Posted inଫୁରସତ

ଏଭରେଷ୍ଟ ଚାରିପାଖରେ ବୃଦ୍ଧିପାଉଛି ବନସ୍ପତି

ନୂଆଦିଲ୍ଲୀ: ବିଶ୍ୱ ତାପନ ପ୍ରଭାବରେ ଏଭରେଷ୍ଟ୍‌ର ହିମ ଉପତ୍ୟକା ତରଳିବା ପରିବେଶବିତଙ୍କୁ ଚିନ୍ତାରେ ପକାଇଥିବାବେଳେ ଏବେ ଏକ ଭଲ ଖବର ସାମ୍‌ନାକୁ ଆସିଛି। ଏଭରେଷ୍ଟ ଚାରିପାଖରେ ବନସ୍ପତି ( ଘାସ ଓ ବୁଦା ଜାତୀୟ ଗଛ)ବଢିବା ସହ ଏହାର ପରିସୀମା ବୃଦ୍ଧିପାଉଛି ବୋଲି ଇଂଲଣ୍ଡର ଗବେଷକମାନେ କହିଛନ୍ତି। ଅନୁଧ୍ୟାନ ସମ୍ପର୍କିତ ତଥ୍ୟ ଜର୍ନାଲ ଗ୍ଲୋବାଲ ଚେଞ୍ଜ ବାୟୋଲୋଜିରେ ପ୍ରକାଶ ପାଇଛି। ଇଂଲଣ୍ଡର ୟୁନିଭର୍ସିଟି ଅଫ୍‌ ଏକ୍ସେଟର୍‌ର ଗବେଷକ ଟିମ୍‌ ନାସାର ଲ୍ୟାଣ୍ଡସାଟ୍‌ ସାଟେଲାଇଟ୍‌ ତଥ୍ୟ ଉପଯୋଗ କରିବା ପରେ ଟ୍ରି ଲାଇନ ଓ ସ୍ନୋ ଲାଇନ ମଧ୍ୟରେ ରହିଥିବା ସ୍ଥାନରେ ବନସ୍ପତି ବଢୁଥିବା ଲକ୍ଷ୍ୟ କରିଛନ୍ତି। ୧୯୯୩ ରୁ ୨୦୧୮ ମଧ୍ୟରେ ସାଟେଲାଇଟ୍‌ରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଯେଉଁ ସ୍ଥାନରେ ଏହି ଗଛ ବଢୁଛି ସେଠାରେ ପହଞ୍ଚିବା କଷ୍ଟକର। ହିମାଳୟକୁ ଉଚ୍ଚତା ଅନୁସାରେ ୪ଟି ବର୍ଗରେ ଭାଗ କରି ପ୍ରତ୍ୟେକ ଉପରେ ଅନୁଧ୍ୟାନ କରାଯିବା ପରେ ସବୁଠାରେ ବନସ୍ପତି ବଢୁଥିବା କୁହାଯାଇଛି। ଏହା ହିମାଳୟର ଯେ କୌଣସି ଏକ ସ୍ଥାୟୀ ହିମ ଉପତ୍ୟକାର ଆୟତନ ଠାରୁ ୫ରୁ ୧୫ ଗୁଣ ଅଞ୍ଚଳ ବିସ୍ତାର କରି ରହିଥିବା ଦେଖାଯାଇଛିି। ଗବେଷକମାନେ ଏହି ତଥ୍ୟକୁ ଆଧାରକରି ସମୁଦ୍ର ପତ୍ତନଠାରୁ ହିମାଳୟର ୪,୧୫୦ରୁ୬,୦୦୦ ମିଟର ଉଚ୍ଚରେ ବନସ୍ପତି ଅଧିକ ବଢିଥିବା ଲକ୍ଷ୍ୟ କରିଛନ୍ତିି। ୫,୦୦୦ରୁ ୫,୫୦୦ ମିଟର ଉଚ୍ଚତା ମଧ୍ୟରେ ସବୁଠୁ ବେଶି ଗଛ ରହିଛି ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri