ନୂଆଦିଲ୍ଲୀ,୨୧-୫: ଭାରତୀୟ ଉଦ୍ୟୋଗ ଜଗତ ସୋମବାର ଏକ୍ଜିଟ୍ ପୋଲ୍କୁ ନେଇ ଚୁପ୍ ରହିଛି। କେହି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ରବିବାର ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ସରିବା ପରେ ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ ଏକ୍ଜିଟ୍ ପୋଲ୍ ଜାରି କରାଯାଇଥିଲା। ତଦନୁଯାୟୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ଏଥିରେ ଦର୍ଶାଯାଇଛି। ତେବେ ନିର୍ବାଚନ ଫଳାଫଳ ଆସନ୍ତା ୨୩ରେ ପ୍ରକାଶ ପାଇବ। ଏ ସମ୍ପର୍କରେ ପ୍ରମୁଖ ଉଦ୍ୟୋଗ ଜଗତ ପ୍ରତିନିଧି ଫିକି, ଭାରତୀୟ ଉଦ୍ୟୋଗ ମହାସଂଘ(ସିଆଇଆଇ) ତଥା ଆସୋଚାମ୍ କୌଣସି ଟିପ୍ପଣୀ ଦେବାରୁ ଦୂରେଇ ରହିଛି। ଗୋଟିଏ ଉଦାହରଣରୁ ଏହା ସହଜରେ ବୁଝି ହେବ। ଚଳିତ ସପ୍ତାହରେ କ’ଣ କରିବାକୁ ହେବ ବୋଲି ମହିନ୍ଦ୍ରା ଗ୍ରୁପ୍ର ମୁଖ୍ୟ ଅର୍ଥନୀତିଜ୍ଞ ସଚ୍ଚିଦାନନ୍ଦ ଶୁକ୍ଲା ଟୁଇଟ୍ ଜରିଆରେ ପ୍ରଶ୍ନ ପଚାରିବାରୁ ଏହାର ଉତ୍ତରରେ ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଚଳିତ ସପ୍ତାହରେ ଆମର ଏକମାତ୍ର ଗୋଟିଏ ଦିଗ ପ୍ରତି ନଜର ରହିଛି ବୋଲି ଉତ୍ତର ଦେଇଥିଲେ। ତାଙ୍କର ସ୍ପଷ୍ଟ ସଙ୍କେତ ମେ ୨୩ର ନିର୍ବାଚନ ଫଳାଫଳ ଆଡକୁ ଦର୍ଶାଉଛି। ଉଦ୍ୟୋଗ ଜଗତର ଅନ୍ୟତମ ପ୍ରତିନିଧି ପିଏଚ୍ଡିସିଆଇ ଅଧ୍ୟକ୍ଷ ରାଜୀବ ତଲଓ୍ବାର କହିଛନ୍ତି ଯେ, ଭାରତରେ ସମସ୍ତଙ୍କୁ ଜନତା ଜନାର୍ଦ୍ଦନଙ୍କ ଇଚ୍ଛାକୁ ସମ୍ମାନ ଦେବା ଉଚିତ୍। ଯଦି ମତଦାତାଙ୍କୁ ଲାଗୁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଥର ଲାଗି ନିର୍ବାଚିତ କରିବା ଆବଶ୍ୟକ, ତେବେ ଅନ୍ୟ କୌଣସି ବିଚାର ସହ ତୁଳନା କରିବା ଅନୁଚିତ ହେବ। ଯେତେବେଳେ ଦେଶର ମତଦାତା ଚାହିଁଛନ୍ତି, ସେମାନେ ସରକାର ବଦଳାଇ ଦେଇଛନ୍ତି। ଏଭଳି ସ୍ଥିତିରେ ମୋଦିଙ୍କୁ ଦ୍ୱିତୀୟଥର ଲାଗି ନିର୍ବାଚିତ କରାଗଲେ ଏହା ଦେଶର ଅର୍ଥନୀତି ପ୍ରତି ଭଲ ହେବ। ଅନ୍ୟପକ୍ଷରେ ଆର୍ପିଜି ଏଣ୍ଟରପ୍ରାଇଜେର୍ସ ଅଧ୍ୟକ୍ଷ ହର୍ଷ ଗୋଏଙ୍କା କହିଛନ୍ତି ଯେ, ଏହା ନିଶ୍ଚିତ ଯେ, ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ନାମର ପ୍ରଥମ ଅକ୍ଷର ‘ଏନ୍’ରୁ ଆରମ୍ଭ ହେବ। ବ୍ରୋକରେଜ କମ୍ପାନୀ ଏଡଲଭାଇସ ସିକ୍ୟୁରିଟିଜ ପକ୍ଷରୁ କୁହାଯାଇଛି ଯେ, ଏନ୍ଡିଏ ସରକାରଙ୍କୁ ସ୍ପଷ୍ଟ ବହୁମତ ମିଳିଲେ ବଜାରରେ ଉତ୍ସାହ ବୃଦ୍ଧି ପାଇବ ଏବଂ ନୀତିଗତ ନିଷ୍ପତ୍ତିରେ ଧାରାବାହିକତା ବଜାୟ ରହିବ। ଅପରପକ୍ଷରେ କୋଟାକ୍ ଇନ୍ଷ୍ଟିଚ୍ୟୁଶନାଲ ସିକ୍ୟୁରିଟିଜ ପକ୍ଷରୁ ସୋମବାର ଏକ ବିବୃତି ଜାରି କରି କୁହାଯାଇଛି ଯେ, ନିର୍ବାଚନ ଫଳାଫଳ ବଜାରର ଆଶା ଅନୁରୂପ ଆସିଲେ ୨୩ ପରେ କିଛି ସମୟ ପାଇଁ ସେନ୍ସେକ୍ସରେ ବୃଦ୍ଧି ଦେଖିପାରିବା।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

