Posted inଖେଳ

ଓସିଏ ନିର୍ବାଚନ: ସମ୍ପାଦକ ପଦ ପାଇଁ ସଞ୍ଜୟ-ନବରଞ୍ଜନ ଲଢ଼େଇ

କଟକ ଅଫିସ,୨୫ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ମକର୍ତ୍ତା ନିର୍ବାଚନରେ ସମ୍ପାଦକ ପଦବୀରେ ସଞ୍ଜୟ ବେହେରା ଓ ନବରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ଲଢ଼େଇ ହେବ । ଏହି ପଦବୀ ଓସିଏ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଏଥିରେ ପୂର୍ବରୁ ରାଜୁତି ରହିଥିଲା ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରାଙ୍କର । ୧୬ବର୍ଷ ଓସିଏର ସମ୍ପାଦକ ଥିବା ଆଶୀର୍ବାଦଙ୍କ ସାନ ପୁଅ ହେଉଛନ୍ତି ସଞ୍ଜୟ। ସଞ୍ଜୟ ମୁକାବିଲା କରିବେ ଦୀର୍ଘବର୍ଷର ଅଭିଜ୍ଞତା ରଖିଥିବା ନବରଞ୍ଜନଙ୍କ ସହିତ । ଉଭୟ ନିଜନିଜ ସ୍ତରରେ ଜଣେଜଣେ ଅଭିଜ୍ଞ କ୍ରୀଡ଼ା ସଙ୍ଗଠକ ।
ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର ସମ୍ପାଦକ ଥିଲେ ସଞ୍ଜୟ। ଗତ ୨୦୧୦ରେ ସେ ଫାଓ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ରାଜ୍ୟରେ ଫୁଟବଲ କ୍ରୀଡ଼ାର ଉନ୍ନତି କ୍ଷେତ୍ରରେ ସଞ୍ଜୟଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି । ଅନେକ ଜାତୀୟ ଟୁର୍ନାମେଣ୍ଟ ସଫଳ ଭାବେ ଆୟୋଜନ କରି ସଞ୍ଜୟ ନିଜ ସାଙ୍ଗଠନିକ ଦକ୍ଷତାର ପରିଚୟ ଦେଇଛନ୍ତି। ୨୦୧୨ରେ ସନ୍ତୋଷ ଟ୍ରଫି, ୨ ଥର ଫେଡେରେଶନ କପ୍‌ ଓ ସୁପରକପ ମଧ୍ୟ ଆୟୋଜନ ହୋଇଛି । ଏହାଛଡ଼ା ସଞ୍ଜୟଙ୍କ କାର୍ଯ୍ୟକାଳ ମଧ୍ୟରେ ୫୦ରୁ ଅଧିକ ବାଳିକା ଏବଂ ମହିଳା ଖେଳାଳି ଓ ୧୦ରୁ ଅଧିକ ବାଳକ/ପୁରୁଷ ଖେଳାଳି ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ନିର୍ବାଚିତ ହେଲେ ଫାଓ ଭଳି ସଞ୍ଜୟ ଓସିଏର ସମ୍ପାଦକ ପଦବୀ ମଧ୍ୟ ସୁଚାରୁରୂପେ ତୁଲାଇବେ ବୋଲି ମତ ଦେଇଛନ୍ତି। ବିଜୟୀ ହେଲେ ଲକ୍ଷ୍ୟ କଣ ରହିବ ବୋଲି ହୋଇଥିବା ପ୍ରଶ୍ନରେ ସେ କହିଥିଲେ, କ୍ରୀଡ଼ାର ବିକାଶ ତୃଣମୂଳ ସ୍ତରରୁ ହେବା ଦରକାର। ଗାଁ ଗହଳିର ପିଲାଙ୍କୁ ନେଇ ଆମେ ଗ୍ରାସରୁଟ କୋର୍ସ କରିବୁ। ସେହିପରି କ୍ରିକେଟରେ ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ କରାଯିବ। ରାଜ୍ୟର ସମସ୍ତ ଜିଲାର ଗାଁର ଖେଳାଳି ଏଥିରେ ଭାଗ ନେବାର ସୁଯୋଗ ପାଇବେ। ଏହାଛଡ଼ା ବିଭିନ୍ନ ବୟସ ବର୍ଗରେ ଭଲ ଖେଳାଳିଙ୍କୁ ବଛାଯାଇ ରେସିଡେନ୍ସିଆଲ ଏକାଡେମୀ ଗଠନ କରାଯାଇ ରହିବାର ସୁଯୋଗ ଦିଆଯିବ ବୋଲି ସଞ୍ଜୟ କହିଛନ୍ତି ।
ସେହିପରି କେନ୍ଦୁଝର ଆନନ୍ଦପୁର ଅଞ୍ଚଳର ହେଉଛନ୍ତି ନବରଞ୍ଜନ ପଟ୍ଟନାୟକ। ୧୯୮୦ରୁ ସେ ଓସିଏ ସହ ଜଡ଼ିତ। ଓସିଏ ପଦବୀ ତାଙ୍କ ପାଇଁ ନୂଆ ନୁହେଁ । ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ଓସିଏ ଉପସଭାପତି ଓ ୨୦୧୨ରୁ ୨୦୧୪ ଶେଷ ପର୍ଯ୍ୟନ୍ତ ସେ ଓସିଏ କ୍ଲବ କମିଟିର ଅଧ୍ୟକ୍ଷ ଥିଲେ। ଏହାଛଡ଼ା ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ବେଳେ ସେ ଲୋକାଲ ମ୍ୟାନେଜର ଭାବେ ଦାୟିତ୍ୱ ଗ୍ରହଣ କରି ଅନେକ ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ବ୍ୟକ୍ତିଗତ ସ୍ତରରେ ପରିଚିତ ହୋଇଛନ୍ତି। ସେ ପୂର୍ବରୁ ଭୁବନେଶ୍ୱର ଆଥ୍‌ଲେଟିକ ଆସୋସିଏଶନ(ବିବିଏ)ର ସମ୍ପାଦକ ମଧ୍ୟ ଥିଲେ। ଆଗାମୀ ନିର୍ବାଚନ ନିମନ୍ତେ ସେ କଟକର ମଙ୍ଗଳା କ୍ଲବରୁ ପ୍ରତିନିଧି ହୋଇ ଆସିଛନ୍ତି । ବିଜୟୀ ହେଲେ ସେ କ୍ରିକେଟରେ ଥିବା ଦୁର୍ନୀତିକୁ ଆଗ ଦୂର କରିବେ ବୋଲି ମତ ଦେଇଛନ୍ତି। କ୍ରିକେଟ ହେଉଛି ଭଦ୍ରବ୍ୟକ୍ତିମାନଙ୍କ ଖେଳ। ଏଥିରେ ଦୁର୍ନୀତିକୁ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ନବରଞ୍ଜନଙ୍କ ପ୍ରତିକ୍ରିୟା। ଭିତ୍ତିଭୂମିର ବିକାଶ ପାଇଁ ପ୍ରାଥମିକତା ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ସେ ବିଜୟୀ ହେଲେ ସିଓଏର ନୂଆ ନିୟମ ଅନୁଯାୟୀ ମାତ୍ର ୨ବର୍ଷ କାର୍ଯ୍ୟକାଳରେ ରହିପାରିବେ ବୋଲି ଓସିଏର ନିର୍ବାଚନ ଅଧିକାରୀ ପୂର୍ବରୁ ଘୋଷଣା କରିସାରିଛନ୍ତି ।
ଭୋଟ୍‌ ଦେବେ ଆଶୀର୍ବାଦ:-
ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ଭୋଟ ଦେବାର ସୁଯୋଗ ପାଇବେ। ଜେଲରେ ଥିଲେ ମଧ୍ୟ ଆଗାମୀ ନିର୍ବାଚନରେ ତାଙ୍କ ମତଦାନକୁ ଗ୍ରହଣ କରାଯିବ ବୋଲି ଓସିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏ ନେଇ ଏକ ସ୍ବତନ୍ତ୍ର ବାଲଟ ପେପର ମଧ୍ୟ ଝାରପଡ଼ା ଜେଲର ସୁପରିଣ୍ଡେଣ୍ଟଙ୍କ ନିକଟକୁ ପଠାଯାଇଛି। ଆଶୀର୍ବାଦ ଭୋଟ ଦେବା ପାଇଁ ଝାରପଡ଼ା ଜେଲର ସୁପରିଣ୍ଡେଣ୍ଟଙ୍କୁ ପ୍ରଥମେ ଚିଠି ଲେଖିଥିଲେ। ପରେ ସୁପରିଣ୍ଡେଣ୍ଟଙ୍କ ପକ୍ଷରୁ ଓସିଏକୁ ଏ ସଂକ୍ରାନ୍ତରେ ଏକ ଚିଠି ଆସିଥିଲା। ଏହାର ଉତ୍ତରରେ ଓସିଏ ନିର୍ବାଚନ ଅଧିକାରୀ ମାଖନଲାଲ ମଜୁମଦାର କହିଥିଲେ ଯେ, ସେ ଭୋଟ ଦେବାକୁ ଯୋଗ୍ୟ ଅଟନ୍ତି। ଓସିଏ ପକ୍ଷରୁ ବନ୍ଦ ଲଫାପାରେ ପଠା ଯାଇଥିବା ବାଲାଟ ପେପରରେ ଆଶୀର୍ବାଦ ଭୋଟଦେଇ ସାରିବା ପରେ ଏହାକୁ ପୁନର୍ବାର ବନ୍ଦ ଲଫାପା ମାଧ୍ୟମରେ ଓସିଏକୁ ହସ୍ତାନ୍ତର କରାଯିବ। ଏହାଛଡ଼ା ସେ ଯଦି ଓସିଏକୁ ଆସି ଭୋଟ ଦେବାକୁ ଚାହୁଁଛନ୍ତି ତାହେଲେ ଜେଲ କର୍ତ୍ତୃପକ୍ଷ ତାଙ୍କ ପ୍ରଚେଷ୍ଟାରେ ଓ ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ ଓସିଏ ନିର୍ବାଚନ ସ୍ଥଳକୁ ଆଣି ପାରନ୍ତି ବୋଲି ନିର୍ବାଚନ ଅଧିକାରୀ ମାଖନଲାଲ କହିଛନ୍ତି। ନିର୍ବାଚନ ଦିବସ ତଥା ୨୭ ତାରିଖ ପୂର୍ବରୁ ବାଲାଟ ପେପର ଫେରାଇବାକୁ ନିର୍ଦ୍ଦେଶ ରହିଛି। ତେବେ ତାଙ୍କ ମତଦାନକୁ ଗଣାଯିବ ନା ନାହିଁ ସେ ନେଇ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ଯଦି ଖଣ୍ଡେ ଭୋଟରେ ନିର୍ବାଚନର ଫଳାଫଳ ନିର୍ଣ୍ଣାୟକ ହୁଏ ତାହେଲେ ଆଶୀର୍ବାଦଙ୍କ ମତଦାନ ଲଫାଫା ଖୋଲାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri