ଏଭରେଡିକୁ କିଣିବ ଡ୍ୟୁରାସେଲ୍‌

ନୂଆଦିଲ୍ଲୀ,୧୦-୯: ଋଣରେ ବୁଡ଼ି ରହିଥିବା ଦେଶର ଶୀର୍ଷ ବ୍ୟାଟେରୀ କମ୍ପାନୀ ଏଭରେଡିକୁ ଆମେରିକା କମ୍ପାନୀ ଡ୍ୟୁରାସେଲ୍‌ କିଣିବାକୁ ଯାଉଛି। ବିଶ୍ୱର ଶୀର୍ଷ ଧନୀଙ୍କ ମଧ୍ୟରେ ପରିଗଣିତ ଓ୍ବାରେନ ବଫେଙ୍କ କମ୍ପାନୀ ଓ୍ବର୍କଶାୟର ହ୍ୟାଥ୍‌ଓ୍ବେର ଏକ ସହଯୋଗୀ କମ୍ପାନୀ ଡ୍ୟୁରାସେଲ୍‌ ଇଙ୍କ୍‌ ବି.ଏମ୍‌ ଖୈତାନଙ୍କ ଫ୍ଲାଗ୍‌ସିପ୍‌ କମ୍ପାନୀ ଏଭରେଡି ଇଣ୍ଡଷ୍ଟ୍ରିଜ୍‌ର ବ୍ୟାଟେରୀ ଓ ଫ୍ଲାଶ୍‌ଲାଇଟ୍‌ ବ୍ୟବସାୟକୁ କିଣିବ। ଏହି କିଣିବା ଦୌଡରେ ଡ୍ୟୁରାସେଲ୍‌ ଏନର୍ଜାଇଜର ହୋଲ୍ଡିଙ୍ଗ୍ସକୁ ପଛରେ ପକାଇ ଦେଇଛି। ସୂଚନାଥାଉ କି, ଋଣ ବୋଝ ଯୋଗୁ ଦେଶର କେତେକ ଶୀର୍ଷ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌, କିଙ୍ଗ୍‌ଫିଶର୍‌ ଏୟାରଲାଇନ୍ସ, ରିଲାଏନ୍ସ ଟେଲିକମ୍‌ ପ୍ରମୁଖଙ୍କ ଅଣ୍ଟା ଭାଙ୍ଗି ଗଲାଣି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଡ୍ୟୁରାସେଲ୍‌ ୧୬୦୦ରୁ ୧୭୦୦ କୋଟି ଟଙ୍କାରେ ଏଭରେଡିକୁ କିଣିବ। କମ୍ପାନୀର କାରଖାନା, ଯୋଗାଣ ନେଟ୍‌ଓ୍ବର୍କ ଏବଂ ଏଭରେଡି ବ୍ରାଣ୍ଡ୍‌କୁ ଆମେରିକା କମ୍ପାନୀ କିଣିବ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସମ୍ପୂର୍ଣ୍ଣ ଭାବେ ନଗଦରେ ହେବାକୁ ଥିବା ଏହି ସ୍ଲମ୍ପ ସେଲ୍‌ ଡିଲ୍‌କୁ ନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଖୁବଶୀଘ୍ର ଏ ସମ୍ପର୍କରେ ଘୋଷଣା କରାଯିବ। ଏହି କିଣାବିକା ଯୋଗୁ ଏଭରେଡି ଏହାର ଋଣ ପରିଶୋଧ କରିବାକୁ ସୁଯୋଗ ପାଇବ। ସୂଚନାଥାଉ କି, ଏଭରେଡି ସହ ଉଭୟ ଡ୍ୟୁରାସେଲ୍‌ ଏବଂ ଏନର୍ଜାଇଜରର ଆଲୋଚନା ଚାଲିଥିଲା। ଆମେରିକ ଓ ଚାଇନା ବଜାର ପାଇଁ ଏଭରେଡି ବ୍ରାଣ୍ଡ ଅଧିକାର ଏନର୍ଜାଇଜର ନିକଟରେ ରହିଛି। ଉଲ୍ଲେଖ କରାଯାଇପାରେ ଯେ, ସ୍ଲମ୍ପ ସେଲ୍‌ରେ ବିକ୍ରି କରାଯାଉଥିବା ସମ୍ପତ୍ତିକୁ ବିଭିନ୍ନ ଅଂଶରେ ସ୍ବତନ୍ତ୍ର ଭାବେ ମୂଲ୍ୟାଙ୍କନ କରାଯାଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯାତ୍ରୀମାନଙ୍କ ପାଇଁ ଖୁସି ଖବର! ଟ୍ରେନ ଟିକେଟ୍‌ରେ ୭୫% ପର୍ଯ୍ୟନ୍ତ ରିହାତି, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍‌ଲୀ,୧୮।୬: ଭାରତୀୟ ରେଳବାଇ (Indian Railways) ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯାତ୍ରାକୁ ସହଜ, ସୁରକ୍ଷିତ ଏବଂ ଶସ୍ତା କରିବା ପାଇଁ କ୍ରମାଗତ ଭାବେ ପ୍ରୟାସ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri