ଋଣପ୍ରଦାନକାରୀଙ୍କ ‘ପ୍ଲାନ-ବି’ପ୍ରସ୍ତୁତ;ଆଇବିସି ବଦଳରେ ଡିଆର୍‌ଟି ଆପଣାଯିବ

ନୂଆଦିଲ୍ଲୀ,୨୨-୪: ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜର ଅଂଶଧନ ବିକ୍ରି କରି ବକେୟା ଋଣ ଆଦାୟ ଲାଗି ଉଦ୍ୟମ କରୁଥିବା ଏସ୍‌ବିଆଇ ନେତୃତ୍ୱାଧୀନ ଋଣପ୍ରଦାନକାରୀ ବିଡ୍‌ ପ୍ରକ୍ରିୟା ଆହ୍ବାନ କରିଛନ୍ତି। ତେବେ ଏହା ସଫଳ ନ ହେଲେ ସେମାନେ ଏଥିପାଇଁ ପ୍ଲାନ-ବି ପ୍ରସ୍ତୁତ କରିଛନ୍ତି। ଦେବାଳିଆ ସମାଧାନ ପ୍ରକ୍ରିୟା(ଆଇବିସି) ବାହାରେ ମାମଲାର ସମାଧାନ କରିବାକୁ ଡିଆର୍‌ଟି(ଡେବ୍ଟ ରିକଭରୀ ଟ୍ରିବ୍ୟୁନାଲ) ଆପଣାଇବାକୁ ସେମାନେ ପ୍ରସ୍ତୁତ ହେଲେଣି।

ବିଶ୍ୱସ୍ତ ସୂତ୍ରରୁ ପ୍ରାପ୍ତ ସୂଚନାନୁଯାୟୀ, ଜେଟ୍‌ର ଅଂଶଧନ ବିକ୍ରି କରିବା ଲାଗି ଯଥାସମ୍ଭବ ପ୍ରୟାସ କରାଯାଉଛି। ତେବେ ଡିଆର୍‌ଟି ସେମାନଙ୍କ ପାଇଁ ଶେଷ ବିକଳ୍ପ କୁହାଯାଉଛି। ବ୍ୟାଙ୍କିଙ୍ଗ ଶିଳ୍ପ ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଡିଆର୍‌ଟି ଏକ ସାମାନ୍ୟ ଋଣ ଅସୁଲ ପ୍ରକ୍ରିୟା। କମ୍ପାନୀ ନିକଟରେ ଥିବା ୧୬ ବିମାନ ଏବଂ କିଛି ସମ୍ପତ୍ତି ପୂର୍ବରୁ ହିଁ ବନ୍ଧା ପଡ଼ିଛି। ତେବେ ଡିଆର୍‌ଟି ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ସଂସ୍ଥାକୁ ନିଜ ଗ୍ରାହକଙ୍କଠାରୁ ଋଣ ଅସୁଲ କରିବାରେ ସହାୟତା କରିଥାଏ। ବକେୟା ଅସୁଲ ଲାଗି ଜେଟ୍‌ ଏୟାରଓ୍ବେଜକୁ ଏନ୍‌ସିଏଲ୍‌ଟି ହାତରେ ଟେକି ଦେବାକୁ ଋଣପ୍ରଦାନକାରୀ ଇଚ୍ଛୁକ ଥିବା ପୂର୍ବରୁ କୁହାଯାଉଥିଲା। ବର୍ତ୍ତମାନ ଜେଟ୍‌ ଉପରେ ପ୍ରାୟ ୮୫୦୦ କୋଟି ଟଙ୍କାର ଋଣ ରହିଛି। ବ୍ୟାଙ୍କ ଦ୍ୱାରା ଜରୁରୀ ପାଣ୍ଠି ଯୋଗାଣ ନ ହେବାରୁ କମ୍ପାନୀ ନିଜ କାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଡିଆର୍‌ଟି ମାଧ୍ୟମରେ ଜେଟ୍‌ର ବିମାନ ଓ ଅନ୍ୟ ସମ୍ପତ୍ତି ବିକ୍ରିରୁ ଉଚିତ୍‌ ମୂଲ୍ୟ ମିଳିବାର ସମ୍ଭାବନା ରହିଛି। ୪ଟି କମ୍ପାନୀ ଏଟିହାଦ ଏୟାରଓ୍ବେଜ, ଟିପିଜି କ୍ୟାପିଟାଲ, ଇଣ୍ଡିଗୋ ପାର୍ଟନର୍ସ ଏବଂ ରାଷ୍ଟ୍ରୀୟ ନିବେଶ ଏବଂ ଭିତ୍ତିଭୂମି ଢାଞ୍ଚା ପାଣ୍ଠି(ଏନ୍‌ଆଇଆଇଏଫ୍‌) ଜେଟ୍‌ର ଅଂଶଧନ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରାରମ୍ଭିକ ନିଲାମଧାରୀଙ୍କ ସମ୍ପର୍କରେ ଚୂଡ଼ାନ୍ତ ତଥ୍ୟ ମେ ୧୦ରେ ମିଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଲମ୍ୱା ଲାଇନରୁ ମିଳିବ ମୁକ୍ତି, ଏଟିଏମ କାର୍ଡରେ ମିଳିବ……

ନୂଆଦିଲ୍‌ଲୀ,୨୩।୬: ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ…

ଶେୟାର ମାର୍କେଟ୍‌ କ୍ରାଶ୍‌: ୫ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୩।୬: ଦକ୍ଷିଣ କୋରିଆ ବଜାରରେ ତୀବ୍ର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ପଡ଼ିଛି। BSE ସେନସେକ୍ସ ପ୍ରାୟ ୬୦୦-୭୦୦ ପଏଣ୍ଟ ହ୍ରାସ ପାଇଛି। NSE ନିଫ୍ଟି …

ମାତ୍ର ୫୦ ଟଙ୍କା ନିବେଶ କଲେ ମିଳିବ ୩୫ ଲକ୍ଷର ଦମଦାର୍‌ ରିଟର୍ନ; ଆପଣଙ୍କୁ ଧନୀ କରିବ ପୋଷ୍ଟ ଅଫିସର ଏହି ଯୋଜନା

ଭୁବନେଶ୍ୱର, ୨୩।୬: ମାସ ଶେଷରେ ଦରମା ବା ପାରିଶ୍ରମିକ ଯାହା ବି ହେଉ ନା କାହିଁକି, ସଞ୍ଚୟ କରିବା ନିହାତି ଜରୁରୀ ଯେପରି ଭବିଷ୍ୟତରେ ଆବଶ୍ୟକତା ସମୟରେ…

IRCTC New Rules: ବଦଳିଲା ତତ୍କାଳ ଟିକେଟ ବୁକିଂ ନିୟମ: ଏବେ ଆଧାର କାର୍ଡ ବିନା ହେବନି କୌଣସି କାମ

ନୂଆଦିଲ୍ଲୀ,୨୨।୬: ଆଜିକାଲି ସମୟରେ ଟ୍ରେନ ଟିକେଟ ମିଳିବା ବହୁତ କଷ୍ଟକର ହୋଇପଡ଼ିଛି। ପର୍ବପର୍ବାଣୀ ସମୟରେ ଯଦି ଘରକୁ ଯିବାକୁ ଥାଏ, ତେବେ ଟିକେଟ ଆଦୌ ମିଳିନଥାଏ। ଏଭଳି…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri