Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା- କେରଳ ମ୍ୟାଚ୍‌ ଡ୍ର’

କୋଚି,୯।୧୧(ପି.ଟି.)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫସି ଓ ଘରୋଇ କେରଳ ବ୍ଲାଷ୍ଟର୍ସ ଏଫ୍‌ସି ମୁହଁାମୁହିଁ ହୋଇଥିବା ବେଳେ ଏହି ମ୍ୟାଚ୍‌ ଗୋଲ୍‌ଶୂନ୍ୟଭାବେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ କେରଳ ଘରୋଇ ପରିବେଶରୁ ଫାଇଦା ଉଠାଇପାରି ନ ଥିଲା। କ୍ରମାଗତ ତୃତୀୟ ମ୍ୟାଚ୍‌ରେ କେରଳ ବିଜୟୀ ହେବାରେ ସଫଳ ହୋଇପାରିନାହିଁ। ଉଭୟ ଦଳ ଇଞ୍ଜୁରି ସମସ୍ୟାରେ ପଡିଥିଲେ ଓ ଏହାର ପ୍ରଭାବ ଏହି ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ଜାଇରୋ ରୋଡ୍ରିଗୁଏଜ, ରାଫାଏଲ ମେସି ବେଉଲି ଓ ଆଡ୍ରିଆନ ସାଣ୍ଟାନା ଆହତ ହେବା କାରଣରୁ ପ୍ରଥମାର୍ଦ୍ଧରେ ଏମାନଙ୍କ ବଦଳ ଖେଳାଳି ପଡିଆକୁ ଆସିଥିଲେ। ଏହି ପରିବର୍ତ୍ତନ ମ୍ୟାଚକୁ ପ୍ରଭାବିତ କରିଥିଲା। ଫଳରେ ମ୍ୟାଚ୍‌ ଗୋଲଶୂନ୍ୟ ଭାବେ ଅମୀମାଂସିତ ରହିଥିଲା। ଏଥିସହିତ ଉଭୟ ଦଳ ୪ଟି ଲେଖାଏ ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୨ଟି ପରାଜୟ ଓ ଗୋଟିଏ ଡ୍ର ସହ ୪ ଲେଖାଏ ପଏଣ୍ଟ ହାସଲ କରିଛନ୍ତି। ଗୋଲ ବ୍ୟବଧାନରେ ଓଡ଼ିଶା ଆଗରେ ରହି ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଥିବା ବେଳେ କେରଳ ଷଷ୍ଠ ସ୍ଥାନରେ ରହିଛି। ଅବଶ୍ୟ ମ୍ୟାଚ୍‌ରେ ଉଭୟ ଦଳ କେତୋଟି ସୁଯୋଗ ହାସଲ କରିଥିଲେ। ତେବେ ଗୋଲ ସମ୍ଭବ ହୋଇପାରି ନ ଥିଲା। ୨୩ ତାରିଖ ଶନିବାର ଦିନ କେରଳ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଘରୋଇ ବେଙ୍ଗାଲୁରୁ ଏଫ୍‌ସିକୁ ଭେଟିବ। ସେହିପରି ଓଡ଼ିଶା ତା’ର ଆଗାମୀ ମୁକାବିଲାରେ ଆସନ୍ତା ୨୪ ତାରିଖ ରବିବାର ଦିନ କୋଲକାତାକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ଫସିଲେ ହାତୀପଲ

ପାଟଣା,୨୦ା୮(ବୀରକିଶୋର ଦାଶ): ବୈତରଣୀ ନଦୀ ପାର୍‌ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍‌ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ଛାତ୍ରୀଙ୍କୁ ପକେଟ ମନି ଦେବେ ସରକାର! ମିଳିବ ୨,୦୦୦ ଟଙ୍କା, ଜାଣନ୍ତୁ କିଏ ପାଇବେ ଲାଭ

ମୁମ୍ବାଇ , ୨୦।୮: ମହାରାଷ୍ଟ୍ରରେ ଉଚ୍ଚଶିକ୍ଷା ହାସଲ କରୁଥିବା ଛାତ୍ରୀମାନଙ୍କ ପାଇଁ ସରକାର ଏକ ନୂଆ ପଦକ୍ଷେପ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଛାତ୍ରୀମାନଙ୍କୁ ଆର୍ଥିକ ସହାୟତା…

ମଣ୍ଡପରେ ବରଙ୍କ ମୁହଁ ଦେଖି ଚମକିଗଲେ କନ୍ୟା, ଶିଶୁପାଳ ହୋଇ ଫେରିଲେ ବର

ଚଣ୍ଡିଗଡ଼,୨୦ା୮: ପଞ୍ଜାବର ଫିରୋଜପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବିବାହ ସମୟରେ ବରକୁ ଦେଖିବା ପରେ କନ୍ୟା ସ୍ପଷ୍ଟ ଭାବେ ବିବାହ କରିବାକୁ ମନା…

‘ତୁମ ବାପା ମଧ୍ୟ ଅଟକାଇ ପାରିବେ ନାହିଁ…’ – ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଖୋଲା ଚ୍ୟାଲେଞ୍ଜ କଲେ ମନ୍ତ୍ରୀଙ୍କ ଝିଅ? ଉଠିଲାଣି ଝଡ଼

ହାଇଦ୍ରାବାଦ,୨୦।୮: ତେଲଙ୍ଗାନା କଂଗ୍ରେସ ଭିତରେ ଚାଲିଥିବା ବିଦ୍ରୋହ ଏବେ ଖୋଲା ଖୋଲି ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ କ୍ୟାବିନେଟର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଝିଅ ସାର୍ବଜନୀନ ଭାବରେ…

କ୍ଷୀର ଦେବା ବନ୍ଦକଲେ ମାଲିକ ଛାଡ଼ିଦେଉଛନ୍ତି ଗାଈ: ଫସଲ ଖାଇ କରୁଛନ୍ତି ନଷ୍ଟ

ଅମରପାଲି,୨୦ା୮(ପୀତାମ୍ବର ସାହୁ): ମାଲିକ ଗାଈ ପାଳନ କରି କ୍ଷୀର ବିକ୍ରି କରୁଛନ୍ତି। ଗାଈ କ୍ଷୀର ଦେଉଥିବା ପର୍ଯ୍ୟନ୍ତ ତାହାର ଯତ୍ନ ନେଉଛନ୍ତି। ହେଲେ କ୍ଷୀର ଦେବା ବନ୍ଦ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ପ୍ରିନ୍ସିପାଲଙ୍କୁ ୨୭ ଥର ଛୁରା ମାଡ଼ କଲେ ଛାତ୍ର; ‘ବାବୁ’ ଶବ୍ଦ ଖୋଲିଲା…

ନାଲଗୋଣ୍ଡା,୨୦।୮: ତେଲଙ୍ଗାନା ନାଲଗୋଣ୍ଡା ଜିଲାର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ରୂପା ରେଡ୍ଡିଙ୍କୁ ତାଙ୍କ ଘରେ ହତ୍ୟା କରାଯିବାର ଏକ ସପ୍ତାହରୁ ଅଧିକ ସମୟ ପରେ, ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri