ଏୟାର ଇଣ୍ଡିଆ ସମ୍ପୂର୍ଣ୍ଣ ବିକ୍ରି ହେବ

ନୂଆଦିଲ୍ଲୀ,୮-୭: କେନ୍ଦ୍ର ସରକାର କ୍ଷତିରେ ବୁଡ଼ି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ବିକ୍ରି କରିଦେବା ଲାଗି ନୂତନ ଭାବେ ବିଚାର କରୁଛନ୍ତି। ନୂଆ ଯୋଜନାନୁଯାୟୀ, ସରକାର ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶଧନ ବିକ୍ରି କରିବେ। ତେବେ ଏ ସମ୍ପର୍କରେ ପୂର୍ବରୁ ଗଠିତ ମନ୍ତ୍ରିଗୋଷ୍ଠୀ ନିଷ୍ପତ୍ତି ନେବେ। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏ ସମ୍ପର୍କରେ ନିଷ୍ପତ୍ତି ହୋଇଯିବ ବୋଲି ସେ କହିଛନ୍ତି।
ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା(ଦୀପମ୍‌) ସଚିବ ଅତନୁ ଚକ୍ରବର୍ତ୍ତୀ କହିଛନ୍ତି ଯେ, କୌଣସି ନିବେଶକ କମ୍ପାନୀକୁ ସମ୍ପୂର୍ଣ୍ଣ କିଣିବାକୁ ଚାହୁଁଥିଲେ ଭଲ କଥା। କମିଟିର ନିଷ୍ପତ୍ତି ପରେ ହିଁ ସେ ଏ ସମ୍ପର୍କରେ ବିସ୍ତାରିତ ସୂଚନା ଦେବେ ବୋଲି ଚକ୍ରବର୍ତ୍ତୀ କହିଛନ୍ତି। ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି କରିବାରେ କୌଣସି ବାଧା ନ ଥିବା ତାଙ୍କର ବ୍ୟକ୍ତିଗତ ମତ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ମହାରାଜାକୁ ବିକ୍ରି କରିବା ଲାଗି ଗତବର୍ଷ ସରକାରଙ୍କ ପକ୍ଷରୁ ଉଦ୍ୟମ ହୋଇଥିଲା କିନ୍ତୁ କୌଣସି ନିବେଶକ ଏହାକୁ କିଣିବା ଲାଗି ଆଗେଇ ଆସିଲେ ନାହିଁ। ଏବେ କମ୍ପାନୀକୁ ସମ୍ପୂର୍ଣ୍ଣରୂପେ ବିକ୍ରି କରିଦେବା ଲାଗି ସରକାର ପୁନର୍ବାର ଆଗଭର ହୋଇଛନ୍ତି। ସୂଚନାଥାଉ କି, ଏୟାର ଇଣ୍ଡିଆର ଅଂଶଧନ ବିକ୍ରି କରିବା ଲାଗି ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଉପସ୍ଥାପନ ବେଳେ ଦୋହରାଇଥିଲେ।
ସୂଚନାଥାଉ କି, ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି କରିବା ଲାଗି ନୀତି ଆୟୋଗ ପକ୍ଷରୁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସରକାର ରଣନୈତିକ ଦୃଷ୍ଟିରୁ ଉଦ୍ଦିଷ୍ଟ ନିବେଶକଙ୍କୁ ୭୪ ପ୍ରତିଶତ ଅଂଶଧନ ବିକିବାକୁ ଚାହୁଁଥିଲେ। କମ୍ପାନୀ ବିକ୍ରି ନ ହେବାର ଏହା ସବୁଠାରୁ ବଡ଼ କାରଣ ଥିଲା। ଚକ୍ରବର୍ତ୍ତୀ କହିଛନ୍ତି ଯେ, ଏୟାର ଇଣ୍ଡିଆକୁ ବିକ୍ରି କରିବା ପ୍ରକ୍ରିୟାକୁ ଦ୍ରୁତତର କରାଯିବ। ଏସଂକ୍ରାନ୍ତରେ କାଗଜପତ୍ର ତିଆରି ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ରହିଛି। ସୂଚନାଯୋଗ୍ୟ ଯେ, ସରକାର ଏୟାର ଇଣ୍ଡିଆକୁ ୭ ହଜାର କୋଟି ଟଙ୍କାର ସଭରେନ ଗ୍ୟାରେଣ୍ଟି ଦେଇଥିଲେ। ଏହି ଅର୍ଥରୁ ଏବେ କମ୍ପାନୀ ନିକଟରେ ମାତ୍ର ୨୫୦୦ କୋଟି ଟଙ୍କା ରହିଯାଇଛି। ଏହି ଅର୍ଥକୁ ତେଲ କିଣିବା ଏବଂ ବିମାନ ବନ୍ଦର ପରିଚାଳନା ସହିତ ବିକ୍ରେତାଙ୍କୁ ବକେୟା ପ୍ରଦାନରେ ଖର୍ଚ୍ଚ ହୋଇଯିବ। ଅକ୍ଟୋବର ପରେ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ବେତନ ଦେଇପାରିବ ନାହିଁ। ପ୍ରତି ମାସରେ ବେତନ ପିଛା କମ୍ପାନୀ ୩୦୦ କୋଟି ଟଙ୍କା ଖର୍ଚ୍ଚ କରୁଛି। କମ୍ପାନୀ ଉପରେ ଏବେ ପ୍ରାୟ ୯ ହଜାର କୋଟି ଟଙ୍କାର ବକେୟା ରହିଛି।
ଏହାକୁ ପ୍ରଦାନ ପାଇଁ କମ୍ପାନୀ ପକ୍ଷରୁ ସରକାରଙ୍କ ଠାରୁ ସହାୟତା ଲୋଡାଯାଇଛି। ତେବେ ଏହାକୁ ସରକାର ଗ୍ରହଣ କରିବା ନେଇ ସନ୍ଦେହ ରହିଛି। ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ପୂର୍ବ ଘୋଷିତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିବିନିଯୋଗ(ଏଫ୍‌ଡିଆଇ) ସୀମା ବୃଦ୍ଧିର ସମୀକ୍ଷା କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ ଘୋଷଣାରେ କହିଥିଲେ। ବର୍ତ୍ତମାନ ଏହି ସେକ୍ଟରରେ ସର୍ବାଧିକ ୪୯ ପ୍ରତିଶତ ପର୍ଯ୍ୟନ୍ତ ଏଫ୍‌ଡିଆଇକୁ ମଞ୍ଜୁରୀ ଦିଆଯାଉଛି। ଅନ୍ୟପକ୍ଷରେ ଏୟାର ଇଣ୍ଡିଆକୁ ଦ୍ୱିତୀୟଥର ବିକ୍ରି କରିବା ପ୍ରୟାସକୁ ତ୍ୱରାନ୍ବିତ କରାଯାଇଛି। କମ୍ପାନୀ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀ ସୋମବାର ସମସ୍ତ କର୍ମଚାରୀ ୟୁନିୟନର ବୈଠକ ଡକାଇଛନ୍ତି। ଏଥିରେ ୧୩ଟି ୟୁନିୟନ ପ୍ରତିନିଧି ଯୋଗ ଦେବେ ବୋଲି ଜଣାପଡିଛି। ଏହି ବୈଠକରେ ଏୟାର ଇଣ୍ଡିଆ ଅଧ୍ୟକ୍ଷ ଓ ବୋର୍ଡ ସଦସ୍ୟ ଉପସ୍ଥିତ ରହିବେ। ଅପରପକ୍ଷରେ ଏୟାର ଇଣ୍ଡିଆ କର୍ମଚାରୀ ୟୁନିୟନ କମ୍ପାନୀକୁ ବିକ୍ରି କରିବାକୁ ବିରୋଧ କରୁଛନ୍ତି। ମହାରାଜାର ଘରୋଇକରଣ କରିବା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ସେମାନେ ଏ ନେଇ କିଙ୍ଗଫିଶର ଓ ଜେଟ୍‌ ଏୟାରଓ୍ବେଜ୍‌ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଜଣେ ୟୁନିୟନ ନେତା କହିଛନ୍ତି ଯେ, ଘରୋଇକରଣ ଦ୍ୱାରା କମ୍ପାନୀ ଲାଭ କରିବ ଓ ଏହାର ଦକ୍ଷତା ବଢ଼ିବ ନାହିଁ ବୋଲି ସରକାର ଭିତରେ ଓ ବାହାରେ ଥିବା ବ୍ୟକ୍ତିବିଶେଷ ଭାବିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri