Posted inଜାତୀୟ

ଏଣିକି ଡ୍ରାଇଭରଙ୍କୁ ଶୋଇବାକୁ ଦେବ ନାହିଁ ଇସ୍ରାଏଲ ସେନ୍ସର ଡିଭାଇସ୍‌

ଲକ୍ଷ୍ନୌ,୧୫।୭: ରାଜ୍ୟରେ ବୃଦ୍ଧି ପାଇଥିବା ସଡ଼କ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଗତ କିଛି ଦିନ ତଳେ ଯମୁନା ଏକ୍ସପ୍ରେସ ହାଇଓ୍ବେରେ ହୋଇଥିବା ଦୁର୍ଘଟଣା ଯୋଗୁ ଉତ୍ତରପ୍ରଦେଶ ପରିବହନ ବିଭାଗ ହରଡ଼ଘଣାରେ ପଡ଼ିଯାଇଥିଲା। ତେଣୁ ଏଥିରୁ ବର୍ତ୍ତିବା ପାଇଁ ବିଭାଗ ପକ୍ଷରୁ ଏଭଳି ଏକ ଡିଭାଇସ୍‌ ଉପରେ କାମ କରାଯାଉଛି ଯାହା ଦୁର୍ଘଟଣାକୁ ଅଟକାଇବାକୁ ସକ୍ଷମ ହେବ। ଏହି ନୂଆ କୌଶଳ ଯାତ୍ରା ସମୟରେ ବସ୍‌ରେ ଥିବା ୩ଟି ବଟନ ୟୁପିଏସ୍‌ଆରଟିସି ଡ୍ରାଇଭରଙ୍କୁ ଶୋଇବାକୁ ଦେବ ନାହିଁ। ନିଦ ଆସିବା ମାତ୍ରେ ହିଁ ବସ୍‌ରେ ଲାଗିଥିବା ସେନ୍ସର ଡିଭାଇସ୍‌ରୁ ଆଲାମ ବାଜି ଉଠିବ। ଏଥିସହ ଯଦି ଡ୍ରାଇଭର ଆଳସ୍ୟ ହୁଅନ୍ତି ତେବେ ଏହି ଯନ୍ତ୍ର ପ୍ରତି ୧ କିଲୋମିଟରରେ ତାଙ୍କୁ ଆଲର୍ଟ କରିବ। ଯଦି ବସ୍‌ର ୨୫ମିଟର ଆଗରେ କୌଣସି ଗାଡି ଆସେ ତେବେ ଗ୍ରୀନ୍‌ ଆଲାମ୍‌ ବାଜିବ। ସେହିପରି ୧୨ ମିଟର ଦୂରରେ ପିଙ୍କ୍‌ ଏବଂ କୌଣସି ବାହନ ଗାଡିର ପୂରା ସମ୍ମୁଖକୁ ଆସିଲେ ରେଡ ଆଲାମ୍‌ ବାଜିବ। ଏହି ଡିଭାଇସ୍‌ର ମୂଲ୍ୟ ୨୦ରୁ ୨୫ହଜାର ଟଙ୍କା ବୋଲି ଜଣାପଡ଼ିଛି। ଗତ କିଛି ଦିନ ହେଲା ଗାଜିଆବାଦ ଡିପୋରୁ ଚଳାଚଳା କରୁଥିବା ବସ୍‌ରେ ଏଭଳି ଏକ ଇସ୍ରାଇଲ ଡିଭାଇସ୍‌ର ବ୍ୟବହାର କରାଯାଉଛି। ଯଦି ସବୁ କିଛି ଠିକ୍‌ ଠାକ୍‌ ରହେ ତେବେ ଉତ୍ତରପ୍ରଦେଶ ସରକାର ଏହି ସେନ୍ସରକୁ ଇସ୍ରାଏଲ କମ୍ପାନୀଠାରୁ କିଣିବା ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିିବ ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

ପାକ କରିବ ଆଟମ ବମ ବର୍ଷା, ରାଜନାଥଙ୍କ ବୟାନ ପରେ ଏମିତି କହିଲେ ଫାରୁକ

ନୂଆଦିଲ୍ଲୀ,୬।୫: ଭାରତ ସହିତ କଶ୍ମୀର ଦଖଲ କରିଥିବା ପାକିସ୍ତାନର ଏକୀକରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ...

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri