Posted inଫୁରସତ

ଇକୋ-ଓ୍ବାରିୟର ମାଳବିକା

ବେଙ୍ଗାଲୁରୁ: ବେଙ୍ଗାଲୁରୁ ନିକଟ ଏକ ଛୋଟ ଗାଁରେ ଜନ୍ମିତ ଝିଅ ମାଳବିକା କୃଷି ଓ ପରିବେଶ ଲାଗି କାର୍ଯ୍ୟ କରି ପରିବର୍ତ୍ତନ ଆଣିବେ ବୋଲି କେହି ବିଶ୍ୱାସ କରି ନ ଥିଲେ। କିନ୍ତୁ ଏବେ ତାହା ସେ ସମ୍ଭବ କରିପାରିଛନ୍ତି ଓ ଏଥିଲାଗି ତାଙ୍କୁ କୁହାଯାଉଛି ଇକୋ- ଓ୍ବାରିୟର। ପରିବେଶ ଉପଯୋଗୀ ଜୈବିକ କୃଷିର ଏକ ନୂଆ ପଥ ଦେଖାଇ ସେ କୃଷକମାନଙ୍କୁ ସଶକ୍ତକରିବାରେ ଲାଗିଛନ୍ତି। ମାଳବିକା ଶେଲାଙ୍କି ସ୍ବେଚ୍ଛାସେବୀ ସଂଗଠନ ‘ସ୍ବୟମ୍‌’ ମାଧ୍ୟମରେ ପଡିଆ ଜମିକୁ ସବୁଜ କ୍ଷେତରେ ପରିଣତ କରୁଛନ୍ତି। ଗାଁରେ ରହିବା ସମୟରେ ମାଳବିକା ଧାନ ବୁଣୁଥିଲେ, ପନିପରିବା ଚାଷ କରୁଥିଲେ, ମଇଁଷି ଦୁହଁୁଥିଲେ। ପରେ ସପରିବାର ବେଙ୍ଗାଲୁରୁ ଆସିବା ପରେ ତାଙ୍କ ଜୀବନ ଘାତ ପ୍ରତିଘାତ ମଧ୍ୟରେ ଗତି କରିଥିଲା। ତୃଣମୂଳ ସ୍ତରରେ ମହିଳା ଓ ଶିଶୁମାନେ ସମ୍ମୁଖୀନ ହେଉଥିବା ପରିବେଶ,ସ୍ବାସ୍ଥ୍ୟ, ଜୀବିକା ତଥା ଲିଙ୍ଗଗତ ସମସ୍ୟା ସୁଧାରିବା ଲାଗି ନିଜେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ‘ମାୟା’ ଏନ୍‌ଜିଓରେ କାର୍ଯ୍ୟ କରୁଥିବା ସମୟରେ ମାଳବିକାଙ୍କ ଜୀବନର ମୋଡ ବଦଳିଯାଇଥିଲା। ୨୦୧୧ରେ ସେ ‘ସ୍ବୟମ୍‌’ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ଗଠନ କରି ପ୍ରାକୃତିକ ଫାର୍ମିଂ ପଦ୍ଧତି ଉପରେ ଗୁରୁତ୍ୱ ଦେଉଛନ୍ତି। ମାତ୍ର ଦୁଇ ବର୍ଷ ମଧ୍ୟରେ ସେ ବେଙ୍ଗାଲୁରୁର ୫ ଏକର ଏକ ପଡିଆ ଜମିରେ ୪୦୦ ପ୍ରକାରର ବିଭିନ୍ନ ଫଳ, କୋଳି ଓ କାଠ ଉପଯୋଗୀ ୫ ହଜାର ଗଛ ରୋପଣ କରି ସବୁଜ ପରିବେଶ ସୃଷ୍ଟି କରିଛନ୍ତି । ଏହା ଥିଲା ତାଙ୍କ ସବୁଜ ସଂଗ୍ରାମର ପ୍ରାରମ୍ଭିକ ସଫଳତା। ମାଳବିକା ଓ ତାଙ୍କ ଟିମ୍‌ ସଦସ୍ୟମାନେ‘୧୦୦୦ ଟ୍ରି ପ୍ରୋଜେକ୍ଟ’ ଅଭିଯାନରେ ବେଙ୍ଗାଲୁରୁର କୃଷକମାନଙ୍କୁ ସଶକ୍ତ କରିବାରେ ଲାଗିଛନ୍ତି। ମଧ୍ୟମ ତଥା କ୍ଷୁଦ୍ର ଚାଷୀଙ୍କୁ ନେଇ ଗ୍ରୁପ ଗଠନ କରି ସେମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ମାତ୍ର ତିନି ବର୍ଷ ମଧ୍ୟରେ୨୦ଟି କୃଷକ ପରିବାରର ୫୦ ଏକର ଜମିରେ ସ୍ଥାନୀୟ ସଂଶାଧନ ଉପଯୋଗରେ ଜୈବିକ କୃଷି କରି ସେମାନଙ୍କୁ ଲାଭ ଦେଇପାରିଛନ୍ତି। ବେଙ୍ଗାଲୁରୁ ବାହାରେ ଥିବା ୧.୩ ଏକର ବିଶିଷ୍ଟ ଫାର୍ମରେ ସେ ୨୦ ପ୍ରକାର ଶସ୍ୟ ଉପତ୍ାଦନ କରୁଛନ୍ତି। ତାଙ୍କ ସଂଗଠନ ଦ୍ୱାରା ବର୍ଷକୁ ଆୟୋଜିତ ହେଉଥିବା ୪ରୁ ୫ଟି କର୍ମଶାଳାରେ ଯୋଗ ଦେଉଥିତ୍ବା ଚାଷୀମାନଙ୍କ ୭୦ ପ୍ରତିଶତ ଖାଦ୍ୟ ଆବଶ୍ୟକତା ଏହି ଫାର୍ମ ପୂୂରଣ କରିପାରୁଛି। ପ୍ରାକୃତିକ କୃଷି ଦ୍ୱାରା ସୁସ୍ଥ ଜୀବନ ସମ୍ଭବ ବୋଲି କୁହନ୍ତି ମାଳବିକା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ମେଟ୍ରୋ, ବସ୍‌ରେ ଅଫିସ ଯିବାଆସିବା କରୁଥିବା କର୍ମଚାରୀଙ୍କୁ ମିଳିବ ଅଧିକ ଦରମା

ନୂଆଦିଲ୍ଲୀ,୧୦।୬: ଦିଲ୍ଲୀ ସରକାର ନିଜ କର୍ମଚାରୀଙ୍କ ହିତ ପାଇଁ ଏବଂ ବଢୁଥିବା ଇନ୍ଧନ (ଫ୍ୟୁଏଲ) ସଙ୍କଟର ମୁକାବିଲା କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର…

ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନପତ୍ର ଖାରଜ, ଆଜି ହୋଇପାରେ ଆଲୋଚନା

ଭୋପାଳ,୧୦ା୬: ମଧ୍ୟପ୍ରଦେଶରୁ ରାଜ୍ୟ ସଭାରେ ଖାଲି ପଡ଼ିବାକୁ ଥିବା ୩ଟି ଆସନ ଲାଗି ନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପାର ଏକ ଅଭିଯୋଗ ଆଧାରରେ କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ…

ଆମେରିକା-ଇରାନ ଡିଲ୍‌ ଫାଇଲ କ୍ଲୋଜ? ଆମେରିକାର ବିମାନ ଆକ୍ରମଣରେ ୮ ସହର ଧୂଆଁରେ ଆଚ୍ଛାଦିତ

ତେହରାନ,୧୦।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ସ୍ଥଗିତ ଥିବା ପରି ମନେ ହେଉଛି। ଏକ ଆମେରିକୀୟ ଆପାଚେ ହେଲିକପ୍ଟରକୁ ଖସାଇ ଦେବା…

ବିଦେଶରେ ଫସି ରହିଛନ୍ତି ଆନନ୍ଦପୁରର ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କଲେ…

ବଞ୍ଚୋ,୧୦।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଯୁବକ ସତ୍ୟଦୀପ ସାହୁ ତାଞ୍ଜାନିଆରେ ଫସି ରହିଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ତାଙ୍କୁ ସୁରକ୍ଷିତ…

୧୫ IPS ଅଫିସରଙ୍କୁ ଦିଆଗଲା ୧୭ ଜିଲା ନିରୀକ୍ଷଣ ଦାୟିତ୍ୱ, ଜାଣନ୍ତୁ କେଉଁ ଜିଲାରେ କିଏ…

ଭୁବନେଶ୍ୱର, ୧୦।୬: ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟର ବଡ଼ ପଦକ୍ଷେପ। ୧୫ IPS ଅଫିସରଙ୍କୁ ଦିଆଗଲା ୧୭ଟି ଜିଲାର ସ୍ବତନ୍ତ୍ର ନିରୀକ୍ଷଣ ଓ ତଦାରଖ…

ନେହେରୁଙ୍କୁ ଟପିଲେ ମୋଦି: ଦେଶର ରାଜନୀତିରେ ନୂତନ ଅଧ୍ୟାୟ

ନୂଆଦିଲ୍ଲୀ,୧୦।୬: ଜୁନ ୧୦ ଅର୍ଥାତ୍‌ ଆଜି ଦେଶର ରାଜନୀତିରେ ଏକ ନୂତନ ଅଧ୍ୟାୟ ଲେଖାହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ…

ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଫିଫା ଜାରିକଲା କଡ଼ା ନୂଆ ନିୟମାବଳୀ,ଜାଣନ୍ତୁ…

ଓ୍ବାଶିଂଟନ୍‌,୧୦।୬: ଆମେରିକାସରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣ ଲାଗି ଖେଳାଳିଙ୍କୁ କଡ଼ା ଶୃଙ୍ଖଳା ମଧ୍ୟରେ ରହିବାକୁ ପଡ଼ିବ। ସମୟ ନଷ୍ଟ ଓ ଇଞ୍ଜୁରି ବାହାନା…

ଏକ୍ସପାୟାରୀ ମେଡିସିନ ଖାଇ ଆଶାକର୍ମୀଙ୍କ ଝିଅଙ୍କ ମୃତ୍ୟୁ ଅଭିଯୋଗ, ANM ସେଣ୍ଟରରୁ ଯାଇ ଆଣିଥିଲେ ମେଡିସିନ

କେନ୍ଦୁଝର,୧୦।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗ୍ରାମରେ ଏକ୍ସପାୟାରୀ ମେଡିସିନ ଖାଇ ଜଣେ ଆଶାକର୍ମୀଙ୍କ ଝିଅ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri