‘ଉମଙ୍ଗ’ରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମୋବାଇଲ୍‌ ଆପ୍‌ ମାଧ୍ୟମରେ ମିଳିବ ପାଣିପାଗର ଆଗୁଆ ସୂଚନା। ଏଣିକି ଘରେ ବସି ଜାଣିହେବ ପାଣିପାଗର ଟିକିନିଖି ସୂଚନା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ୨୦୧୭ରେ ପ୍ରସ୍ତୁତ ହୋଇଥିବା ଉମଙ୍ଗ ଆପ୍‌ରେ ଏବେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରକୁ ଯୋଡ଼ାଯାଇଛି। ନିଜ ଅଞ୍ଚଳର ବର୍ଷା ପବନ ସହ ତାପମାତ୍ରା ଏବଂ ଆଦ୍ରତା ସମ୍ପର୍କରେ ଏହି ଆପ୍‌ରୁ ଅତି ସହଜରେ ତଥ୍ୟ ମିଳିପାରିବ। ଏଥିରେ ପ୍ରାୟ ୧୫୦ଟି ଦେଶର ପାଣିପାଗ ସୂଚନା ଉପଲବ୍ଧ ରହିଥିବାବେଳେ ଯେକୌଣସି ମୁହୁର୍ତ୍ତରେ ସବୁ ସ୍ଥାନର ପାଣିପାଗ ସୂଚନା ଏଥିରୁ ମିଳିପାରିବ। ସେହିଭଳି ଦିନକୁ ୮ଥର ପାଣିପାଗ କେନ୍ଦ୍ର ପକ୍ଷରୁ ଉମଙ୍ଗରେ ପାଣିପାଗ ସୂଚନା ଅପ୍‌ଡେଟ୍‌ କରାଯିବ। ୪୫୦ଟି ସହରର ସୂଚନା ଦିନକରେ ୨୫ଥର ପାଇବା ସହ ଆଗାମୀ ୭ ଦିନର ପାଣିପାଗ ଅପଡେଟ୍‌ ଏହି ଆପ୍‌ରେ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧ ସମ୍ପର୍କରେ ପୁଣିଥରେ ଆସିଲା ଅଶୁଭ ସଙ୍କେତ: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ, ୨୭।୫: ବିଶ୍ୱ ପୁଣିଥରେ ଏପରି ଏକ ସନ୍ଧିରେ ପଡ଼ିଥିବା ପରି ମନେ ହେଉଛି ଯେଉଁଠାରେ ଏକ ଛୋଟ ଚିଙ୍ଗାରି ମଧ୍ୟ ସମଗ୍ର ମଧ୍ୟପ୍ରାଚ୍ୟକୁ ଜଳାଇ ପାରେ।…

ରାଜଧାନୀରେ ଏନ୍‌କାଉଣ୍ଟର୍: ଡ୍ରଗ୍ସ ଡିଲ୍‌ ବେଳେ ବାଜିଲା ଗୁଳି , କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ୍ ମାଝୀ ଗୁରୁତର

ଭୁବନେଶ୍ୱର,୨୭।୫:ରାଜଧାନୀରେ ଏନ୍‌କାଉଣ୍ଟର। ସକାଳୁ ସକାଳୁ ବାଜିଲା ଗୁଳି। ରାଜଧାନୀରେ କମିଶନରେଟ୍‌ ପୋଲିସ୍‌ ଓ କୁଖ୍ୟାତ ଡ୍ରଗ୍ସ ମାଫିଆ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଡ୍ରଗ୍ସ ମାଫିଆ…

ତୋରଣ ନିର୍ମାଣରେ ଅନିୟମିତତା ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବି

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଥାନାଛକ ସମ୍ମୁଖରେ ନିର୍ମିତ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ତୋରଣ ଭାଙ୍ଗିଯିବା ଘଟଣାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ନିମ୍ନମାନର କାମ ହୋଇଥିବା ଯୋଗୁ…

ସିମନବାଡିରେ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ: ଭାଇଚାରା ପାଇଁ…

ଦାରିଙ୍ଗବାଡି,୨୭।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପାଟ୍ଟଖଣ୍ଡା ଖେଳ ପଡିଆଠାରେ ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହାକୁ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ…

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ନିଜ ଗୋରୁ ନେଇ ଯାଉଥିବା ଲୋକଙ୍କୁ ଆଣ୍ଠେଇ ଆଣ୍ଠେଇ ରାସ୍ତାରେ ଚଲାଇବା ଘଟଣା: ଥାନା ଘେରାଉ କଲେ ଯାଦବ ସମାଜ, ପୂରା ଘଟଣା ଜାଣିଲେ…

ଚନ୍ଦାହାଣ୍ଡି,୨୭।୫(ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରୁ ରାଇଘର ଅଞ୍ଚଳକୁ ନିଜ ଗାଈ ଗୋରୁ, ବଳଦକୁ ନେଇ ଯାଉଥିବା କିଛି ଲୋକଙ୍କୁ ବେଆଇନ ଭାବେ ଗୋଚାଲାଣ…

ସୌଜନ୍ୟତା ଭୁଲିଗଲେ ଜିଲାପାଳ: ପୂର୍ବତନ ଏମ୍‌ପିଙ୍କୁ ଚୌକି ଦେଲେନାହିଁ, ଠିଆ ହୋଇ କହିଲେ

ବଲାଙ୍ଗୀର/ଲୋଇସିଂହା,୨୭ା୫(ବୀରେନ୍ଦ୍ର କୁମାର ଝାଙ୍କର/ ସୁଶାନ୍ତ ବାରିକ):ପୂର୍ବତନ ଏମପି ତଥା ବର୍ଷୀୟାନ ରାଜନେତା ବାଳଗୋପାଳ ମିଶ୍ରଙ୍କୁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ଅସମ୍ମାନ କରାଯାଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର…

୫ ସୁଦ୍ଧା ଦିଲ୍ଲୀ ଜିମ୍‌ଖାନା ପରିସର ଦଖଲକୁ ନିଆଯିବ ନାହିଁ

ନୂଆଦିଲ୍ଲୀ,୨୭ା୫: ଔପନିବେଶୀୟ ଯୁଗରୁ ରହିଆସିଥିବା ଦିଲ୍ଲୀ ଜିମ୍‌ଖାନା ପରିସରକୁ କେନ୍ଦ୍ର ସରକାର ଜୁନ୍‌ ୫ ସୁଦ୍ଧା ବଳପୂର୍ବକ ଦଖଲକୁ ନେବେ ନାହିଁ ବୋଲି ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri