Posted inଫୁରସତ

ଏମିତି ଦେଶ, ଯେଉଁଠି ରାସ୍ତାରେ ତେଲ ସରିଗଲେ ମିଳିଥାଏ ଜେଲ୍‌ଦଣ୍ଡ

ବର୍ଲିନ୍‌: ବିଶ୍ୱର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନୀତି ନିୟମ ପ୍ରଚଳନ ହୋଇଥାଏ। ଏହି ଦେଶଗୁଡ଼ିକ ମଧ୍ୟରୁ ଜର୍ମାନୀ ଅନ୍ୟତମ। ଏହା ଏମିତି ଏକ ଦେଶ, ଯାହାର ଏକଛତ୍ରବାଦୀ ଶାସକ ହିଟଲର ଥିଲେ। ଯେଉଁ କାରଣରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା। ଯଦିଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଦେଶ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଇଥିଲା କିନ୍ତୁ ଆଜି ଏହାକୁ ବିଶ୍ୱର ୧୦ଟି ଶକ୍ତିଶାଳୀ ଦେଶ ମଧ୍ୟରେ ଗଣନା କରାଯାଉଛି। ଆଜିର ଇଞ୍ଜିନିୟରିଂ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଯଦି ପ୍ରଥମେ କେଉଁ ଦେଶର ନାମ ଆସୁଥାଏ ତେବେ ତାହା ନିଶ୍ଚିତ ଜର୍ମାନୀ।
ଏହି ଦେଶ ସହିତ ଜଡ଼ିତ ଆହୁରି ଅନେକ କୌତୁହଳପୂର୍ଣ୍ଣ କଥା ରହିଛି। ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଜର୍ମାନୀ ହେଉଛି ଏମିତି ଏକ ଦେଶ, ଯେଉଁଠାରେ ରାଜପଥରେ ଦ୍ରୁତ ବେଗରେ ବିନା ଦ୍ୱିଧାରେ ଗାଡ଼ି ଚଳାଇ ପାରିବେ। ଏଥିପାଇଁ କୌଣସି ଦଣ୍ଡବିଧାନ ନାହିଁ। କିନ୍ତୁ ଯଦି ରାସ୍ତା ମଝିରେ ଗାଡ଼ିରୁ ତେଲ ସରିଯାଏ ତେବେ ଏହାକୁ ଅପରାଧ ବୋଲି ଧରାଯାଏ। ଏଥିପାଇଁ ଜେଲଦଣ୍ଡ ଏବଂ ଜରିମାନା ଦେବାକୁ ପଡ଼ିଥାଏ। ଖାଲି ଏତିକି ନୁହେଁ, ଏହି ଦେଶରେ କେହି ଆଡ୍‌ଭାନ୍ସଡ୍‌ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତି ନାହିଁ। ଏପରି କଲେ ଏହାକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ। ଜନ୍ମଦିନରେ ହିଁ ଶୁଭେଚ୍ଛା ଜଣାଇବାକୁ ପଡ଼ିଥାଏ। ସାଧାରଣତଃ ଫୋନ୍‌ କଲେ ଲୋକେ ହ୍ୟାଲୋ କହିଥାନ୍ତି ମାତ୍ର ଏଠାରେ ହ୍ୟାଲୋ କହିବା ମନା। ନିଜ ନାମ କହି ଫୋନ୍‌ କରିବାକୁ ପଡ଼େ। ଏହି ଦେଶ ସମ୍ପର୍କରେ ଆହୁରି ଅନେକ କୌତୂହଳପୂର୍ଣ୍ଣ କଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଶ୍ରେୟସ ଆୟରଙ୍କ ଭଉଣୀ ଶ୍ରେଷ୍ଠା ଦେଲେ ବଡ଼ ବୟାନ, ଭାଇଙ୍କ ଅଧିନାୟକତ୍ୱ ସମ୍ପର୍କରେ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୯।୭: ବିଶ୍ୱକପ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଠାରୁ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କୁ ଭାରତୀୟ ଟି-୨୦ ଦଳର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ, ଅଧିନାୟକ…

ଭାରତ-ଇଂଲଣ୍ଡ ଟି-୨୦ ସିରିଜ ମଧ୍ୟରେ ସଞ୍ଜୁ ସାମସନ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୯।୭: ବ୍ୟକ୍ତିଗତ କାରଣରୁ ସଞ୍ଜୁ ସାମସନ କେରଳ କ୍ରିକେଟ ଲିଗ (KCL 2026)ରେ ଖେଳିବେ ନାହିଁ। ପୂର୍ବରୁ, କୋଚି ବ୍ଲୁ ଟାଇଗର୍ସ ସାମସନଙ୍କୁ ସେମାନଙ୍କର ରିଟେନସନ ତାଲିକାରେ…

ଆଉ ଏକ ସିରିଜ ହାରିଲା ଇଣ୍ଡିଆ; ୧ ୱିକେଟରେ ଜିତି ୨-୧ ରେ ସିରିଜ କବଜା କଲା ପଡୋଶୀ ଦେଶ

ନୂଆଦିଲ୍ଲୀ,୯।୭: ଭାରତୀୟ କ୍ରିକେଟ ଦଳ ଆଉ ଏକ ସିରିଜ ପରାଜୟ ବରଣ କରିଛି। ଏଥର, ଭାରତର ୧୯ ବର୍ଷରୁ କମ ଦଳ ଶ୍ରୀଲଙ୍କା ବିପକ୍ଷରେ ଯୁବ ଦିନିକିଆ…

ଗାଡ଼ିର ମାଇଲେଜ କମିବ କିନ୍ତୁ ଇଞ୍ଜିନ ଖରାପ ହେବନାହିଁ, E୨୦ ପେଟ୍ରୋଲ ନେଇ ମିଥ୍ୟା ପ୍ରଚାର ଉପରେ ବର୍ଷିଲେ ଗଡ଼କରୀ

ନୂଆଦିଲ୍ଲୀ,୯।୭: E୨୦ ପେଟ୍ରୋଲ (୨୦% ଏଥାନଲ ଏବଂ ୮୦% ପେଟ୍ରୋଲ) ବ୍ୟବହାର ଦ୍ୱାରା ଗାଡ଼ିର ଇଞ୍ଜିନ ଖରାପ ହେଉଥିବା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ…

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ହଇଚଇ; ସୁସ୍ମିତା ଦେବଙ୍କ ସମେତ ୩ ପୂର୍ବତନ TMC ଏମପି BJPରେ ସାମିଲ

କୋଲକାତା,୯।୭: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ବଙ୍ଗଳାର ତିନି ଜଣ ପୂର୍ବତନ TMC ଏମପି BJPରେ ଯୋଗ ଦେଇଛନ୍ତି। ସୁସ୍ମିତା ଦେବ, ସୁଖେନ୍ଦୁ ସେଖ ରୟ ଏବଂ…

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର,୯।୭: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri