Posted inଖେଳ

ଓସିଏ ଚୟନକର୍ତ୍ତାଙ୍କୁ ନ ଡ଼ାକି ଶେଷ କରିଦେଲେ ଚୟନ ପ୍ରକ୍ରିୟା

କଟକ ଅଫିସ,୧୫ା୯-୧୯ବର୍ଷରୁ କମ୍‌ ରାଜ୍ୟ ବାଳକ କ୍ରିକେଟ ଦଳର ଚୟନପ୍ରକ୍ରିୟା ସରିଗଲା ପଛେ ଚୟନକର୍ତ୍ତାଙ୍କୁ ଖୋଜା ପଡ଼ିଲାନି। ଚୟନ ପ୍ରକ୍ରିୟା ନେଇ ଥରେ ଫୋନ୍‌ କି ମେସେଜ ମଧ୍ୟ ଦିଆଗଲାନି। ଏଭଳି ସ୍ଥିତିରେ ପହଞ୍ଚିଲାଣି ରାଜ୍ୟ କ୍ରିକେଟର ସ୍ଥିତି। ରାଜ୍ୟ ଜୁନିୟର ଚୟନ କମିଟିର ଦୁଇ ଜଣ ଚୟନକର୍ତ୍ତାଙ୍କ ଅନୁପସ୍ଥିତିରେ ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। କମିଟିରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୬ ଜଣ ସଦସ୍ୟ ଅଛନ୍ତି। ଜୁନିୟର ଦଳର ଚୟନ ପ୍ରକ୍ରିୟାରେ ବିପୁଳ ଅର୍ଥ କାରବାର ହେଉଥିବା ପୂର୍ବରୁ ଅଭିଯୋଗ ଅଛି। ଜଣେ ଚୟନକର୍ତ୍ତା ଏ ସମ୍ପର୍କରେ ସୋସିଆଲ ମିଡ଼ିଆରେ ମଧ୍ୟ ପୋଷ୍ଟ ମଧ୍ୟ କରିଥିଲେ। ଓସିଏ କର୍ମଚାରୀମାନେ ନିଜର ଏପରି ମନ୍ଦ ଉଦ୍ଦେଶ୍ୟରୁ ଦୂରେଇ ରଖିବା ପାଇଁ ଏହି ଦୁଇ ଚୟନକର୍ତ୍ତାଙ୍କୁ ଚୟନପ୍ରକ୍ରିୟାକୁ ଡକାଯାଇ ନ ଥିବା କେତେଜଣ ପୂର୍ବତନ କ୍ରୀଡ଼ାବିତ କହିଛନ୍ତି ।
କ୍ରିକେଟ ଆସୋସିଏଶନ(ଓସିଏ) ଦ୍ୱାରା ଗତ ୧୦ ତାରିଖରୁ କଟକର ୨ଟି ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ୧୯ ବର୍ଷରୁ କମ ରାଜ୍ୟ ବାଳକ କ୍ରିକେଟ ଦଳର ଚୟନପ୍ରକ୍ରିୟା ଶନିବାର ଶେଷ ହୋଇଛି। ବିଡ଼ାନାସୀ ଓ ବୋଷ ଗ୍ରାଉଣ୍ଡରେ ମୋଟ ୩ଟି ଟ୍ରାଏଲ ମ୍ୟାଚ୍‌ ଖେଳାଯାଇଥିଲା। ୧୧ ଓ ୧୨ ତାରିଖରେ ବର୍ଷା ହେବା ଯୋଗୁଁ ଏହାକୁ ଦୁଇ ଦିନ ଘୁଞ୍ଚାଯାଇଥିଲା। ପ୍ରଥମେ ରାଜ୍ୟରୁ ମୋଟ ୬୨ଜଣ ଖେଳାଳିଙ୍କ ନାମ ଏହି ଶିବିର ନିମନ୍ତେ ସ୍ଥିର କରିଥିଲା ଓସିଏ । ପରେ ୮୦ ଓ ଏହା ପରେ ୧୦୦ଟପିଥିଲା ଶିବିରରେ ଯୋଗଦେଇ ଥିବା ଖେଳାଳିଙ୍କ ସଂଖ୍ୟା । କେଉଁ ଜିଲାରୁ କେତେଜଣ ଲେଖାଏ ଖେଳାଳି ପଠାଯିବେ ସେନେଇ ଯେଉଁ ନିୟମ କରିଥିଲା ଓସିଏ ତାହାକୁ ପରବର୍ତ୍ତୀ ସମୟରେ ଖୋଲାଖୋଲି ଭାଙ୍ଗି ଦିଆଯାଇଥିଲା। ଓଦା ଗ୍ରାଉଣ୍ଡରେ ୧୦୦ଖେଳାଳିଙ୍କୁ ନେଇ ମାତ୍ର ୩ଟି ଟ୍ରାଏଲ ମ୍ୟାଚ୍‌ରେ ଓସିଏର ଏହି ଚୟନପ୍ରକ୍ରିୟା ଶେଷ ହୋଇଗଲା। ଆଉ କିଛି ଦିନ ପରେ ଚୂଡ଼ାନ୍ତ ଖେଳାଳି ତାଲିକା ପ୍ରକାଶ କରାଯିବ। ହେଲେ ଖେଳାଳି ଚୟନପ୍ରକ୍ରିୟାରେ ଅନେକ ଜାଲିଆତି ହୋଇଛି ଏବେ ଅଭିଯୋଗ ଉଠିଲାଣି। ଯେଉଁ ଦୁଇ ଜଣ ଚୟନକର୍ତ୍ତାଙ୍କୁ ଡକାଗଲାନି ସେମାନେ ଦୀର୍ଘବର୍ଷ ଧରି ରାଜ୍ୟ ଜୁନିୟର ଚୟନ କମିଟିରେ ଅଛନ୍ତି। ହେଲେ ଦୁଇ ଚୟନକର୍ତ୍ତାଙ୍କୁ କାହିଁକି ଡକାଗଲାନି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ଉତ୍ତର ଦେଉନାହାନ୍ତି ଓସିଏର ଅଧିକାରୀମାନେ। ବିଗତ ବର୍ଷ ଗୁଡ଼ିକରେ ରାଜ୍ୟ ଜୁନିୟର କ୍ରିକେଟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଶୋଚନୀୟ ରହିଛି।
ଗତ ଅଗଷ୍ଟ ୨୪ରେ ରାଜ୍ୟ ଜୁନିୟର ଚୟନ କମିଟିର ଜଣେ ସଦସ୍ୟ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଚୟନ ପ୍ରକ୍ରିୟାରେ ଅର୍ଥ କାରବାର ହେଉଛି ବୋଲି ଉଲ୍ଲେଖ କରିବା ସହ ଏଥିରେ ଓସିଏର ଅନେକ ଅଧିକାରୀ ସାମିଲ ବୋଲି ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ଫୋନ୍‌ କଲରେ ଟଙ୍କା ଯଚାହେଉଛି ବୋଲି ଏହି ସଦସ୍ୟଜଣଙ୍କ ସୂଚନା ମଧ୍ୟ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?