ଏସ୍‌.ଭି.ରଙ୍ଗନାଥ ଅନ୍ତରୀଣ ଅଧ୍ୟକ୍ଷ

କ୍ୟାଫେ କଫି ଡେ ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଯାଇଥିବା ପୋଲିସ ଘୋଷଣା କରିବା ପରେ କମ୍ପାନୀ ବୋର୍ଡ ବୁଧବାର ଜରୁରିକାଳୀନ ବୈଠକ ଡାକି ଏସ.ଭି.ରଙ୍ଗନାଥଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ସେହିପରି ନୀତିନ ବାଗମାନେ ଅନ୍ତରୀଣ ସିଓଓ ଭାବେ ଦାୟିତ୍ୱ ତୁଲାଇବେ। ରଙ୍ଗନାଥ ବର୍ତ୍ତମାନ ଅଣ କାର୍ଯ୍ୟନିର୍ବାହୀ ସ୍ବାଧୀନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି। କମ୍ପାନୀ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରି କୁହାଯାଇଛି ଯେ, ଆର୍‌.ରାମମୋହନଙ୍କ ନେତୃତ୍ୱରେ ଏକ କାର୍ଯ୍ୟନିର୍ବାହୀ କମିଟି ନିକଟରେ ସମସ୍ତ ଅଧିକାର ରହିବ ଯାହା ପୂର୍ବରୁ ସିଇଓ ଭାବେ ସିଦ୍ଧାର୍ଥ ତୁଲାଉଥିଲେ।
ମନେପକାଉଛି ମାଲନାଡ
କଫି କିଙ୍ଗ୍‌ ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ପରଲୋକ ହୋଇଥିବା ମଙ୍ଗଲୁରୁ ପୋଲିସ ବୁଧବାର ଘୋଷଣା କରିବା ପରେ କର୍ନାଟକରେ ଶୋକର ଛାୟା ଖେଳିଯାଇଛି। ୫୮ ବର୍ଷୀୟ ଏହି ବ୍ୟବସାୟୀ ମାଲନାଡ ଅଞ୍ଚଳରେ ବେଶ୍‌ ଲୋକପ୍ରିୟ ଥିଲେ। ନିଜ ଜିଲା ସମେତ ବିଭିନ୍ନ ଅଞ୍ଚଳରେ ସେ ପ୍ରାୟ ୫୦ ହଜାର ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଥିଲେ। ସିଦ୍ଧାର୍ଥଙ୍କ ନିଜ ଜିଲା ଚିକ୍‌ମାଗାଲୁରୁ ପାହାଡପର୍ବତ ଘେରା, ବନାନୀ ଓ ଝରଣା ଏବଂ କଫି ପ୍ଳାଣ୍ଟେଶନ ପାଇଁ ପ୍ରସିଦ୍ଧ। କର୍ନାଟକର କେନ୍ଦ୍ରୀୟ ଅଞ୍ଚଳରେ ଥିବା ଏହି ଜିଲା ମାଲନାଡ ଭାବେ ବେଶ ଜଣାଶୁଣା। କଫି ଇଷ୍ଟେଟ ମାଲିକଙ୍କ ପୁତ୍ର ସିଦ୍ଧାର୍ଥଙ୍କ ପରିବାର ୧୩୦ ବର୍ଷ ହେବ କଫି ପ୍ଲାଣ୍ଟେଶନ ବ୍ୟବସାୟ ସହ ଜଡ଼ିତ। କଫି କିଙ୍ଗ୍‌ ଭାବେ ପରିଚିତ ସିଦ୍ଧାର୍ଥ ୧୯୯୬ରେ ପ୍ରଥମ କ୍ୟାଫେ କଫି ଡେ ଆଉଟଲେଟ୍‌ ପ୍ରତିଷ୍ଠା କରିଥିଲେ। ତାଙ୍କର ଦୂର ସମ୍ପର୍କୀୟ ଜୟରାମ ଜି. କିମାନେ କହନ୍ତି ଯେ, ସେ ତାଙ୍କୁ ୧୯୮୫ରୁ ଜାଣିଥିଲେ। ନିଜକୁ ସେ ବଡ଼ ଭାବେ ପ୍ରତିଷ୍ଠିତ କରିପାରିଥିଲେ। ଜଣେ ସମ୍ମାନିତ ଏବଂ ଉତ୍ତରଦାୟୀ ବ୍ୟକ୍ତି ଭାବେ ସେ ବେଶ ଜଣାଶୁଣା। ଆମ ଅଞ୍ଚଳର ବହୁ ବ୍ୟକ୍ତିଙ୍କୁ ସେ ରୋଜଗାର ଦେଇଛନ୍ତି। ନିଜର ବ୍ରାଣ୍ଡ ସମେତ ବିଶାଳ ପ୍ଲାଣ୍ଟେଶନର ପରିଚାଳନାରେ ତାଙ୍କର ଦକ୍ଷତା ଥିଲା। ତାଙ୍କ ଗ୍ରାମନିବାସୀ ତାଙ୍କର ଦୀର୍ଘଦିନର ସହଯୋଗୀ ହଲପ୍ପା ଗୌଡାଙ୍କ କହିବାନୁଯାୟୀ,ହାସନ, ଚିକମାଗାଲୁରୁ, ଶିବାମୋଗା, କୁର୍ଗ(ଏହି ଜିଲାଗୁଡ଼ିକୁ ନେଇ ମାଲନାଡ ଗଠିତ)ରେ ହଜାର ହଜାର ଲୋକଙ୍କୁ ସେ ନିଯୁକ୍ତି ଦେଇଥିଲେ। ଶିବାମୋଗା ଜିଲା ଚାମ୍ବର ଅଫ୍‌ କମର୍ସର ପୂର୍ବତନ ପ୍ରେସିଡେଣ୍ଟ ବି.ଏସ୍‌.ଅରୁଣ କହିଥିଲେ ଯେ, ତାଙ୍କ ଭଳି ଦୂରଦୃଷ୍ଟିସମ୍ପନ୍ନ ବ୍ୟବସାୟୀ ବହୁ ବର୍ଷ ଧରି ମିଳିନାହାନ୍ତି। ତାଙ୍କ ଭଳି କେହି ସ୍ବପ୍ନ ଦେଖିନାହାନ୍ତି। ଅନେକ ରିଏଲ ଇଷ୍ଟେଟରେ ନିବେଶ କରୁଥିବାବେଳେ ସେ କଫି ଓ ସଫ୍ଟଓ୍ବେରରେ ନିବେଶ କରିଥିଲେ। ଦି ଥିକସେକ୍‌ ଫ୍ୟାକ୍ଟ୍ରିର ପ୍ରତିଷ୍ଠାତା ୟଶବନ୍ତ ନାଗ ମୋଚେରଲା କହିଥିଲେ ଯେ, ସେ ଓ ତାଙ୍କ ଭଳି ପ୍ରତିଷ୍ଠିତ ସମସ୍ତ ଉଦ୍ୟୋଗୀ ଏବଂ ଭବିଷ୍ୟତର ଉଦ୍ୟୋଗୀଙ୍କ ପାଇଁ ସିଦ୍ଧାର୍ଥ ଥିଲେ ଆଦର୍ଶ।


Enter your email to get our daily news in your inbox.

All Right Reserved By Dharitri.Com

ପିଆଜ ରପ୍ତାନି ଉପରୁ ହଟିଲା କଟକଣା

ଭୁବନେଶ୍ୱର,୫।୫(ଅନୁରାଧା ମହାରଣା): ଘରୋଇ ବଜାରରେ ପିଆଜ ଦରବୃଦ୍ଧିରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ପୂର୍ବରୁ ପିଆଜ ରପ୍ତାନି ଉପରେ ସରକାର...

ଉତ୍କଳ ହସ୍ପିଟାଲରେ ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର,୫।୫ (ଅଭୟ ଦାଶ):ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ନୀଳାଦ୍ରି ବିହାରସ୍ଥିତ ଉତ୍କଳ ହସ୍ପିଟାଲରେ ରାଜ୍ୟର ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରି ସଫଳତାର...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୪।୫: ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୧୫.୬୨% ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କାରେ ପହଞ୍ଚତ୍ଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri