Posted inଜାତୀୟ

ଏଲ୍‌ଓସିରେ ପାକ୍‌ ସେନାର ଏଫ୍‌ଏମ୍‌ ଟ୍ରାନ୍ସମିଶନ ଷ୍ଟେଶନ: ଆତଙ୍କବାଦୀଙ୍କ ସହ କୋଡ୍‌ରେ ଯୋଗସୂତ୍ର

ନୂଆଦିଲ୍ଲୀ,୧୨ା୯(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରରେ ଆକ୍ରମଣ ଘଟାଇ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ପାକିସ୍ତାନୀ ସେନା ଉପତ୍ୟକାରେ ଥିବା ଆତଙ୍କବାଦୀମାନଙ୍କୁ ଏଥିଲାଗି ଉସୁକାଉଛି। ସେମାନଙ୍କ ସହ ଯୋଗାଯୋଗର ମାଧ୍ୟମ ଭାବେ ଏଫ୍‌ଏମ୍‌ ଟ୍ରାନ୍ସମିଶନର କୋଡ୍‌କୁ ବ୍ୟବହାର କରୁଛି। ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ନିକଟରେ ଟ୍ରାକିଂ କରି ଏଭଳି କୋଡ୍‌ ଓ୍ବାର୍ଡର ରହସ୍ୟ ଭେଦ କରିପାରିଛନ୍ତି।
ମିଳିଥିବା ସୂଚନାନୁସାରେ ପାକ୍‌-ଅଧିକୃତ କଶ୍ମୀର (ପିଓକେ) ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ପାକିସ୍ତାନୀ ସେନା କେତେକ ଏଫ୍‌ଏମ୍‌ ଟ୍ରାନ୍ସମିଶନ ଷ୍ଟେଶନ ପ୍ରତିଷ୍ଠା କରିଛି। ସେଠାରୁ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ସହ କୋଡ୍‌ ଓ୍ବାର୍ଡରେ ଯୋଗାଯୋଗ କରୁଛି। ଜୈଶ୍‌-ଇ-ମହମ୍ମଦ ପାଇଁ କୋଡ୍‌ ଓ୍ବାର୍ଡ ୬୬/୮୮ ହୋଇଥିବାବେଳେ ଲଶ୍କର-ଇ-ତୋଇବା ଲାଗି ଏ୩ ଏବଂ ଅଲ୍‌ ବଦର୍‌ ସକାଶେ ସଙ୍କେତ ରହିଛି ଡି୯। ଏଲ୍‌ଓସି ନିକଟରେ ଥିବା ଭେରି ହାଏ ଫ୍ରିକ୍ୱେନ୍ସି (ଭିଏଚ୍‌ଏଫ୍‌) ରେଡିଓ ଷ୍ଟେଶନଗୁଡ଼ିକରୁ କଶ୍ମୀରରେ ଥିବା ଆତଙ୍କବାଦୀଙ୍କୁ ନିୟମିତ ଭାବେ ସନ୍ଦେଶ ଯାଉଛି। ଆତଙ୍କବାଦୀ ଓ ସେମାନଙ୍କ ହ୍ୟାଣ୍ଡଲର୍ସ ଉକ୍ତ ମେସେଜ୍‌ଗୁଡ଼ିକୁ ସୀମାନ୍ତ ଗ୍ରାମ ଓ ଉପତ୍ୟକାବାସୀଙ୍କୁ ବିଭ୍ରାନ୍ତ କରି ହିଂସା ଭିଆଇବା ପାଇଁ ପ୍ରସାର କରୁଛନ୍ତି। ପାକିସ୍ତାନୀ ସେନାର ୧୦ କର୍ପ କମାଣ୍ଡରକୁ ସିଗ୍‌ନାଲ୍‌ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

ଆମେରିକା-ଇରାନ ସଂଘର୍ଷ: ବଢ଼ିଲା ତେଲ ଦର

ବ୍ୟାଙ୍କକ୍‌,୧୩ା୭: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌ ଏବଂ ଏହାର ଜବାବରେ ତେହରାନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ ଚଳାଇଥିବାରୁ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ପୁଣିଥରେ ତୈଳ…

ହାଟଡିହୀ ବ୍ଲକରେ ପଶିଲା ଭିଜିଲାନ୍ସ: ମିଶନ ଶକ୍ତିରେ ଦୁର୍ନୀତି ଅଭିଯୋଗ

ହାଟଡିହୀ,୧୩l୭((ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ପୁଣି ପଶିଛି ଭିଜିଲାନ୍ସ। ଗତ କିଛିଦିନ ତଳେ ଭିଜିଲାନ୍ସ ଷ୍ଟ୍ରିଟ ଲାଇଟ ଦୁର୍ନୀତି ନେଇ ହାଟଡିହୀ ବ୍ଲକରେ ଖୋଳତାଡ଼ କରିଥିବା…

ଅନଶନ ସମୟରେ ଅସୁସ୍ଥ ହେଲେ ଚାମେଲି: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୩।୭: ଆମରଣ ଅନଶନ ବେଳେ କେନ୍ଦ୍ରାପଡା ଜିଲା ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଅସୁସ୍ଥ ହୋଇପଡିଛନ୍ତି। ଅନଶନରେ ବସିଥିବା ସମୟରେ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ…

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ: ମା’ ବିଲକୁ ଯାଇଥିବାବେଳେ ଘରେ…

ଭଞ୍ଜନଗର,୧୩।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର: ଏତିକି ପ୍ରତିଶତ ବୋନସ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର, ୧୩।୭: କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ ଷ୍ଟାଫଙ୍କ ପାଇଁ ଖୁସି ଖବର। ବୋନସ ଓ ପ୍ରୋତ୍ସାହନ ରାଶି ପ୍ରଦାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ।କେନ୍ଦୁପତ୍ର ମୂଲ୍ୟରେ…

ପ୍ରଶାନ୍ତ କିଶୋରଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ପାଟନା,୧୩।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ସମ୍ପତ୍ତି ସମ୍ପର୍କିତ ବିବରଣୀ ପ୍ରକାଶ…

ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିଲେ, ହଠାତ୍‌ ମା’ ଆସିଯିବାରୁ…

ଭୁବନେଶ୍ୱର,୧୩।୭: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଜଳବାୟୁ ଟାୱାର ତଳୁ ଛାତ୍ରଙ୍କ ମୃତଦେହ ମିଳିବା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ବେଳେ ୧୦ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri