ଏନ୍‌ଡିଏ ସରକାର ବିକିବେ ଶସ୍ତା ଏସି

ନୂଆଦିଲ୍ଲୀ,୩୦-୫: ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ଶସ୍ତା ଦରରେ ଲୋକଙ୍କୁ ଏସି ଯୋଗାଇବେ। ସରକାର ଦେଶବାସୀଙ୍କୁ ବଜାର ମୂଲ୍ୟଠାରୁ ୧୫ରୁ ୨୦ ପ୍ରତିଶତ ଶସ୍ତାରେ ଏସି କିଣିବାର ସୁଯୋଗ ଦେବେ। ଏହାକୁ ସରକାରୀ କମ୍ପାନୀ ଇଇଏସ୍‌ଏଲ୍‌ ଲଞ୍ଚ କରିବ। ନିଜ ବଜେଟ ମଧ୍ୟକୁ ଆସୁଥିବା ଏହି ଏସିରେ କମ୍‌ ବିଜୁଳି ଖର୍ଚ୍ଚ ହେବ। ଏହାକୁ ଯେକେହି ଘରେ ବସି ଅନ୍‌ଲାଇନରେ କିଣିପାରିବେ। ନିଜର ପୁରୁଣା ଏସିକୁ ଏକ୍ସଚେଞ୍ଜ କରି ନୂଆ ଏସି ନେବାର ଅଫର୍‌ ଲାଭ ମଧ୍ୟ ପାଇପାରିବେ। ଏହି ଏସିର ବ୍ୟବହାର ଦ୍ୱାରା ବିଜୁଳି ବିଲ୍‌ ପ୍ରାୟ ୩୫ରୁ ୪୦ ପ୍ରତିଶତ କମ୍‌ ହେବ। ଆସନ୍ତା ୧ରୁ ଦେଢ଼ ମାସ ମଧ୍ୟରେ ଏହି ସୁବିଧା ଘୋଷଣା କରାଯିବ। ଖରାପ ହେଲେ ଏଥିପାଇଁ କମ୍ପାନୀ ନିକଟକୁ ଚକ୍କର କାଟିବାକୁ ପଡିବନି। ଅନ୍‌ଲାଇନ ବୁକିଂର ୨୪ ଘଣ୍ଟା ମଧ୍ୟରେ ଘରେ ଏସି ପହଞ୍ଚତ୍ୟିବ। ଏଥିଲାଗି ଇଇଏସ୍‌ଏଲ୍‌ ଜୁଲାଇରୁ ସାଧାରଣ ଗ୍ରାହକଙ୍କ ଲାଗି ମାର୍କେଟ ପ୍ଲେସ୍‌ ଲଞ୍ଚ କରିବ। କମ୍ପାନୀ ଆସନ୍ତା ବର୍ଷକ ମଧ୍ୟରେ ୨ ଲକ୍ଷ ଲୋକଙ୍କୁ ଶସ୍ତା ଏସି ବିକ୍ରି କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି। ତେବେ ଯାହାଙ୍କ ନାଁରେ ବିଜୁଳି ବିଲ୍‌ ଥିବ ସେ ହିଁ ଏହି ଏସିକୁ କିଣିପାରିବେ। ସୂଚନାଯୋଗ୍ୟ ଯେ, ମୋଦି ସରକାର ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଲୋକଙ୍କୁ ଶସ୍ତାରେ ଏଲ୍‌ଇଡି ବଲ୍‌ବ ଓ ଟ୍ୟୁବ୍‌ଲାଇଟ, ପଙ୍ଖା ବାଣ୍ଟି ଥିଲେ। ଇଇଏସ୍‌ଏଲ୍‌ କମ୍ପାନୀ ଦେଶରେ ଏହାକୁ ଉପଲବ୍ଧ କରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri