ଏସ୍‌ଏଚ୍‌ଜିଙ୍କ ଦ୍ୱାରା ଧାନକିଣାକୁ ବିରୋଧ କଲେ ଚାଷୀ

ଜୟପୁର,୨୨ା୮(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ବ୍ଲକ କଙ୍ଗା ଓ ଜାମୁଣ୍ଡା ପଞ୍ଚାୟତର ଚାଷୀଙ୍କ ଖରିଫ ଧାନ ଅମଳ ପରେ ମଣ୍ଡିରେ ଏହାକୁ ସ୍ବୟଂ ସହାୟକ ଗୋଷ୍ଠୀ କିଣିବେ। ଜିଲା ପ୍ରଶାସନ ନେଇଥିବା ଏଭଳି ନିଷ୍ପତ୍ତିକୁ ଏବେ ବିରୋଧ ଆରମ୍ଭ ହୋଇଛି। ଉଭୟ ପଞ୍ଚାୟତର କେତେକ ଚାଷୀ ଜିଲା ଯୋଗାଣ ଅଧିକାରୀ ତୁଳାରାମ ନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି।
ରାଜ୍ୟ ସରକାର ମହିଳା ସଶକ୍ତୀକରଣ ତଥା ମିଶନ ଶକ୍ତି ଦ୍ୱାରା ପ୍ରଶିକ୍ଷିତ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ଖରିଫ ଋତୁ ପାଇଁ ଧାନ କିଣିବାର ବ୍ୟବସ୍ଥା କରିଛନ୍ତି। ଜୟପୁର ଉପଖଣ୍ଡରେ ୧୩ଟି ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣିବେ। ଏଥିରୁ ବୈପାରୀଗୁଡ଼ା ବ୍ଲକରେ ନିଯୁକ୍ତ ଏସ୍‌ଏଚ୍‌ଜିର ନାମ କୌଣସି କାରଣରୁ କଟିଯାଇଥିବା ବେଳେ ବର୍ତ୍ତମାନ ୧୨ଟି ଏସ୍‌ଏଚ୍‌ଜି ରହିଛନ୍ତି। ଜୟପୁର, କୁନ୍ଦୁରା, ବୋରିଗୁମ୍ମା ଓ କୋଟପାଡ଼ ବ୍ଲକରେ ଏମାନେ ଧାନ କିଣିବେ। କିନ୍ତୁ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ କଙ୍ଗା ପଞ୍ଚାୟତରେ କାର୍ଯ୍ୟକ୍ଷମ ସ୍ବୟଂ ସହାୟକ ଗୋଷ୍ଠୀ ନାହିଁ ଓ ଯେଉଁ ସ୍ବୟଂ ସହାୟକ ଗୋଷ୍ଠୀକୁ ଏହି ଦାୟିତ୍ୱ ଦିଆଯାଇଛି, ତାହାର ସଦସ୍ୟମାନେ ହିସାବ ଜାଣନ୍ତି ନାହିଁ। ତେଣୁ ପୂର୍ବପରି ଲ୍ୟାମ୍ପସ ଦ୍ୱାରା ଧାନକିଣା ପାଇଁ ମୋହନ ଗଣ୍ଡା, ରାମନାଥ ଗୌଡ଼, ଲକ୍ଷ୍ମୀନାଥ ରଣା, ଦୀନବନ୍ଧୁ ଗୌଡ଼, ଡମ୍ବରୁ ହରିଜନ, ଲଷ୍ମଣ ଭତ୍ରା, ଏ. ଦିବାକର, ବଳରାମ ରନ୍ଧାରୀ, ସରୋଜ ପଣ୍ଡା, ଲକ୍ଷ୍ମୀ ଅମନାତ୍ୟ ଦାବି ଜଣାଇଛନ୍ତି। ଚାଷୀଙ୍କ ନାମ ପଞ୍ଜିକରଣ ଏସ୍‌ଏଚ୍‌ଜି ଓ ଲ୍ୟାମ୍ପସ କରିବ। ୩୧ ତାରିଖ ପଞ୍ଜିକରଣର ଅନ୍ତିମ ଦିବସ ଥିବାବେଳେ ଏବେ ପଞ୍ଜିକରଣ କରାଯାଉ ନଥିବା ଅଭିଯୋଗ ହୋଇଥିଲା। ଶତାଧିକ ଚାଷୀଙ୍କ ଦସ୍ତଖତ ଥାଇ ଦାବିପତ୍ର ଜୟପୁର ଉପଜିଲାପାଳ, ଜିଲା ଯୋଗାଣ ଅଧିକାରୀ, ଜୟପୁର ବିଧାୟକ, ଜୟପୁର ସମନ୍ବିତ ଶିଶୁ ବିକାଶ ଅଧିକାରୀଙ୍କୁ ଦିଆଯାଇଛି। ମିଶନ ଶକ୍ତିର ଏକ ଦଳ କଙ୍ଗା ଓ ଜାମୁଣ୍ଡା ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ସିଏସ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?