ଏନ୍‌ଡିଏ ସରକାର ବିକିବେ ଶସ୍ତା ଏସି

ନୂଆଦିଲ୍ଲୀ,୩୦-୫: ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ଶସ୍ତା ଦରରେ ଲୋକଙ୍କୁ ଏସି ଯୋଗାଇବେ। ସରକାର ଦେଶବାସୀଙ୍କୁ ବଜାର ମୂଲ୍ୟଠାରୁ ୧୫ରୁ ୨୦ ପ୍ରତିଶତ ଶସ୍ତାରେ ଏସି କିଣିବାର ସୁଯୋଗ ଦେବେ। ଏହାକୁ ସରକାରୀ କମ୍ପାନୀ ଇଇଏସ୍‌ଏଲ୍‌ ଲଞ୍ଚ କରିବ। ନିଜ ବଜେଟ ମଧ୍ୟକୁ ଆସୁଥିବା ଏହି ଏସିରେ କମ୍‌ ବିଜୁଳି ଖର୍ଚ୍ଚ ହେବ। ଏହାକୁ ଯେକେହି ଘରେ ବସି ଅନ୍‌ଲାଇନରେ କିଣିପାରିବେ। ନିଜର ପୁରୁଣା ଏସିକୁ ଏକ୍ସଚେଞ୍ଜ କରି ନୂଆ ଏସି ନେବାର ଅଫର୍‌ ଲାଭ ମଧ୍ୟ ପାଇପାରିବେ। ଏହି ଏସିର ବ୍ୟବହାର ଦ୍ୱାରା ବିଜୁଳି ବିଲ୍‌ ପ୍ରାୟ ୩୫ରୁ ୪୦ ପ୍ରତିଶତ କମ୍‌ ହେବ। ଆସନ୍ତା ୧ରୁ ଦେଢ଼ ମାସ ମଧ୍ୟରେ ଏହି ସୁବିଧା ଘୋଷଣା କରାଯିବ। ଖରାପ ହେଲେ ଏଥିପାଇଁ କମ୍ପାନୀ ନିକଟକୁ ଚକ୍କର କାଟିବାକୁ ପଡିବନି। ଅନ୍‌ଲାଇନ ବୁକିଂର ୨୪ ଘଣ୍ଟା ମଧ୍ୟରେ ଘରେ ଏସି ପହଞ୍ଚତ୍ୟିବ। ଏଥିଲାଗି ଇଇଏସ୍‌ଏଲ୍‌ ଜୁଲାଇରୁ ସାଧାରଣ ଗ୍ରାହକଙ୍କ ଲାଗି ମାର୍କେଟ ପ୍ଲେସ୍‌ ଲଞ୍ଚ କରିବ। କମ୍ପାନୀ ଆସନ୍ତା ବର୍ଷକ ମଧ୍ୟରେ ୨ ଲକ୍ଷ ଲୋକଙ୍କୁ ଶସ୍ତା ଏସି ବିକ୍ରି କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି। ତେବେ ଯାହାଙ୍କ ନାଁରେ ବିଜୁଳି ବିଲ୍‌ ଥିବ ସେ ହିଁ ଏହି ଏସିକୁ କିଣିପାରିବେ। ସୂଚନାଯୋଗ୍ୟ ଯେ, ମୋଦି ସରକାର ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଲୋକଙ୍କୁ ଶସ୍ତାରେ ଏଲ୍‌ଇଡି ବଲ୍‌ବ ଓ ଟ୍ୟୁବ୍‌ଲାଇଟ, ପଙ୍ଖା ବାଣ୍ଟି ଥିଲେ। ଇଇଏସ୍‌ଏଲ୍‌ କମ୍ପାନୀ ଦେଶରେ ଏହାକୁ ଉପଲବ୍ଧ କରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri