ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ ପାଇଁ ଆସିବ ବଡ ପଦକ୍ଷେପ

ନୂଆଦିଲ୍ଲୀ,୧୧-୧ : ସରକାର ଦେଶ ମଧ୍ୟରେ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ ବା ବାଣିଜ୍ୟ ସୁଗମତାକୁ ପ୍ରାଥମିକତା ଦେଉଛନ୍ତି। ଏହି ଧାରାରେ ବିଭିନ୍ନ ପ୍ରକ୍ରିୟାର ନିରନ୍ତର ସରଳୀକରଣ କରାଯାଉଛି। ଏହାକୁ ଧ୍ୟାନରେ ରଖି ବିଭିନ୍ନ କାଗଜପତ୍ର ସମ୍ପର୍କିତ ପ୍ରକ୍ରିୟାକୁ କମ୍‌ କରାଯିବା ସହ ୫ ଦିନ ମଧ୍ୟରେ ନୂଆ ବାଣିଜ୍ୟ ଆରମ୍ଭ କରିବାର ସୁବିଧା ସରକାର କରିବା ନେଇ ଯୋଜନା ରଖିଛନ୍ତି। ବର୍ତ୍ତମାନ ନୂଆ ବାଣିଜ୍ୟ ଆରମ୍ଭ କରିବା ଲାଗି ୧୦ ପ୍ରକ୍ରିୟା ଦେଇ ଯିବାକୁ ପଡୁଛି। ଏଥିଲାଗି ୧୮ ଦିନ ସମୟ ନିର୍ଦ୍ଧାରିତ କରାଯାଇଛି। ସରକାର ଏହି ପ୍ରକ୍ରିୟାକୁ କମ୍‌ କରି ୫କୁ ଆଣିବା ଏବଂ ୫ ଦିନକୁ ଖସାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି।
ଏହି ପ୍ରକ୍ରିୟା ଅନ୍ତର୍ଗତ ୧୦ ସେବା ଲାଗି କେବଳ ୨ ଫର୍ମ ଭରିବାକୁ ପଡିବ। ନାମ ପଞ୍ଜୀକରଣ, ଇନ୍‌କର୍ପୋରେଶନ ବାଦ ଜିଏସ୍‌ଟି ଭଳି ବିଭିନ୍ନ ଟିକସ ପ୍ରଦାନ କ୍ଷେତ୍ରରେ ପଞ୍ଜିକରଣ ଲାଗି ୧୦ ପ୍ରମୁଖ ସେବା ଲାଗି ଶୀଘ୍ର ୨ଟି ଫର୍ମ ଉପଲବ୍ଧ ହେବ। ବର୍ତ୍ତମାନ ଏଥିଲାଗି ୬ ଅଲଗା ଅଲଗା ଫର୍ମ ପୂରଣ କରିବାକୁ ପଡୁଛି। ପ୍ରକ୍ରିୟା ସହ ଜଡିତ ସରକାରୀ ଅଧିକାରୀ କହିଛନ୍ତି ଯେ, କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଆଗାମୀ ଗୋଟିଏ ମାସରେ ୨ ଫର୍ମ ସ୍ପାଇସ ପ୍ଲସ ଏବଂ ଏଜିଲ ପ୍ରୋ ଜାରି କରିବ। ଏହି ୨ଟି ଫର୍ମରେ ଜିଏସ୍‌ଟିଇନ୍‌, ପ୍ୟାନ, ଟ୍ୟାନ, ଇଏସ୍‌ଆଇସି, ଇପିଏଫ୍‌ଓ, ଡିନ୍‌, ବ୍ୟାଙ୍କ ଆକାଉଣ୍ଟ ଏବଂ ପ୍ରଫେଶନାଲ ଟିକସର ଆକ୍‌ସେସ୍‌ କରାଯାଇପାରିବ। ଏହି ୨ଟି ଫର୍ମ ଅନ୍‌ଲାଇନରେ ଉପଲବ୍ଧ ହେବ। ଏହାର ବ୍ୟବହାର ମଧ୍ୟ ସହଜ ହେବ। ସ୍ପାଇସ ପ୍ଲସ କର୍ପୋରେଶନ ଫର୍ମ ଭାବେ କାର୍ଯ୍ୟକାରୀ କରାଯିବାକୁ ଥିବା ବେଳେ ବ୍ୟକ୍ତି ବିଶେଷ ନାମ ଏବଂ ଇନ୍‌କର୍ପୋରେଶନ ବାଦ ଅନ୍ୟ ସେବା ଲାଗି ମଧ୍ୟ ଆବେଦନ କରିପାରିବେ।
ଅଧିକାରୀ ଜଣକ କହିଛନ୍ତି ଯେ, ଏବେ କମ୍ପାନୀଗୁଡିକର ଇନ୍‌କର୍ପୋରେଶନ ସମୟରେ ହିଁ ଏମ୍ପ୍ଲୟି ଷ୍ଟେଟ ଇନସ୍ୟୁରାନ୍ସ କର୍ପୋରେଶନ(ଇଏସ୍‌ଆଇସି) ଏବଂ ଏମ୍ପ୍ଲଇଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେଶନ (ଇପିଏଫ୍‌ଓ) ନିକଟରେ ଆବେଦନ କରିବାକୁ ପଡିବ। ସେହିଭଳି ଇନକର୍ପୋରେଶନ ସମୟରେ ଡାଇରେକ୍ଟର ଇନ୍‌ଫରମେଶନ ନମ୍ବର(ଡିନ)ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର(ପ୍ୟାନ), ଟାକ୍ସ ଡିଡକସନ ଆଣ୍ଡ କଲେକ୍ସନ ଆକାଉଣ୍ଟ ନମ୍ବର(ଟ୍ୟାନ), ଗୁଡସ ଆଣ୍ଡ ସର୍ଭିିସେସ ଆଇଡେଣ୍ଟିଫିକେଶନ ନମ୍ବର(ଜିଏସ୍‌ଟିଇନ୍‌) ସହ ପ୍ରଫେଶନାଲ ଟିକସ ଲାଗି ପଞ୍ଜୀକରଣ କରିବାକୁ ପଡିବ। ଏହା ଦ୍ୱାରା ଦେଶରେ ବାଣିଜ୍ୟ କରିବା ସୁଗମ ହେବ ବୋଲି କୁହାଯାଉଛି। ବିଶ୍ୱବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିଜନେସ ର଼୍ୟାଙ୍କିଙ୍ଗରେ ଭାରତ ୧୯୦ ଦେଶ ମଧ୍ୟରେ ୬୩ତମ ସ୍ଥାନରେ ରହିଛି। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ, ଅର୍ଥମନ୍ତ୍ରଣାଳୟ ଏବଂ ଶ୍ରମ ମନ୍ତ୍ରଣାଳୟ ଏହି ର଼୍ୟାଙ୍କରେ ସୁଧାର ଆଣିବା ଲାଗି କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହି ଧାରାରେ ୮ ବ୍ୟାଙ୍କ ମଧ୍ୟ ମିଳିତ ହୋଇଛନ୍ତି ବୋଲି ଅଧିକାରୀ କହିଛନ୍ତି।
ସରକାରଙ୍କ ଏଭଳି ପଦକ୍ଷେପ ଆରମ୍ଭ ହେଲେ ବାଣିଜ୍ୟ ଆରମ୍ଭ କରିବା ଲାଗି ସମୟ କମିବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଲ ଫାର୍ମ କର୍ପୋରେଟ ପ୍ରଫେଶନାଲର ପାର୍ଟନର ଆରିକ ସିଂଘି କହିଛନ୍ତି,ଜିଏସ୍‌ଟି ଏବଂ ଅନ୍ୟ ବିଜନେସ ରେଜିଷ୍ଟ୍ରେଶନକୁ କମ୍ପାନୀ ପଞ୍ଜୀକରଣ ପ୍ରକ୍ରିୟା ସହ ଯୋଡିବା ଦ୍ୱାରା ଦେଶ ମଧ୍ୟରେ ବାଣିଜ୍ୟ ଆରମ୍ଭ କରିବା ପ୍ରକ୍ରିୟା ବେଶ ସହଜ ହେବ। ଏହା ସହ ସମୟ ମଧ୍ୟ କମିବ। ଏହା ସରକାରଙ୍କ ଏକ ସକାରାତ୍ମକ ପଦକ୍ଷେପ ବୋଲି କେପିଏମ୍‌ଜି ଇଣ୍ଡିଆର ପାର୍ଟନର ହିମାଂଶୁ ପାରେଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

ସୁନା ୪୩୦୦-ରୁପା ୧୦ହଜାର ମହଙ୍ଗା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୨୧।୮: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri