Posted inଜାତୀୟ

ଓକିଲଙ୍କ ବିରୋଧରେ ତାତିଲେ ପୋଲିସ: ହେଡ୍‌କ୍ୱାଟର ସମ୍ମୁଖରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୫।୧୧: ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ବାହାରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ହିଂସା ମାମଲା ଏବେ ଉଗ୍ରରୂପ ଧାରଣ କରିଛି। ମଙ୍ଗଳବାର ସକାଳେ ଦିଲ୍ଲୀର ପୋଲିସ ହେଡ୍‌କ୍ୱାଟର ସମ୍ମୁଖରେ ବହୁ ମାତ୍ରାରେ ପୋଲିସ ଯବାନ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଯବାନମାନେ ନିଜ ହାତରେ କଳା ପଟି ବାନ୍ଧି ଓକିଲଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିରୋଧ କରିବା ସହ କମିଶନରଙ୍କୁ ନିଜର ଦାବି ଜଣାଇବୁ ବୋଲି ସୁରକ୍ଷାକର୍ମୀ କହିଛନ୍ତି। ସେହିପରି ପୋଲିସଙ୍କ ସହ ହେଉଥିବା ଦୁର୍ବବ୍ୟହାର କଦାଚିତ୍‌ ଠିକ୍‌ ନୁହେଁ। ପୋଲିସ ପୋଷାକ ପିନ୍ଧିବାକୁ ଆମକୁ ଡର ଲାଗୁଛି, କାରଣ ପୋଷାକକୁ ଦେଖିବା ମାତ୍ରେ ଓକିଲ ପୋଲିସ ଯବାନଙ୍କୁ ପିଟୁଛନ୍ତି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଗତ କିଛି ଦିନରୁ ଓକିଲମାନେ ପୋଲିସ ଓ ଜନସାଧାରଣଙ୍କ ଉପରେ ଖରାପ ବ୍ୟବହାର କରୁଛନ୍ତି। ହେଲେ ବରିଷ୍ଠ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ କୋର୍ଟର ରାୟ ଆସିଥିବା ବେଳେ ପୋଲିସଙ୍କୁ ସଂଯମତା ରଖିବା ସହ ନିଜ କାର୍ଯ୍ୟକୁ ଫେରିଯିବା ପାଇଁ ଡିସିପି ନିବେଦନ କରିଛନ୍ତି। ଏହି ମାମଲାକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଚର୍ଚ୍ଚା ଚାଲିଛି ବୋଲି ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚେକ୍‌ ରିପବ୍ଲିକ୍‌ ଦଳରେ ସ୍ଥାନ ପାଇଲେ ୧୭ ବର୍ଷୀୟ ଏହି ଖେଳାଳି, ଜାଣନ୍ତୁ…

ପ୍ରେଗ୍‌,୧ା୬: ବିଶ୍ୱକପ୍‌ ପାଇଁ ଚେକ୍‌ ରିପବ୍ଲିକ ଫୁଟ୍‌ବଲ ଦଳରେ ସ୍ପାର୍ଟା ପ୍ରେଗ୍‌ ୧୭ ବର୍ଷୀୟ ମିଡ୍‌ଫିଲ୍ଡର ହୁଗୋ ସୋଚୁରେକ୍‌ ସ୍ଥାନ ପାଇଛନ୍ତି। କୋସୋଭୋ ବିପକ୍ଷ ଏକ ଓ୍ବାର୍ମଅପ୍‌…

ବିଶ୍ୱକପ୍‌ ଫୁଟ୍‌ବଲ ସିଧା ପ୍ରସାରଣକୁ ନେଇ ଆସିଲା ବଡ଼ ଅପଡେଟ୍‌, ଭାରତୀୟ ପ୍ରଶଂସକ ଦେଖିବେ ଏହି ଚେନାଲରେ ଜାଣନ୍ତୁ…

ନୂଆଦିଲ୍ଲୀ,୧ା୬: ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ (ଜୀଲ୍‌) ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ସହ ଏକ ୮ବର୍ଷୀୟା ପାର୍ଟନରଶିପ୍‌ ଚୁକ୍ତି କରଥିବା ସୋମବାର ପ୍ରକାଶ କରିଛି।…

ଯୁବକଙ୍କ ହାତଗୋଡ଼ ବାନ୍ଧି ମରଣାନ୍ତକ ଆକ୍ରମଣ ପରେ ଅପହରଣ ଘଟଣା: ୫ ଦିନ ବିତିଲା, ପୋଲିସ ହାତ ଖାଲି

ଆଳି,୧।୬(ବନମାଳୀ ସେନାପତି)- କେନ୍ଦ୍ରାପଡ଼ା ଜିଲା ଆଳି ଥାନା ମହାଦେଇ ପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ କିଛି ବ୍ୟକ୍ତି ହାତ ଗୋଡ଼ ବାନ୍ଧି ମାଡ଼ ମାରି ଅପହରଣ କରିବା…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ବ୍ଲକ ପରେ ଏବେ ପଞ୍ଚାୟତରେ ବି ଅଭିଯୋଗ ଶୁଣିବେ ଅଧିକାରୀ

ଦାରିଙ୍ଗବାଡି,୧।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମପଞ୍ଚାୟତରେ ପ୍ରଥମଥର ପାଇଁ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ବଡ଼ ହଲଚଲ! ବୈଠକ ପରେ ଭାଜପାକୁ ବଡ଼ ଧମକ ଦେଲେ ମମତା, ‘ମୋ ସହ ଖେଳିଛନ୍ତି, ସମୟ ଆସିଲେ ମୁଁ….’

କୋଲକାତା,୧।୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ଉପରେ ବଡ଼ ଅଭିଯୋଗ କରିଛନ୍ତି । ତାଙ୍କ ଦଳକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ନେଇ ଆରୋପ…

ଜୁନ ୯ରେ ପିଏମ ମୋଦିଙ୍କ ନାମରେ ହୋଇପାରେ ନୂଆ କୀର୍ତ୍ତିମାନ, ଭାଙ୍ଗିବେ ନେହେରୁଙ୍କ ରେକର୍ଡ!

ନୂଆଦିଲ୍ଲୀ,୧।୬: ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଜୁନ ୫ ରୁ ଜୁନ ୨୧ ପର୍ଯ୍ୟନ୍ତ ସାରା ଦେଶରେ ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବିଶ୍ୱ…

ଟ୍ରାକ୍ଟର ଉପରେ ଚଢି ଖେଳୁଥିଲେ ମନୁ: ହଠାତ୍‌ ଖସିଗଲା ଗୋଡ଼, ଆଉ ତା’ପରେ…

ଦାରିଙ୍ଗବାଡି, ୧।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଭ୍ରମରବାଡ଼ି ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟ୍ରାକ୍ଟରରୁ ଖସି ଜଣେ ୪ ବର୍ଷ ଶିଶୁର…

୨୯ ଦିନରେ ପହଞ୍ଚିଲା ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ପଟୁଆରରେ ସହର ପରିକ୍ରମା କଲେ ମା‘

ଛତ୍ରପୁର, ୧।୬ (ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟା ଦେବୀ ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରାକୁ ନେଇ ସାରା ସହର ଉତ୍ସବମୁଖର ହୋଇଉଠିଛି। ସୋମବାର ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri