Posted inଖେଳ

ଇଦ୍‌ଘାନୀ ଟି୨୦: ଖେଳିପାରନ୍ତି ଶିବମ୍‌ ଦୁବେ

ନୂଆଦିଲ୍ଲୀ,୨ା୧୧(ପି.ଟି.): ରବିବାର ଏଠାରେ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ମୁମ୍ବାଇ ଅଲରାଉଣ୍ଡର ଶିବମ୍‌ ଦୁବେଙ୍କୁ ସୁଯୋଗ ମିଳିପାରେ। ଭାରତର କାମଚଳା ଅଧିନାୟକ ରୋହିତ ଶର୍ମା ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଦୁବେଙ୍କ ବ୍ୟତୀତ କେରଳ ଉଇକେଟକିପର ସଞ୍ଜୁ ସାମସନଙ୍କ ଅଭିଜ୍ଞତାକୁ ତାରିଫ କରିଛନ୍ତି। ହେଲେ ଏହି ଦୁଇଜଣଙ୍କ ମଧ୍ୟରୁ ସେ ଜଣଙ୍କୁ ତାଙ୍କ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବେ। ଯୁବ ଉଇକେଟକିପର ରିଷଭ ପନ୍ତଙ୍କ ସପକ୍ଷରେ ଯେପରି କହୁଛନ୍ତି ଦୁବେଙ୍କୁ ପଦାର୍ପଣ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି। ନିୟମିତ ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇଥିବାରୁ ରୋହିତ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ପନ୍ତ ସ୍ଥାନୀୟ ଖେଳାଳି ହୋଇଥିବା ତାଙ୍କୁ ଦଳରେ ସୁଯୋଗ ମିଳିବା ସମ୍ଭାବନା ଅଧିକ। ରୋହିତ କହିଛନ୍ତି, ରିଷଭ ମାତ୍ର ୧୫ରୁ ୨୦ ଟି୨୦ ଖେଳିଛନ୍ତି। ତେଣୁ ତାଙ୍କର ଦକ୍ଷତା ଉପରେ ଏତେ ଶୀଘ୍ର ମନ୍ତବ୍ୟ ଦେବା ଠିକ୍‌ ହେବନାହିଁ। ଯୁବପିଢ଼ି ଭାରତ ପାଇଁ ବହୁ ବିକଳ୍ପ ସୃଷ୍ଟି କରିଛନ୍ତି। ସେମାନଙ୍କ ମଧ୍ୟରେ ସଞ୍ଜୁ ହେଉଛନ୍ତି ଅନ୍ୟତମ। ଘରୋଇ କ୍ରିକେଟ ଏବଂ ଆଇପିଏଲ୍‌ରେ ଏହି ଖେଳାଳିଙ୍କ ପ୍ରଦର୍ଶନ ଖୁବ୍‌ ଭଲ ରହିଛି। ଶିବମ ଗତବର୍ଷ ଏହି ର଼୍ୟାଙ୍କ୍‌ରେ ପହଞ୍ଚତ୍ୟାଇଛନ୍ତି। ବିଶେଷ ଭାବେ ଲୋକଲୋଚନକୁ ଆସି ନ ଥିବା ଏହି ଖେଳାଳି ଗତବର୍ଷ ଆଇପିଏଲ ନିଲାମିରେ ଭଲ ଦାମ୍‌ରେ ବିକ୍ରି ହେବାପରେ ଅନ୍ୟମାନଙ୍କ ନଜରକୁ ଆସିଥିଲେ। ରୋହିତ କହିଛନ୍ତି, ପିଚ୍‌ର କଣ୍ଡିଶନ ଦେଖି ଚୂଡ଼ାନ୍ତ ଦଳ ସ୍ଥିର କରାଯିବ। ପିଚ୍‌ ଯଦି ସ୍ଲୋ ରୁହେ ତେବେ ସ୍ଲୋ ବୋଲରଙ୍କ ବିଶେଷ ଭୂମିକା ରହିବ। ଆମକୁ ୩ ସ୍ପିନର ନେଇ ଖେଳିବାକୁ ହେବ। ପିଚ୍‌ରେ ଯଦି ଘାସ ରହିଥାଏ ତେବେ ବଲ୍‌ କିଛି ପରିମାଣରେ ବାଉନ୍ସ କରିବ। ଏ କ୍ଷେତ୍ରରେ ଆମକୁ ୩ ସ୍ପିନରଙ୍କୁ ନେଇ ଖେଳିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?