ଇସ୍ପାତ ପ୍ରକଳ୍ପ ଲାଗି ଜମି ଯୋଗାଣ;ସେଲ୍‌କୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୧୦-୬: ରାଷ୍ଟ୍ରାୟତ୍ତ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ନୂଆ ୟୁନିଟ୍‌ ସ୍ଥାପନା ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବାବେଳେ ଏହାକୁ ସବୁଜ ସଙ୍କେତ ମିଳିଛି। କମ୍ପାନୀ ବର୍ତ୍ତମାନ ବାର୍ଷିକ ୫୦ ନିୟୁତ ଟନ୍‌ ସମ୍ପ୍ରସାରଣ ଯୋଜନା ରଖିଛି। ଏଥି ଅନ୍ତର୍ଗତ ଓଡ଼ିଶାରେ ବାର୍ଷିକ ୩ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏକ ୟୁନିଟ ବସାଇବା ଲାଗି କମ୍ପାନୀ ପକ୍ଷରୁ ଯୋଜନା ରହିଛି। ଏହା ୧୫,୦୦୦ କୋଟି ଟଙ୍କାରେ ସ୍ଥାପନ ହେବ। ଜମି ପାଇଁ କମ୍ପାନୀ ପକ୍ଷରୁ ରାଜ୍ୟ ସରକାରଙ୍କୁ ପୂର୍ବରୁ ଚିଠି ଲେଖାଯାଇଥିଲା। ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ସଚିବଙ୍କଠାରୁ ରେସପନ୍ସ ପାଇ ଖୁସି ବୋଲି ସେଲ ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀ ସୂଚନା ଦେଇଛନ୍ତି। ପ୍ଲାଣ୍ଟ ସ୍ଥାପନ ନେଇ ରାଜ୍ୟ ସରକାର ଆମନ୍ତ୍ରଣ କରିଥିବା ସେ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେଲର କୌଣସି ପ୍ଲାଣ୍ଟ ଉପକୂଳରେ ସ୍ଥାପନ ହୋଇନାହିଁ। ଓଡ଼ିଶାରେ ପ୍ଲାଣ୍ଟ ସ୍ଥାପନା ପାଇଁ ଜମି ଉପଲବ୍ଧତା ଉପରେ ବିଚାର କରିବା ଲାଗି କମ୍ପାନୀର ଏକ ପ୍ରତିନିଧି ଦଳ ଶୀଘ୍ର ଓଡ଼ିଶା ଆସିବେ।
ପାରାଦୀପରେ ୟୁନିଟ ବସାଇବା ଲାଗି କମ୍ପାନୀର ଯୋଜନା ଉପରେ ଏକ ପ୍ରଶ୍ନର ଉତ୍ତରରେ ଚୌଧୁରୀ କହିଛନ୍ତି, ରାଜ୍ୟରେ ବହୁତ ଜମି ଶିଳ୍ପ ଲାଗି ଉପଲବ୍ଧ ରହିଛି। ପୂର୍ବରୁ କୋରିଆର ପ୍ରମୁଖ ଷ୍ଟିଲ କମ୍ପାନୀ ପସ୍କୋ ଜଗତସିଂହପୁର ଜିଲାର ପାରାଦୀପରେ ପ୍ଲାଣ୍ଟ କରିବା ଲାଗି ଇଛୁକ ଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରୁ ଓହରି ଯାଇଛି। ଏହି ଜମି ପାଇବା ପାଇଁ ଏକ ବଡ କମ୍ପାନୀ ଏକ୍ସପ୍ରେଶନ ଅଫ୍‌ ଇଣ୍ଟେରେଷ୍ଟ(ଇଓଆଇ) ପ୍ରଦାନ କରିଥିବା ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଥିଲେ। ସେଲ୍‌ ବର୍ତ୍ତମାନ କିଛି ଜାପାନ ଏବଂ କୋରିଆ କମ୍ପାନୀଙ୍କ ସହ ଆଲୋଚନା କରୁଛି। ଏ ନେଇ ଏକ ପ୍ରତିନିଧି ଦଳ ପୂର୍ବରୁ ଜାପାନ ଯାଇଥିଲେ। ଏଥିରେ ଇସ୍ପାତ ମନ୍ତ୍ରଣାଳୟ ଏବଂ ସେଲ ଅଧିକାରୀମାନେ ସାମିଲ ଥିଲେ। ଏହି ଦେଶଗୁଡିକରୁ ଟେକ୍ନୋଲୋଜି ସହଯୋଗ ମିଳିଲେ ଦେଶ ମଧ୍ୟରେ ଆଡଭାନ୍ସ ଷ୍ଟିଲ ନିର୍ମାଣ କରିବା ସହଜ ହେବ। ଏ ଦିଗରେ ଭଲ ରେସପନ୍ସ ପାଇଛୁ ବୋଲି ଚୌଧୁରୀ କହିଛନ୍ତି। ସେଲ୍‌ ଷ୍ଟିଲ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ବେଳେ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୨୧ ନିୟୁତ ଟନ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri