ଏଇ ଭାରତରେ

ସ୍କୁଲ ଯିବାକୁ କେତେକ ପିଲା ଅମଙ୍ଗ ହୋଇଥାନ୍ତି। ତେବେ ମଧ୍ୟପ୍ରଦେଶ ଭୋପାଳର ଜଣେ ଛାତ୍ରୀ ୧୨ ବର୍ଷ ମଧ୍ୟରେ କୌଣସି ଗୋଟିଏ ବି ଦିନ ସ୍କୁଲ ବନ୍ଦ କରିି ନାହାନ୍ତି। ସବୁଦିନ ସ୍କୁଲ ଯାଇ ସେ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ସ୍ଥାନୀୟ ବାଲାଜୀପୁରମ୍‌ର ବାସିନ୍ଦା ମୁକୁଲ ଦାସଙ୍କ କନ୍ୟା ମାନସୀ ଏହି ରେକର୍ଡ କରିଛନ୍ତି। ସେ ପିପିଲାନୀସ୍ଥିତ ସେଣ୍ଟ୍‌ ଥେରେସା ଗଲର୍‌ସ ସ୍କୁଲରେ ଅଧ୍ୟୟନ କରୁଥିଲେ। ସେ ଦ୍ୱାଦଶ ଶ୍ରେଣୀ ସିବିଏସଇ ପରୀକ୍ଷାରେ ସାଇନ୍ସ ପାଠ୍ୟକ୍ରମରେ ୯୩.୬ ପ୍ରତିଶତ ନମ୍ବର ରଖି ପାସ୍‌ କରିବା ସହିତ ଜେଇଇରେ ୯୮.୨ ପ୍ରତିଶତ ନମ୍ବର କରିଛନ୍ତି। ୨୦୦୦ ଅକ୍ଟୋବର ୧୯ରେ ଜନ୍ମ ହୋଇଥିବା ମାନସୀ ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ପଢୁଥିଲେ। ପାଠପଢ଼ା ଜୀବନରେ ସେ ୨୫୧୦ ଦିନ ସ୍କୁଲ ଯାଇଛନ୍ତି। ଚତୁର୍ଥ ଶ୍ରେଣୀରେ ପଢ଼ୁଥିବାବେଳେ ଦୁର୍ଘଟଣା ଯୋଗୁ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ମଧ୍ୟ ମାନସୀ ସ୍କୁଲ ବନ୍ଦ କରି ନ ଥିଲେ। ସେହିପରି ପଞ୍ଚମରେ ପଢୁଥିବା ସମୟରେ ମାନସୀଙ୍କୁ ମ୍ୟାଲେରିଆ ହୋଇଥିଲା। ତଥାପି ସେ ଗୋଟିଏ ଦିନ ବି ସ୍କୁଲ ବନ୍ଦ କରି ନ ଥିଲେ ବୋଲି ପିତା ମୁକୁଲ କୁହନ୍ତି। ସେମାନେ କୋଲ୍‌କାତାର ମୂଳ ବାସିନ୍ଦା। ମୁକୁଲ ଏକ ଘରୋଇ କମ୍ପାନୀରେ ଭୋପାଳରେ କାମ କରନ୍ତି। କେବଳ ଖରାଦିନ ଛୁଟିରେ ସେମାନେ କୋଲ୍‌କାତା ଆସିଥାନ୍ତି ବୋଲି ମୁକୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?