ଏକା ସମୟରେ କାମ ଆରମ୍ଭ କରିବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ,୧୧-୮: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଆଗାମୀ ଦିନରେ ସମାନ ସମୟରେ କାମ ଆରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ସଂସ୍କାରମୂଳକ କାର୍ଯ୍ୟକ୍ରମ ଅଧୀନରେ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ସକାଳ ୯ରୁ ୩ଟା, ୧୦ଟାରୁ ୪ ଟା ଅଥବା ୧୧ଟାରୁ ୫ ଟା ୬ ଘଣ୍ଟିଆ ବ୍ୟାଙ୍କିଙ୍ଗ କାରବାର ପାଇଁ ଏକ ବ୍ୟାଙ୍କର କମିଟି ପକ୍ଷରୁ ସୁପାରିସ୍‌ କରାଯାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଏହି ତିନୋଟି ସମୟସୀମା ମଧ୍ୟରୁ ଯେକୌଣସି ଗୋଟିଏକୁ ସାରା ଦେଶରେ ଅନୁସରଣ କରିବା ଲାଗି କମିଟି ତା’ର ସୁପାରିସ୍‌ କରିଛନ୍ତି। ଇଣ୍ଡିଆନ ବ୍ୟାଙ୍କ୍‌ସ ଆସୋସିଏଶନ ସିଇଓ ଭି.ଜି.କାନନ କହିଛନ୍ତି ଯେ, ତିନୋଟି ସମୟସୀମା ପ୍ରସ୍ତାବ ଦିଆଯାଇଛି। ତେବେ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ଯେକୌଣସି ଗୋଟିଏ ସମୟସୀମାକୁ ଆପଣାଇବାକୁ ହେବ। ଗୋଟିଏ ଅଞ୍ଚଳରେ ଗୋଟିଏ ବ୍ୟାଙ୍କ ଶାଖା ସକାଳ ୮ଟାରେ ଅନ୍ୟ ଏକ ବ୍ୟାଙ୍କ ଶାଖା ସକାଳ ୧୦ଟାରେ ଯେପରି ନ ଖୋଲିବ, ତାହାକୁ ରୋକିବା ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଆବାସିକ ଅଞ୍ଚଳରେ ବ୍ୟାଙ୍କ ଶାଖା ସକାଳ ୮ଟାରେ ଅଥବା ସନ୍ଧ୍ୟାରେ ଖୋଲା ରଖିହେବ। ତେବେ ଏହା ସମାନ ସମୟସୀମା ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ସେ କହିଛନ୍ତି ଯେ, ଅଧିକାଂଶ ବାଣିଜି୍ୟକ ବ୍ୟାଙ୍କ ସକାଳ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଖୋଲିଯାଉଛି। ସେ କହିଛନ୍ତି ଯେ, ସମାନ ସମୟ ଲାଗୁ କରିବା ନେଇ ବ୍ୟାଙ୍କଗୁଡ଼ିକ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ସହ ଆଲୋଚନା କରିବାକୁ ହେବ। ଏନେଇ ସେମାନଙ୍କ ଉପରେ ନିଷ୍ପତ୍ତି ଲଦି ଦିଆଯିବ ନାହିଁ। ସୂଚନାଥାଉ କି, ଚଳିତବର୍ଷ ଜୁନ୍‌ରେ ଅର୍ଥ ମନ୍ତ୍ରଣାଳୟ ସହ ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ(ଆଇବିଏ)ର ବୈଠକ ବେଳେ ଏଭଳି ଏକ ଯୋଜନା ସମ୍ପର୍କରେ ପ୍ରସ୍ତାବ ଦିଆଯାଇଥିଲା। ଏ ସମ୍ପର୍କରେ ସୁପାରିସ୍‌ କରିବାକୁ ଆଇବିଏ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଜୁନ ୨୪ରେ ଏକ ସବ୍‌ କମିଟି ଗଠନ କରାଯାଇଥିଲା। ଅଗଷ୍ଟ ପହିଲାରେ ବସିଥିବା ବୈଠକରେ ସବ୍‌ କମିଟି ନିଜ ଆଡୁ ନିଷ୍ପତ୍ତି ନ ନେଇ ଶୀର୍ଷ ବ୍ୟାଙ୍କ ମ୍ୟାନେଜରଙ୍କ ଉପରେ ଏହି ଦାୟିତ୍ୱ ଅର୍ପଣ କରିଥିଲେ। ଜିଲାସ୍ତରରେ ବ୍ୟାଙ୍କ କମିଟି ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନେବାକୁ ସେମାନଙ୍କୁ କୁହାଯାଇଥିଲା। ସେମାନେ ନିଷ୍ପତ୍ତି ନେବା ପରେ ଏହାକୁ ସାରା ଦେଶରେ ଲାଗୁ କରାଯିବ। ଫଳରେ ସାରା ଦେଶରେ ଗୋଟିଏ ସମୟରେ ବ୍ୟାଙ୍କ ଖୋଲିବ।


Enter your email to get our daily news in your inbox.

All Right Reserved By Dharitri.Com

ପିଆଜ ରପ୍ତାନି ଉପରୁ ହଟିଲା କଟକଣା

ଭୁବନେଶ୍ୱର,୫।୫(ଅନୁରାଧା ମହାରଣା): ଘରୋଇ ବଜାରରେ ପିଆଜ ଦରବୃଦ୍ଧିରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ପୂର୍ବରୁ ପିଆଜ ରପ୍ତାନି ଉପରେ ସରକାର...

ଉତ୍କଳ ହସ୍ପିଟାଲରେ ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର,୫।୫ (ଅଭୟ ଦାଶ):ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ନୀଳାଦ୍ରି ବିହାରସ୍ଥିତ ଉତ୍କଳ ହସ୍ପିଟାଲରେ ରାଜ୍ୟର ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରି ସଫଳତାର...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୪।୫: ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୧୫.୬୨% ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କାରେ ପହଞ୍ଚତ୍ଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri