Posted inଖେଳ

ଓ୍ବିଲିୟମ୍ସଙ୍କୁ ଆଇଏସ୍‌ଏଲ୍‌ ହିରୋ ଅଫ୍‌ ମନ୍ଥ ପୁରସ୍କାର

ମୁମ୍ବାଇ,୧୦।୧୧(ପି.ଟି.)- ଅଷ୍ଟ୍ରେଲିଆ ପେସାଦାର ପୁଟବଲର ଡେଭିଡ ଓ୍ବିଲିୟମ୍ସ ଅକ୍ଟୋବର ମାସ ପାଇଁ ଇଣ୍ଡିଆନ ସୁପର ଲିଗ (ଆଇଏସ୍‌ଏଲ୍‌) ହିରୋ ଅଫ୍‌ ଦି ମନ୍ଥ ପୁରସ୍କାର ହାସଲ କରିଛନ୍ତି। ଭାରତର ଏହି ଶ୍ରେଷ୍ଠ ଫୁଟବଲ୍‌ ଲିଗ୍‌ର ଏହି ପୁରସ୍କାର ଦୌଡ଼ରେ ୩୧ ବର୍ଷୀୟ ଓ୍ବିଲିୟମ୍ସଙ୍କ ସମେତ କେରଳ ବ୍ଲାଷ୍ଟର୍ସର ବାର୍ଥୋଲୋମ୍ୟୁ ଓଗବେଚେ, ଦୁଇଥର ଗୋଲ୍ଡେନ ବୁଟ୍‌ ବିଜେତା ଏଫ୍‌ସି ଗୋଆର ପେରାନ କୋରୋମିନାସ, ଜାମସେଦପୁରର ସର୍ଗିଓ କ୍ୟାସଲ ଓ ମୁମ୍ବାଇ ସିଟି ଏଫ୍‌ସିର ଅମରିନ୍ଦର ସିଂ ସାମିଲ ରହିଥିଲେ।
ଗତ ମାସରେ ଅସାଧାରଣ ପ୍ରଦର୍ଶନ ପାଇଁ ଓ୍ବିଲିୟମ୍ସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନିଜର ନୂଆ କ୍ଲବ ଏଟିକେ ପାଇଁ ସେ ୩ଟି ଗୋଲ କରିବା ସହ ଗୋଟିଏ ଗୋଲରେ ସହାୟତା ପ୍ରଦାନ କରିଥିଲେ। ଓ୍ବିଲିଙ୍ଗ୍‌ଟନ ଫୋନିକ୍ସ ପାଇଁ ପୂର୍ବରୁ ଷ୍ଟ୍ରାଇକର ହିସାବରେ ଖେଳିଥିବା ହାଇଦ୍ରାବାଦ ଏଫ୍‌ସି ବିପକ୍ଷରେ ଦୁଇଟି ଗୋଲ ସ୍କୋର କରିଥିଲେ ଓ ଏଥିରେ ଏଟିକେ ୫-୦ ଗୋଲରେ ବିଜୟ ହାସଲ କରିଥିଲା। ସେହିପରି ଚେନ୍ନାଇନ୍‌ ବିପକ୍ଷ ଆଓ୍ବେ ମ୍ୟାଚ୍‌ରେ ସେ ବିଜୟସୂଚକ ଗୋଲ ସ୍କୋର କରିଥିଲେ। ୭ଜଣ ଏକ୍ସପର୍ଟଙ୍କୁ ନେଇ ଗଠିତ ପ୍ୟାନେଲ ତାଙ୍କୁ ଏହି ପୁରସ୍କାର ପାଇଁ ବିନା ଦ୍ୱିଧାରେ ଚୟନ କରିଥିଲେ। ତେବେ ଦୁଇଦିନ ଧରି ହୋଇଥିବା ମତଦାନରେ ପ୍ରଶଂସକମାନେ ଓଗବେଚେଙ୍କୁ ଅଧିକ ପସନ୍ଦ କରିଥିଲେ। ତେବେ ପ୍ୟାନେଲର ପ୍ରଥମ ପସନ୍ଦ ଥିଲା ଓ୍ବିଲିୟମ୍ସ। ସେ ଶନିବାର ଜାମସେଦପୁଣ ଏଫ୍‌ସି ବିପକ୍ଷ ଘରୋଇ ମ୍ୟାଚ୍‌ ପୂର୍ବରୁ ନିଜ କୋଚ ଆଣ୍ଟୋନିଓ ହାବାସଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଅଷ୍ଟ୍ରେଲିଆ ବ୍ରୋସବେନ୍‌ରେ ଜନ୍ମିତ ଓ୍ବିଲିୟମ୍ସ ବିଶ୍ୱର ଏକାଧକ କ୍ଲବ ସହ ଜଡିତ ରହିଆସିଛନ୍ତି। କୁଇନ୍ସଲାଣ୍ଡ ରୋର ସହିତ ସେ ତାଙ୍କର ପ୍ରଥମ ପେସାଦାର ଚୁକ୍ତି କରିଥିଲେ। ସେ ଏକାଧିକ ଏ- ଲିଗ୍‌ ସାଇଡ ତରଫରୁ ଖେଳିଛନ୍ତି। ସେ ୟୁରୋପିଆନ କ୍ଲବ ବ୍ରୋଣ୍ଡବାଇ ଓ ହାଲାଡାସ ପାଇଁ ମଧ୍ୟ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?