ଏମ୍‌ଏସ୍‌ଏମ୍‌ଇ ଲାଗି ନୂଆ ରୋଡ୍‌ମ୍ୟାପ୍‌

 

ନୂଆଦିଲ୍ଲୀ,୧।୬: କରୋନା ଦ୍ୱାରା କବଳିତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଦେଶର ବିକାଶ କ୍ଷେତ୍ରରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ପ୍ରମୁଖ ଯୋଗଦାନ ରଖୁଛନ୍ତି। ହେଲେ ଗତ କିଛି ବର୍ଷ ଧରି ଏମ୍‌ଏସ୍‌ଏମ୍‌ଇ ବିଭିନ୍ନ ଚାପର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱ ମାନ୍ଦାବସ୍ଥା ଯୋଗୁ ରପ୍ତାନି କ୍ଷତିଗ୍ରସ୍ତ ହେଉ କି ବଜାରରେ ଚାହିଦା କମ୍‌ ହେଉ ବିଭିନ୍ନ ସମସ୍ୟାରେ କ୍ଷୁଦ୍ରଶିଳ୍ପ ଛନ୍ଦିହୋଇ ରହିଛି। ଏହି ଶିଳ୍ପଗୁଡିକୁ ପୁଣି ଥରେ ଛିଡା କରାଇବା ଲାଗି ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ସରକାର ନିକଟରେ ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ପଦକ୍ଷେପ ଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପଗୁଡ଼ିକୁ ଟ୍ରାକ୍‌କୁ ଆଣିବା ଲାଗି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି।
କେନ୍ଦ୍ର ସରକାର ସୋମବାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଲାଗି ନୀତି ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛନ୍ତି। ଆତ୍ମନିର୍ଭର ଭାରତ ପ୍ୟାକେଜର ଅଂଶ ଭାବେ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ମୋଦି ୨.୦ର ଦ୍ୱିତୀୟ ବର୍ଷ ପ୍ରଥମ କ୍ୟାବିନେଟ ବୈଠକରେ ଏମ୍‌ଏସ୍‌ଏମ୍‌ଇ ସଂଜ୍ଞା ପରିବର୍ତ୍ତନକୁ ମଞ୍ଜୁରୀ ଦିଆଯାଇଛି। ନୂଆ ସଂଜ୍ଞା ମୁତାବକ ୧ କୋଟି ଟଙ୍କାର ନିବେଶ ଏବଂ ୫ କୋଟି ପର୍ଯ୍ୟନ୍ତ କାରବାର କରୁଥିବା କମ୍ପାନୀକୁ ଅଣୁ ୟୁନିଟ ଭାବେ ବିବେଚନା କରାଯିବ। ସେହିଭଳି ୧୦ କୋଟି ଟଙ୍କାର ନିବେଶ ୫୦ କୋଟି ଟଙ୍କାର କାରବାର କରୁଥିଲେ କ୍ଷୁଦ୍ର ଏବଂ ୫୦ କୋଟି ଟଙ୍କାର ନିବେଶ ଏବଂ ୨୫୦ କୋଟି କାରବାର ସୀମା ହାସଲ କରୁଥିଲେ ଏହାକୁ ମଧ୍ୟମ ବର୍ଗ ୟୁନିଟ ବୋଲି ବିଚାର କରାଯିବ। କାରବାର କ୍ଷେତ୍ରରେ ରପ୍ତାନିକୁ ବାଦ୍‌ ଦିଆଯାଇନାହିଁ।
କେନ୍ଦ୍ର ସରକାର ଏମ୍‌ଏସ୍‌ଏମ୍‌ଇଗୁଡିକୁ ପୁଞ୍ଜି ଯୋଗାଣ ଲାଗି ବ୍ୟବସ୍ଥା କରିଛନ୍ତି। ନଗଦ ପୁଞ୍ଜି ଭାବେ ଏହି ଶିଳ୍ପଗୁଡିକୁ ୫୦ ହଜାର କୋଟି ଟଙ୍କା ଯୋଗାଇଦେବା ଲାଗି ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଦେଶର ଅର୍ଥ ବ୍ୟବସ୍ଥାକୁ ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ ଯୋଗଦାନ ରଖୁଥିବାରୁ ଏହାର ଗୁରୁତ୍ୱକୁ ବୁଝି ସରକାର ନୂଆ ପଦକ୍ଷେପ ହାତକୁ ନେଇଛନ୍ତି ବୋଲି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ଏହି ପଦକ୍ଷେପଗୁଡିକ ବାଣିଜି୍ୟକ ପରିବେଶରେ ଉନ୍ନତି, ନିବେଶ ଆକୃଷ୍ଟ କରିବା ଏବଂ ନିଯୁକ୍ତି ସୃଷ୍ଟି ଉପରେ ଯୋଗଦାନ ରଖିବ ବୋଲି ସେ ମତ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ସାରା ଦେଶରେ ୬୦ ନିୟୁତ ଏମ୍‌ଏସ୍‌ଏମ୍‌ଇ ମୋଟ ଜିଡିପିକୁ ୨୯% ଯୋଗଦାନ ରଖୁଛନ୍ତି। ରପ୍ତାନି କ୍ଷେତ୍ରରେ ୪୮% ଏବଂ ୧୧୦ ନିୟୁତ ଲୋକଙ୍କୁ ନିଯୁକ୍ତି ଦେବାରେ କମ୍ପାନୀଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ୟୁ.କେ. ସିହ୍ନା କମିଟିର ସୁପାରିସକ୍ରମେ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ଚାପଗ୍ରସ୍ତ ସମ୍ପତ୍ତି ଲାଗି ସରକାର ୪ ହଜାର କୋଟି ଟଙ୍କାର ଏକ ପାଣ୍ଠି ଘୋଷଣା କରିଛନ୍ତି। ଏହି କମ୍ପାନୀଗୁଡିକ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଏହି ଯୋଜନା ଦ୍ୱାରା ପ୍ରଭାବିତ ସ୍ଥିତିରେ ଥିବା ପ୍ରାୟ ୨ ଲକ୍ଷ ଏମ୍‌ଏସ୍‌ଏମ୍‌ଇ ଲାଭବାନ ହେବେ ବୋଲି କୁହାଯାଇଛି। ଏହାବାଦ୍‌ ସରକାର ଉଠାଦୋକାନୀଙ୍କ ଲାଗି ୧୦ ହଜାର କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି। ୫୦ ଲକ୍ଷ ବ୍ୟବସାୟୀ ଏହାଦ୍ୱାରା ଲାଭବାନ ହୋଇପାରିବେ। ଏହାବାଦ କିଷାନ କ୍ରେଡିଟ୍‌ କାର୍ଡ ଋଣ କ୍ଷେତ୍ରରେ ରିହାତି ଏବଂ ୧୪ ଖରିଫ ଫସଲ ଉପରେ ଏମ୍‌ଏସ୍‌ପି ବୃଦ୍ଧିକୁ ମଧ୍ୟ ମଞ୍ଜୁରୀ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଯାଉଛନ୍ତି କି? ପୂର୍ୱରୁ ଜାଣିନିଅନ୍ତୁ ସୁନା ଦୋକାନର ସ୍କିମ୍‌ ପଛର ସତ…

ନୂଆଦିଲ୍ଲୀ,୧୮।୪: କିସ୍ତିରେ ସୁନା କିଣିବା ଏକ ବୁଦ୍ଧିମାନ ଧାରଣା। ଆପଣ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ରାଶି ରଖିଛନ୍ତି, ଏବଂ ସମୟସୀମା ଶେଷ ହେବା ପର୍ଯ୍ୟନ୍ତ,…

Business Eminence Awards 2026: ନିୟମ ପାଳନ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ରହିଛି

କଳିଙ୍ଗ ବାୟୋମେଡିକାଲର ପ୍ରତିଷ୍ଠାତା ଇଂ. ମନୋଜ କୁମାର ନାୟକ ଭଦ୍ରକ ଜିଲାରେ ଜନ୍ମଗ୍ରହଣ କରିଥିଲେ ଏବଂ ରାଉରକେଲାରେ ସ୍କୁଲ ପଢ଼ା ସାରିଥିଲେ। ପରେ ବ୍ରହ୍ମପୁରର ୟୁସିପିଇଏସ୍‌ରେ ଯୋଗଦେଇ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri