲ ଥାନାରେ ଏକାଧିକ ସଂଗଠନ ଅଭିଯୋଗ କରିଛନ୍ତି। ସେମାନେ ଉଲ୍ଲଖ କରିଛନ୍ତି ଯେ, ଏମ୍‌ପି କୋଭିଡ଼ ନିୟମକୁ ନ ମାନି କର୍ମୀଙ୍କ ସହ ମିଳାମିଶା କରୁଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

ପେଲେଟ୍ ଗନ୍ କ’ଣ, ଏହା କେତେ ଘାତକ? କେଉଁ ପରିସ୍ଥିତିରେ ବ୍ୟବହାର ହୁଏ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୭: ସଂସଦରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ସମୟରେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ…

ବିଦ୍ୟୁତ୍‌ ଖୁଣ୍ଟ ଉପରେ ୫ ଦିନ ହେଲା ପଡ଼ିଛି ଗଛ, ହଟାଇବାର ନାଁ ଧରୁନି ବିଭାଗ, ଆନ୍ଦୋଳନ ପାଇଁ…

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ AAPର ବିକ୍ଷୋଭ ପ୍ରଦର୍ଶନ, ଜିଲାପାଳଙ୍କୁ ଦେଲେ ଏହି ଦାବିପତ୍ର

ଛତ୍ରପୁର,୩୦।୭(ଦିଲ୍ଲୀପ ସାମଲ/ ଦ୍ଵାରିକା ପଟନାୟକ): ଗଞ୍ଜାମ ଜିଲାପାଳଙ୍କ ଅଫିସ ଆଗରେ ଆମ ଆଦମୀ ପାର୍ଟୀର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ…

୬ ମାସ ହେଲା ହୋଇନି ଛତ୍ରପୁର ପଞ୍ଚାୟତ ସମିତି ବୈଠକ, ବ୍ଲକ ଅଧ୍ୟକ୍ଷା ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରିବାକୁ ଗୁରୁବାର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲାପାଳଙ୍କୁ ଭେଟି…

କାଦୁଅ ପଚପଚରେ ଖୋଲା ଜିମ୍‌ କେନ୍ଦ୍ର ନିର୍ମାଣ, ବିନା ସୂଚନାଫଳକକୁ ନେଇ ତାତିଲେ ଗ୍ରାମବାସୀ

କେସିଙ୍ଗା,୩୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମାନ ଗ୍ରାମରେ ଲୋକଙ୍କ ସ୍ବାସ୍ଥ୍ୟ ସୁଦୃଢ଼ କରିବା ପାଇଁ ଲୋକ ସଭା ଏମ୍‌ପି ସୁଜିତ କୁମାର ଏକ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡଲ; ଗ୍ରୀନ କରିଡ଼ରରେ ୮୦ କିମି ଗଲେ, ଓଡ଼ିଶାରେ ପ୍ରଥମ

କୃଷ୍ଣପ୍ରସାଦ,୩୦।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁରୁ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଭୁଦତ୍ତ ଜେନାଙ୍କ ପାଇଁ ସାଇକେଲ ସାଜିଲା…

ଫସଲ ବୀମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି ଦାବି, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ହିତ ପାଇଁ ୮ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri