ଋଣ ଦେବା ନାଁରେ ୫ ଲକ୍ଷ ଠକେଇ : କମ୍ପାନୀ ମାଲିକଙ୍କୁ ପୋଲିସ ଜିମାଦେଲେ ଜମାକାରୀ

ତିହିଡ଼ି, ୧୩।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବିଭିନ୍ନ ଗ୍ରାମର ୩୯ ସ୍ବୟଂସହାୟକ ଗୋଷ୍ଠୀକୁ ଋଣ ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ ହୋଇଥିବା ଶନିବାର ତିହିଡ଼ି ଥାନାରେ ଅଭିଯୋଗ କରାଯାଇଛି। ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଜଣେ ବ୍ୟକ୍ତି ଏକ କମ୍ପାନୀ ଖୋଲି ଏହି ଟଙ୍କା ଠକି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ତେବେ ଜମାକାରୀମାନେ କୌଶଳକ୍ରମେ ଉକ୍ତ କମ୍ପାନୀ ମାଲିକଙ୍କୁ ଧରିଆଣି ପୋଲିସରେ ଜିମା ଦେଇଛନ୍ତି। କମ୍ପାନୀ ମାଲିକ ଏଜେଣ୍ଟ ଭାବେ ନିଯୁକ୍ତି ଦେଇଥିବା ସିନ୍ଦୋଳ ପଞ୍ଚାୟତ ନୂଆସାହି ଗ୍ରାମର ସୁଲୋଚନା ମଳିକ ଏ ନେଇ ତିହିଡ଼ି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କମ୍ପାନୀ ମାଲିକଙ୍କୁ ଥନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।
ଅଭିଯୋଗରେ ଦର୍ଶାଯାଇଛି ଯେ, ମଙ୍ଗଳପୁର ଗ୍ରାମର ଜଣେ ବ୍ୟକ୍ତି ୬ ମାସ ତଳେ ନୂଆସାହି ଗ୍ରାମରେ ପହଞ୍ଚତ୍ଥିଲେ। ସେ ଗ୍ରାମର ସ୍ବୟଂସହାୟକ ଗୋଷ୍ଠୀର ସୁଲୋଚନାଙ୍କୁ ଋଣ ଦେବାର ପ୍ରଲୋଭନ ଦେଖାଇ ଖୋଲିଥିବା କମ୍ପାନୀର ଏଜେଣ୍ଟ ଭାବେ ନିଯୁକ୍ତି ଦେଇଥିଲେ। ପରେ ସେହି ବ୍ୟକ୍ତି ଏକ କମ୍ପାନୀ ନଁାରେ ବିଭିନ୍ନ କାଗଜପତ୍ର ଛପାଇଥିଲେ। ଉକ୍ତ କାଗଜପତ୍ର ମାଧ୍ୟମରେ ସୁଲୋଚନା ବିଭିନ୍ନ ଗ୍ରାମର ସ୍ବୟଂସହାୟକ ଗୋଷ୍ଠୀରୁ ଟଙ୍କା ଆଦାୟ କରିଥିଲେ। ଟଙ୍କା ଜମା କରିବାର କିଛିମାସ ପରେ କମ୍ପାନୀରୁ ଋଣ ମିଳିବ ବୋଲି ବ୍ୟକ୍ତି ଜଣଙ୍କ ତାଙ୍କୁ କହିଥିଲେ। ସୁଲୋଚନା ୩୯ଟି ଗ୍ରୁପ୍‌ଠାରୁ ୫ ଲକ୍ଷ ଟଙ୍କା ଆଦାୟ କରି ତାଙ୍କୁ ଦେଇଥିଲେ। ଋଣ ନ ମିଳିବାରୁ ସୁଲୋଚନାଙ୍କ ମନରେ ସନ୍ଦେହ ଉପୁଜିଥିଲା। ସେ ମଙ୍ଗଳପୁରକୁ ଯାଇ କମ୍ପାନୀ କାର୍ଯ୍ୟାଳୟ ଖୋଜି ପାଇ ନ ଥିଲେ। ସେହି ବ୍ୟକ୍ତି ତାଙ୍କୁ ଭଦ୍ରକ ବନ୍ତସ୍ଥିତ ଏକ କମ୍ପାନୀରୁ ଋଣ ମିଳିବ ବୋଲି କହିଥିଲେ। ସୁଲୋଚନା ବନ୍ତ କମ୍ପାନୀ କାର୍ଯ୍ୟାଳୟକୁ ଯିବାପରେ ସେହି ନାମରେ କେହି କର୍ମଚାରୀ ନ ଥିବା ସେଠାରେ କୁହାଯାଇଥିଲା। ପରେ ସୁଲୋଚନା ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଶନିବାର ସକାଳେ ସେ କେତେକ ବ୍ୟକ୍ତିଙ୍କ ସହ ମଙ୍ଗଳପୁର ଯାଇ ଉକ୍ତ ଠକ ବ୍ୟକ୍ତିଙ୍କୁ କୌଶଳକ୍ରମେ ନୂଆସାହି ଗ୍ରାମକୁ ଡାକି ଆଣିଥିଲେ। ପରେ ଜମାକାରୀମାନେ ତାଙ୍କୁ ତିହିଡ଼ି ଥାନାକୁ ନେଇ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜମାକାରୀମାନେ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?