ଏଟିଏମ୍‌ରୁ ବାହାରୁଛି ଅଧିକ ୫୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ, ୨୭-୨: ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ଗୁଡିକରୁ ଏବେ ୨୦୦୦ ଟଙ୍କିଆ ନୋଟ ତୁଳନାରେ ଅଧିକ ୫୦୦ ଟଙ୍କିଆ ନୋଟ ବାହାରୁ ଥିବା ନଜରକୁ ଆସୁଛି। ୨୦୦୦ ଟଙ୍କିଆ ଭଳି ବଡ ମୂଲ୍ୟର ନୋଟକୁ ବଜାରରୁ ପ୍ରତ୍ୟାହାର ହେବା ଭଳି ପ୍ରତୀୟମାନ ହେଉଛି। ଏଭଳି ବଡ ନୋଟ୍‌ ପ୍ରିଣ୍ଟ ବନ୍ଦ ହୋଇଥିବା ଗତ ବର୍ଷ ରିଜର୍ଭ ବ୍ୟାଙ୍କ ସୂଚନା ଅଧିକାର ଯୋଗୁ ମଗାଯାଇଥିବା ତଥ୍ୟରେ ପ୍ରକାଶ କରିଥିଲା। ଗ୍ରାହକଙ୍କ ସୁବିଧା ଲାଗି ଏଟିଏମ୍‌ରେ କମ୍‌ ମୂଲ୍ୟର ନୋଟ ରଖିବା ନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ବ୍ୟାଙ୍କଗୁଡିକୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଉଚ୍ଚ ପଦସ୍ତ ଅଧିକାରୀ କହିଛନ୍ତି। ମାତ୍ର କେତେକ ବ୍ୟାଙ୍କ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଏଟିଏମ୍‌କୁ ଛୋଟ ନୋଟ ବାହାରିବା ଭଳି ରିକାଲିବ୍ରେଶନ ବା ସୁବିଧା କରିସାରିନେଣି। ଏହି କ୍ରମରେ ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ସମାନ ନୀତି ଆପଣାଉଥିବା ଦେଖାଯାଉଛି। ରାଷ୍ଟ୍ରାୟତ୍ତ ଇଣ୍ଡିଆନ ବ୍ୟାଙ୍କ ଏହାର ଏଟିଏମ୍‌ରେ ୨୦୦୦ ଟଙ୍କିଆ ନୋଟ ନ ଛାଡିବା ଲାଗି ସ୍ପଷ୍ଟ କରିସାରିଛି। ଏଟିଏମ୍‌ରେ ୨୦୦୦ ଟଙ୍କିଆ ନୋଟ ବନ୍ଦ କରିବା ନେଇ କୌଣସି ନିର୍ଦ୍ଦେଶ ଅର୍ଥ ମନ୍ତ୍ରଣାଳୟ ଦେଇ ନ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି।
୨୦୧୬-୧୭ରେ ରିଜର୍ଭ ବ୍ୟାଙ୍କ ୩୫୪୨.୯୯୧ ନିୟୁତ ୨୦୦୦ ଟଙ୍କିଆ ନୋଟ ଛାପିଥିଲା। ୨୦୧୭-୧୮ରେ ଏହା ୧୧୧.୫୦୭ ନିୟୁତ ଏବଂ ୨୦୧୮-୧୯ରେ ଏହା ୪୬.୬୯୦ ନିୟୁତକୁ ଖସିଛି। ଏଥିରୁ ଜଣାପଡୁଛି ଯେ, ଧିରେ ଧିରେ ଏହି ନୋଟଗୁଡିକ କମ୍‌ ବଜାରକୁ ଆସୁଛି। କଳାଟଙ୍କାକୁ କମାଇବା ଏବଂ ଜମାଖୋର ରୋକିବା ଲାଗି ସରକାର ଏଭଳି କରୁଥିବା କେହି କେହି କହୁଛନ୍ତି। ୨୦୦୦ ଟଙ୍କିଆ ନୋଟ ହଟାଇବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ଡିସେମ୍ବରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ। ଏଣୁ ଏହାକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ମତ ଦେଇଥିଲେ। ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ପ୍ରଚଳନରେ ୨୨.୩୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ନୋଟ ରହିଛି। ଏହା ୪ ନଭେମ୍ବର ୨୦୧୬ରେ ୧୭.୭୪ ଲକ୍ଷ କୋଟି ଟଙ୍କା ରହିଥିଲା। ଅକ୍ଟୋବର ୨୦୧୪ ଠାରୁ ଅକ୍ଟୋବର ୨୦୧୬ ମଧ୍ୟରେ ନୋଟ ପ୍ରଚଳନର ବାର୍ଷିକ ହାର ୧୪.୫୧% ରହିଛି। ଏହି ହିସାବକୁ ଦେଖିଲେ ବର୍ତ୍ତମାନ ୨୫.୦୪ ଲକ୍ଷ କୋଟି ଟଙ୍କାର ନୋଟ ଏବେ ପ୍ରଚଳନରେ ରହିବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri