Posted inଖେଳ

ଓପନିଂ କରିବା ମୋତେ ସୁହାଉଛି: ରୋହିତ

ବିଶାଖାପାଟଣା,୩।୧୦(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଅପରାଜିତ ଶତକ ହାସଲ କରିବା ପରେ ଭାରତୀୟ ଓପନର ରୋହିତ ଶର୍ମା ବେଶ୍‌ ଆସ୍ବସ୍ତି ଲାଭ କରିଥିବେ। ଟେଷ୍ଟରେ ଇନିଂସ ଓପନ୍‌ କରିବା ମୋତେ ବେଶ୍‌ ସୁହାଉଛି। ଏଥିପାଇଁ ଅବଶ୍ୟ ମାନସିକ ଭାବେ ପ୍ରସ୍ତୁତ ଥିଲି। ଗତ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଇନିଂସ ଓପନ୍‌ କରିବି ବୋଲି ବେଶ୍‌ ଚର୍ଚ୍ଚା ହେଉଥିଲା। ଗତ ଦୁଇ ବର୍ଷ ହେବ ଏହି ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ ଥିଲି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ରୋହିତ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଖେଳିବାର ସୁଯୋଗ ପାଇ ନ ଥିଲେ। ପୁଣି ଅଜିଙ୍କ ରାହାନେ ଓ ହନୁମା ବିହାରୀ ଭଲ ଫର୍ମରେ ଥିବାରୁ ରୋହିତଙ୍କୁ ଅନ୍ତିମ ଏକାଦଶରେ ସ୍ଥାନ ମିଳି ନ ଥିଲା। ଦିନିକିଆ ଓ ଟେଷ୍ଟରେ ଇନିଂସ ଓପନ କରିବା ଅବଶ୍ୟ ଭିନ୍ନ ବୋଲି ସେ ସ୍ବୀକାର କରିଛନ୍ତି। ମାନସିକ ଭାବେ ପ୍ରସ୍ତୁତ ରହିବା ସବୁଠାରୁ ବଡ଼ କଥା। ବୈଷୟିକ ଦୃଷ୍ଟିକୋଣରୁ ମଧ୍ୟ ପ୍ରସ୍ତୁତ ରହିବା ଆବଶ୍ୟକ। ନୂଆ ବଲ୍‌ରେ ବ୍ୟାଟିଂ କରିବା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ୍‌। ୬ ନମ୍ବରରେ ବ୍ୟାଟିଂ କରିବା ବେଳେ ବଲ୍‌ ରିଭର୍ସ କରିଥାଏ। ଫିଲ୍ଡିଂ ସଜା ମଧ୍ୟ ଭିନ୍ନ ହୋଇଥାଏ। ଏହି ସୁଯୋଗକୁ ଅପେକ୍ଷା କରିଥିଲି। ଟେଷ୍ଟରେ ନୂଆ ବଲ୍‌କୁ ଖେଳିବା ନିଶ୍ଚିତ ଭାବେ କଷ୍ଟକର। କାରଣ ବଲ୍‌ର ଗତିରେ ଦିଗରେ ଭିନ୍ନତା ରହିଥାଏ। ଦେହ ସହିତ ଲାଗି କରି ଖେଳିବାକୁ ପ୍ରୟାସ କରିଥିଲି ଓ ଆବଶ୍ୟକ ପଡିଲେ ବଲ୍‌କୁ ଛାଡି ଦେବାକୁ ଶ୍ରେୟସ୍କର ମଣିଥିଲି। ୭-୮ ଓଭର ପରେ ବଲ୍‌ ଚମକ କମିଗଲେ କିଭଳି ଖେଳିବାକୁ ହେବ ଜାଣିଥିଲି। ଏହା ଏକ ସ୍ଲୋ ଓ ଲୋ ପିଚ୍‌ ହୋଇଥିବାରୁ ସତର୍କତା ଅବଲମ୍ବନ କରିଥିଲି। ପୂର୍ବରୁ ଭାରତରେ ବହୁତ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛି। ତେଣୁ ପରିସ୍ଥିତି ସମ୍ପର୍କରେ ଭଲ ଭାବେ ଅବଗତ ରହିଛି। ଫିଲ୍ଡରମାନେ ସର୍କଲ ଭିତରେ ଥିଲେ କିପରି ବ୍ୟାଟିଂ କରିବାକୁ ହେବ ତାହା ମଧ୍ୟ ଜାଣିଛି ବୋଲି ରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଣିଜି୍ୟକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?