ଏଟିଏମ୍‌ ବ୍ୟବହାର ଲାଗି ପଡିବ ଅଧିକ ଚାର୍ଜ

ନୂଆଦିଲ୍ଲୀ,୧-୫: ଚଳିତ ବର୍ଷ ଅଧାରୁ ଅଧିକ ଏଟିଏମ୍‌ ବନ୍ଦ ହୋଇଯିବ ବୋଲି କନଫେଡେରେଶନ ଅଫ୍‌ ଏଟିଏମ୍‌ ଇଣ୍ଡଷ୍ଟ୍ରି(ସିଏଟିଏମ୍‌ଆଇ) ଗତବର୍ଷ ଚେତାବନୀ ଦେଇଥିଲା। ଏହାର ରିପୋର୍ଟ ଅନୁଯାୟୀ, ଦଶରେ ପ୍ରାୟ ୨ ଲକ୍ଷ ୩୮ ହଜାର ଏଟିଏମ୍‌ ରହିଛି ଏବଂ ତନ୍ମଧ୍ୟରୁ ପ୍ରାୟ ୧ ଲକ୍ଷ ୧୩ ହଜାର ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବନ୍ଦ ହୋଇଯିବା କଥା। କାରଣ ଏଟିଏମ୍‌ ମେଣ୍ଟେନାନ୍ସ ଖର୍ଚ୍ଚ ବଢ଼ିଯାଇଛି। ଗ୍ରାହକଙ୍କ ଦ୍ୱାରା କରାଯାଉଥିବା ଟ୍ରାଞ୍ଜାକଶନରୁ ଏହି ଖର୍ଚ୍ଚ ତୁଲାଇ ହେଉ ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ ଏଟିଏମ୍‌ ବନ୍ଦ ନ କରି ବରଂ ଗ୍ରାହକଙ୍କ ଉପରେ ଅଧିକ ବୋଝ ପକାଇବାକୁ ବିଚାର ଚାଲିଛି। ଏଟିଏମ୍‌ ବ୍ୟବହାର ଚାର୍ଜ ବଢ଼ାଇବାକୁ ଯୋଜନା ହେଉଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଅର୍ଥାତ୍‌ ଏଟିଏମ୍‌ ବ୍ୟବହାର ପାଇଁ ଏଣିକି ଗ୍ରାହକଙ୍କଠାରୁ ପୂର୍ବାପେକ୍ଷା ଅଧିକ ଚାର୍ଜ ଆଦାୟ କରାଯିବ। ପ୍ରାପ୍ତ ସୂଚନାନୁଯାୟୀ, ପ୍ରାୟ ୧୦ରୁ ୧୫% ଅଧିକ ଚାର୍ଜ ଦେବାକୁ ପଡିପାରେ। ଏ ସମ୍ପର୍କରେ ମନ୍ତବ୍ୟ ଦେଇ ଅନ୍ୟତମ ଏଟିଏମ ପରିଚାଳନା କମ୍ପାନୀ ଏସିଆ ପାସିଫିକ୍‌ ୟୁରୋନେଟ ସର୍ଭିସର ଭାରତ ପାଇଁ ଏମ୍‌ଡି ହିମାଂଶୁ ପୁଜାରା କହିଛନ୍ତି ଯେ, ପୂର୍ବରୁ ଏଟିଏମ୍‌ର ବୃଦ୍ଧି ପାଉଥିବା ଦରକୁ ମୁଣ୍ଡାଇବା ଲାଗି କୌଣସି ବ୍ୟାଙ୍କ ରାଜି ହେଉ ନ ଥିଲେ। ଏବେ ଏହା ଉପରେ ସେମାନେ ବିଚାର କରିବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri