ଓ୍ବିଣ୍ଟର ଲୁକ୍‌

ଶୀତଦିନେ ସ୍ବେଟର, ମଫ୍‌ଲର ପିନ୍ଧି ଯେ, ଷ୍ଟାଇଲିଶ୍‌ ଲୁକ୍‌ ମିଳିବ ଅନେକେ ଭାବି ପାରନ୍ତି ନାହିଁ। ତେବେ ଆଜିକାଲି ବିଭିନ୍ନ ପ୍ରକାରର ଷ୍ଟାଇଲିଶ୍‌ ଓ୍ବିଣ୍ଟର ଓ୍ବେର ମିଳୁଛି, ଯାହାକୁ ଆମେ ମଡର୍ନ ହେଉ କି ଏଥେନିକ୍‌ ପୋଷାକ ସହ ମିକ୍ସ ମ୍ୟାଚ୍‌ କରି ପିନ୍ଧିଲେ ମିଳିପାରିବ ଏକ ୟୁନିକ୍‌ ଷ୍ଟାଇଲିଶ ଲୁକ୍‌। ଜାଣନ୍ତୁ ସେ ସମ୍ପର୍କରେ…

ଲେୟର୍ଡ ଲୁକ୍‌- ଶୀତଦିନେ ଏହି ଲୁକ୍‌ ବହୁତ ଭଲ ଲାଗେ। ଏକ କାମିସୋଲ(ସ୍ଲିଭ୍‌ଲେସ୍‌ ବା ସରୁ ଫିତା ଥିବା ଟପ୍‌) ସହ ନିଟେଡ୍‌ ଟପ୍‌(ଉଲ୍‌ବୁଣା ପତଳା ଟପ୍‌), ତା’ସହ ଡେନିମ୍‌ ଅବା ଲେଦର ଜ୍ୟାକେଟ୍‌ ଓ କାର୍ଡିଗାନ୍‌ର କମ୍ବିନେଶନ୍‌ କୁଲ୍‌ ଲୁକ୍‌ ଦିଏ। ଏହାବ୍ୟତୀତ କଲର୍‌ଫୁଲ୍‌ କାମିସୋଲ୍‌ ସହ ହାଲ୍‌କା କାର୍ଡିଗାନ୍‌ ସ୍ବେଟର ଏବଂ ତା’ ଉପରେ ଡେନିମ୍‌ କିମ୍ବା ଲେଦର୍‌ ଜ୍ୟାକେଟ୍‌ ବ୍ୟବହାର କରି ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ। ଲଙ୍ଗ ସ୍ଲିଭ୍‌ର କଲର୍‌ଫୁଲ୍‌ ଟି-ଶାର୍ଟ ସହ ସଫ୍ଟ ଭି ଶେପ୍‌ର କାର୍ଡିଗାନ୍‌ ବହୁତ ଭଲ ଲାଗିଥାଏ।

ସ୍କାର୍ଫ ଓ ର଼୍ୟାପ୍ସ-ଆକର୍ଷକ ସିଲ୍କ ଓ ଉଲ୍‌ର ସ୍କାର୍ଫ ଶୀତଦିନେ ବହୁତ ଭଲ ଲାଗେ। ଫର୍ମାଲ ଲୁକ୍‌ ପାଇଁ ସୋଫିଷ୍ଟିକେଟେଡ୍‌ ସିଲ୍କ ସ୍କାର୍ଫ ବାଛନ୍ତୁ। ରିଲାକ୍ସ ଲୁକ୍‌ ପାଇଁ ଫଙ୍କି ବ୍ରାଇଟ୍‌ କଲର୍‌ ଓ ସଫ୍ଟ ଫ୍ୟାବ୍ରିକ୍‌ର ଉଲ ସ୍କାର୍ଫ ବାଛିପାରିବେ। ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ ଓ ସ୍କର୍ଟ ସହ ସୁନ୍ଦର ଡିଜାଇନ୍‌ ହୋଇଥିବା ସିଲ୍କ ର଼୍ୟାପ୍‌ ବ୍ୟବହାର କରିପାରିବେ।

ଜ୍ୟାକେଟ୍‌ ଓ କୋଟ୍‌- ଆଜିକାଲି ବିଭିନ୍ନ ପ୍ରକାର ଷ୍ଟାଇଲ୍‌ର ଜ୍ୟାକେଟ୍‌ ଓ କୋଟ୍‌ ଉପଲବ୍ଧ ହେଉଛି। ଯେମିତିକି ଫିଟେଡ୍‌ ହିପ୍‌ ଲେନ୍ଥ, ମିଡ୍‌ ଥାଇ, ନି’ ଲେନ୍ଥ କିମ୍ବା ଶର୍ଟ ଓ ଫଙ୍କି ଷ୍ଟାଇଲ୍‌ର ଜ୍ୟାକେଟ୍‌ ଓ କୋଟ୍‌। ସେ ପୁଣି ଲେଦର, ଉଲେନ୍‌, ଡେନିମ୍‌ ଓ କୋର୍ଡୁରୟ ଭଳି ଫ୍ୟାବ୍ରିକ୍‌ରେ ବି ଉପଲବ୍ଧ ହେଉଛି। ଏ ସବୁକୁ ଆପଣ ଟି’ଶର୍ଟ, ଟପ୍‌ ସହ ପିନ୍ଧିପାରିବେ। ଏହାକୁ ଆପଣ ଡେନିମ୍‌, ସ୍କର୍ଟ ଓ ଟ୍ରାଉଜର ସହ ବି ପେୟାର କରିପାରିବେ।

ଟାଇଟ୍‌ସ ଓ ଲେଗିଙ୍ଗ୍‌ସ- ପିନ୍ଧନ୍ତୁ ସୁପର୍‌ କୁଲ୍‌ ଓପାକ୍‌(ଅସ୍ବଚ୍ଛ କନ୍ତୁ ଖୁବ୍‌ ପତଳା) ଟାଇଟ୍‌ସ ସହ ଶର୍ଟ ଡ୍ରେସ୍‌। ଏହି ଲୁକ୍‌କୁ କମ୍ପ୍ଲିଟ୍‌ କରିବା ଲାଗି ଲେଦର୍‌ ବୁଟ୍‌ସ ମଧ୍ୟ ପିନ୍ଧନ୍ତୁ। ପୂରା ଟ୍ରେଣ୍ଡି ଲୁକ୍‌ ପାଇବେ। କଲର୍‌ଫୁଲ୍‌ ଲେଗିଙ୍ଗ୍‌ ସହ ଡ୍ରେସି ଶାର୍ଟ, ଓ୍ବିଣ୍ଟର ଟ୍ୟୁନିକ୍‌ ଏବଂ ସ୍ବେଟର୍‌ ଡ୍ରେସ୍‌ ପେୟାର କରିପାରିବେ।

ଶାଢ଼ି ସହ ଜ୍ୟାକେଟ୍‌- ଥରେ ହେମାମାଳିନୀ ସା ରେ ଗା ମା ପା.. ଗୀତରେ କମଳା ରଙ୍ଗର ଶାଢ଼ି ସହିତ ଗାଢ଼ ନୀଳ କଶ୍ମୀରୀ ଏମ୍ବ୍ରୋଡରି ହୋଇଥିବା ଜ୍ୟାକେଟ୍‌ ପିନ୍ଧିଥିଲେ। ଆଉ ସେ ବେଶ୍‌ ସୁନ୍ଦରୀ ଲାଗୁଥିଲେ। ତାଙ୍କର ଏହି ଷ୍ଟାଇଲ ଆଜି ବି ଆଉଟଡେଟେଡ୍‌ ହୋଇନାହିଁ। ଶାଢ଼ି ଉପରେ ଜ୍ୟାକେଟ୍‌ ପିନ୍ଧି କାନିକୁ ବେକ ପଛପଟୁ ଆଣି ସାମ୍‌ନା ଭାଗରେ ଭୂଲମ୍ବଭାବେ ପକାନ୍ତୁ। ଏହା ଏଲିଗାଣ୍ଟ ଓ କ୍ଲାସି ଲୁକ୍‌ ଦେବ।

ଓଭରକୋଟ୍‌ ସହ ଶାଢ଼ି- ଯାହାଙ୍କୁ ଓଭର୍‌କୋଟ୍‌ ପସନ୍ଦ ଓ ସେମାନେ କେବଳ ଶାଢି ହିଁ ପିନ୍ଧନ୍ତି। ସେମାନେ ଶାଢ଼ି ଉପରେ ଓଭରକୋଟ୍‌ ପିନ୍ଧି ଏକ ସୁନ୍ଦର ଫ୍ୟୁଜନ୍‌ ଲୁକ୍‌ ପାଇପାରିବେ।

ଶାଢ଼ି ଓ ସ୍ବେଟର୍‌- ଶାଢ଼ି ସହ ସ୍ବେଟର ପିନ୍ଧିବାକୁ ଚାହୁଁଥିଲେ କଣ୍ଟ୍ରାଷ୍ଟ କଲର୍‌ର ଶାଢ଼ି ହେବା ଭଲ। ସ୍ବେଟର୍‌ର ସବୁ ବଟନ୍‌ ନ ଦେଇ କିଛି ଖୋଲା ରଖନ୍ତୁ, ଯେମିତିକି ଶାଢ଼ିର ବର୍ଡର ଦେଖାଯାଉଥିବ।

ଶାଲ୍‌ ଓ ଷ୍ଟଲ୍‌- ଶାଢ଼ି ସହ ରିଚ୍‌ ଏମ୍ବ୍ରୋଡରି ହୋଇଥିବା ଶାଲ୍‌କୁ କାନ୍ଧର ଗୋଟିଏ ପାର୍ଶ୍ୱରେ ଖୋଲିକରି ପକାନ୍ତୁ। ଏହା କ୍ଲାସି ଓ୍ବିଣ୍ଟର ଲୁକ୍‌ ଦେବ। କୁର୍ତ୍ତି ସହ କଶ୍ମୀରୀ ପସ୍ମିନା ଷ୍ଟଲ୍‌ କିମ୍ବା ସିମ୍ପଲ୍‌ ମୋନୋଟୋନ୍‌ ଷ୍ଟଲ୍‌ ଭଲ ଲାଗିଥାଏ। ଏହା ଏଲିଗାଣ୍ଟ ଲୁକ୍‌ ଦେଇଥାଏ।

କଟ୍ସଉଲ୍‌ ସଲଓ୍ବାର କମିଜ୍‌- କଟ୍ସଉଲ୍‌ ଆରାମଦାୟକ ହେବା ସହ ଶରୀରକୁ ଉଷ୍ମତା ବି ପ୍ରଦାନ କରେ। ତେଣୁ ମୋଟା ସ୍ବେଟର୍‌ ପିନ୍ଧିବାର ଆବଶ୍ୟକତା ନାହିଁ। କାରଣ ଭଲ ଶେଡ୍‌ରେ କଟ୍ସଉଲର ସୁନ୍ଦର ସୁନ୍ଦର ସଲଓ୍ବାର କମିଜ୍‌ ଏବେ ମିଳୁଛି। ଏହାକୁ ବି ଟ୍ରାଏ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri