ଏପିଲେପ୍‌ସି

ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାରରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ଅପସ୍ମାର (ଏପିଲେପ୍‌ସି) ଦିବସ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା…

ସୁସ୍ଥ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ମସ୍ତିଷ୍କର ସ୍ନାୟୁକୋଷଗୁଡ଼ିକ ନିରନ୍ତର ଭାବରେ ପ୍ରତି ସେକେଣ୍ଡରେ ଅନ୍ତତଃ ୮୦ ଥର ଅନ୍ୟ ସ୍ନାୟୁକୋଷଗୁଡ଼ିକୁ ସ୍ନାୟୁ ସଙ୍କେତମାନ ପ୍ରେରଣ କରିଥାନ୍ତି। ଏଭଳି ଅବସ୍ଥାକୁ ମସ୍ତିଷ୍କ ସହଜରେ ସମ୍ଭାଳିନିଏ। ମାତ୍ର ଏପିଲେପ୍‌ସି ନାମକ ରୋଗରେ ଏହି ସ୍ନାୟୁ ସଙ୍କେତ ପ୍ରେରଣର ସଂଖ୍ୟା ୫୦୦ ଥରରୁ ଅଧିକ ହୋଇଯାଏ। ସ୍ନାୟୁକୋଷଗୁଡ଼ିକର ଏଭଳି ଅସ୍ବାଭାବିକ ଅତ୍ୟଧିକ କ୍ରିୟାଶୀଳତା ଯୋଗୁ ପ୍ରକାଶ ପାଏ ବାତ ମାରିବା କି ମୂର୍ଚ୍ଛା ଚାଲିଯିବା ଭଳି ଲକ୍ଷଣ।
‘ଏପିଲେପ୍‌ସି’ ହେଉଛି ରୋଗଟିର ଡାକ୍ତରୀ ନାମ। ଓଡ଼ିଆ ଭାଷାରେ ଏହାକୁ ‘ଅପସ୍ମାର’ କିମ୍ବା ‘ମୃଗୀ’ ରୋଗ ବୋଲି କହନ୍ତି। ଏହା ଏକ ମସ୍ତିଷ୍କ ରୋଗ। ରୋଗଟି ସବୁ ବୟସର ଯେକୌଣସି ବ୍ୟକ୍ତିକୁ ହୋଇପାରେ। ମାତ୍ର ବେଶି ଆକ୍ରାନ୍ତ କରିଥାଏ ପିଲାମାନଙ୍କୁ।
କାହିଁକି ହୁଏ : ଜନ୍ମ ସମୟରେ ପିଲାର ମସ୍ତିଷ୍କ ପାଇଁ ଅମ୍ଳଜାନ ଅଭାବ ହେଲେ, ଦୁର୍ଘଟଣା ଯୋଗୁ ମସ୍ତିଷ୍କରେ ଆଘାତ ଲାଗିଲେ, ଷ୍ଟ୍ରୋକ୍‌ ହେଲେ ମସ୍ତିଷ୍କରେ ଅର୍ବୁଦ ବା ଟ୍ୟୁମର ଜାତ ହେଲେ ଏବଂ ମସ୍ତିଷ୍କରେ ପ୍ରଦାହ ହେଲେ ଏପିଲେପ୍‌ସିର ଶିକାର ହୋଇପଡ଼ିବା ଭଳି ସମ୍ଭାବନା ସୃଷ୍ଟି ହୁଏ। ମାତ୍ର ଅଧିକାଂଶ କ୍ଷେତ୍ରରେ ରୋଗର କୌଣସି କାରଣ ଠଉରାଇ ହୁଏନାହିଁ। ରୋଗର ମଧ୍ୟ ରହିଛି ବଂଶଗତ ପ୍ରଭାବ।
କ’ଣ ହୁଏ : ସାଧାରଣ ଭାବରେ ରୋଗୀଠାରେ ସର୍ବାଙ୍ଗ ବାତ ମାରି ରୋଗୀ ଅଚେତ ହୋଇପଡ଼େ। ବାତ ମାରିବା ହଠାତ୍‌ ଦେଖାଯାଏ। କାହା କାହା କ୍ଷେତ୍ରରେ ବାତ ମାରିବାର ପୂର୍ବ ସୂଚନା ରୋଗୀକୁ ଜଣାପଡ଼ିଯାଏ, ଯେପରିକି କୌଣସି ଗନ୍ଧର ଉପସ୍ଥିତି ନ ଥାଇ ଅସ୍ବାଭାବିକ ଗନ୍ଧ ବାରିବା, ଶବ୍ଦର ସୂଚନା ନ ଥାଇ ଶବ୍ଦ ଶୁଣିପାରିବା, ଜିଭରେ କୌଣସି ସ୍ବାଦ ଅନୁଭବ କରିବା ଇତ୍ୟାଦି। ବାତ ମାରିବା ବେଳେ ହାତଗୋଡ଼ ନାଠି ହୋଇଯାଇପାରେ। ମନକୁ ମନ ଝାଡ଼ା ପରିସ୍ରା ହୋଇଯାଏ । ଜିଭ ବି କାମୁଡ଼ି ହୋଇଯାଇପାରେ। ବାତ ମାରିବା ଲକ୍ଷଣ ସାଧାରଣତଃ ରହିଥାଏ ଅଳ୍ପ କିଛି ସେକେଣ୍ଡରୁ କିଛି ମିନିଟ ପାଇଁ। ତେବେ ବେଳେବେଳେ ଅତି ଗୁରୁତର ଅବସ୍ଥା ଉପୁଜି ପାଞ୍ଚ ମିନିଟରୁ ବେଶି ସମୟ ବାତ ମାରିବା ଚାଲୁ ରହିପାରେ । କାହା କାହା କ୍ଷେତ୍ରରେ ସର୍ବାଙ୍ଗ ବାତ ପ୍ରକାଶ ନ ପାଇ ରୋଗୀର ମୁଣ୍ଡ, ହାତ ଓ ଗୋଡ଼ରେ ସାମୟିକ ତଥା ଅନିୟମିତ ମୃଦୁ ପେଶୀ ସଙ୍କୋଚନ ପ୍ରକାଶ ପାଏ। କିଛି ସେକେଣ୍ଡ ପାଇଁ ରୋଗୀ ବୋକା ଭଳି ଚାହିଁରହେ। ବାତ ମାରିବା ବନ୍ଦ ହୋଇଯିବା ପରେ ରୋଗୀ ଗାଢ଼ ନିଦରେ ଶୋଇଯାଏ। ବାତ ମାରିବା ସମୟରେ ରୋଗୀ ପଡ଼ିଯାଇ ହାଡ଼ ଭାଙ୍ଗିଯିବା, ମସ୍ତିଷ୍କରେ ଗୁରୁତର ଆଘାତ ପାଇବା, ଗାଧୋଇବା ସମୟରେ ବାତମାରି ରୋଗୀ ଜଳରେ ବୁଡ଼ି ମରିଯିବା, ଦୁଇଚକିଆ କି ଚାରିଚକିଆ ଯାନରେ ଯାତ୍ରା କରୁଥିବା ସମୟରେ ବାତ ମାରିଲେ ରୋଗୀ ଦୁର୍ଘଟଣା ଘଟାଇବା ପରି କୁପରିଣାମ ଉପୁଜିପାରେ। ଏପିଲେପ୍‌ସି ରୋଗ ସମ୍ବନ୍ଧରେ ଜନସାଧାରଣଙ୍କ ମନ ଭିତରେ ରହିଛି ଅନେକ ଭୁଲ୍‌ ଧାରଣା। ସେଥିପାଇଁ ରୋଗଗ୍ରସ୍ତ ବ୍ୟକ୍ତିମାନଙ୍କୁ ଅନେକ ସମୟରେ ହେୟଜ୍ଞାନ କରାଯାଇଥାଏ। ସେମାନଙ୍କୁ ଚାକିରି ଦେବା ପାଇଁ ବହୁ ସଂସ୍ଥା କୁଣ୍ଠିତ ହୋଇଥାନ୍ତି। ମାତ୍ର ଏଭଳି ପାତରଅନ୍ତର ଆଦୌ ବାଞ୍ଛନୀୟ ନୁହେଁ କି ବିଜ୍ଞାନସମ୍ମତ ମଧ୍ୟ ନୁହେଁ। ଏପିଲେପ୍‌ସି ରୋଗ ବିଷୟରେ ଭ୍ରାନ୍ତଧାରଣାକୁ ଦୂରକରିବା ଓ ରୋଗ ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାର ଦିନ ପାଳିତ ହୋଇଥାଏ ‘ଇଣ୍ଟରନ୍ୟାଶନାଲ ଏପିଲେପ୍‌ସି ଡେ’ ବା ‘ଅନ୍ତର୍ଜାତୀୟ ଅପସ୍ମାର ଦିବସ’।
ନିର୍ଣ୍ଣୟ, ଚିିକିତ୍ସା : ଏହି ରୋଗ ନିର୍ଣ୍ଣୟ ପାଇଁ ରକ୍ତ ପରୀକ୍ଷା, ଇଇଜି ପରୀକ୍ଷା, ସିଟି ସ୍କାନ୍‌, ଏମ୍‌ଆର୍‌ଆଇ ତଥା ପେଟ ସ୍କାନ୍‌ ଭଳି ପରୀକ୍ଷାର ଆବଶ୍ୟକତା ପଡ଼େ। ବାତ ମାରିବା ବନ୍ଦ କରିପାରୁଥିବା ଔଷଧ ଦେଇ ରୋଗୀର ଚିକିତ୍ସା କରାଯାଏ। ଅନ୍ୟପକ୍ଷରେ ନୂଆଦିଲ୍ଳୀସ୍ଥିତ ଅଲଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ(ଏମ୍‌ସ)ର ସ୍ନାୟୁଶଲ୍ୟ ବିଭାଗର ପ୍ରଫେସର ଭାବରେ କାର୍ଯ୍ୟରତ ଡା. ମମତା ଭୂଷଣ ସିଂ ‘ଲାଇଫ ଲାଇନ୍‌ ଏକ୍ସପ୍ରେସ’ ନାମକ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ସ୍ବତନ୍ତ୍ର ଏପିଲେପ୍‌ସି କ୍ଲିନିକ ଖୋଲି ଏପରି ରୋଗୀଙ୍କର ମାଗଣା ଚିକିତ୍ସା କରିବା ସହ ଏ ନେଇ ଜନସଚେତନତା ସୃଷ୍ଟି କରୁଛନ୍ତି।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬, ୧୧୩୧,
ଅଭିନବ ବିଡ଼ାନାସୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri