Posted inଖେଳ

ଇଂଲଣ୍ଡ ୨୭୧/୮

ଲଣ୍ଡନ, ୧୩|୯-ସ୍ଥାନୀୟ କେନିଙ୍ଗଟନ୍‌ ଓଭାଲଠାରେ ୫ମ ଆଶେସ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିରେ ଟସ୍‌ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଇଂଲଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଜୋସ୍‌ ବଟଲର (୬୪*) ଏବଂ ଅଧିନାୟକ ଜୋ ରୁଟ୍‌(୫୭)ଙ୍କ ଅର୍ଦ୍ଧ ଶତକ ସହାୟତାରେ ପ୍ରଥମ ଦିନ ଖେଳ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୮ ଉଇକେଟ ବିନିମୟରେ ୨୭୧ରନ କରିଛି। ଅନ୍ୟତମ ବ୍ୟାଟ୍ସମ୍ୟାନ ରୋରି ବନର୍‌ସ ୪୭ ରନ କରିଥିବାବେଳେ ଜନି ବେୟାରଷ୍ଟୋ (୨୨) ଏବଂ ବେନ୍‌ ଷ୍ଟୋକ୍ସ (୨୦) ଶୀଘ୍ର ପ୍ୟାଭିଲିୟନ ଫେରିଛନ୍ତି। ବଟଲରଙ୍କ ସହିତ ଜ୍ୟାକ୍‌ ଲିଚ୍‌ ୧୦ ରନ କରି ଅପରାଜିତ ଅଛନ୍ତି। ଭ୍ରମଣକାରୀ ଦଳ ପକ୍ଷରୁ ସଫଳ ବୋଲର ମିଚେଲ ମାର୍ଶ ୪ ଏବଂ ପ୍ୟାଟ୍‌ କୁମିନ୍ସ ଓ ଜୋଶ ହାଜ୍‌ଲେଉଡ ୨ଟି ଲେଖାଏଁ ଉଇକେଟ ନେଇଛନ୍ତି। ୨୦୦୧ ପରେ ଇଂଲଣ୍ଡରେ ପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌। ଅନ୍ୟପକ୍ଷରେ ନିକଟରେ ବିଶ୍ୱକପ୍‌ ଜିତିଥିବା ଇଂଲଣ୍ଡ ସିରିଜକୁ ୨-୨ରେ ବରାବର ଭାବେ ଶେଷ କରିବା ଯୋଜନାରେ ରହିଛି। ଫର୍ମ ଫେରିପାଇବା ଲାଗି ସଂଘର୍ଷ ଚଳାଇଥିବା ଘରୋଇ ଦଳର ଅଧିନାୟକ ରୁଟ୍‌ ତାଙ୍କ ପୂର୍ବ ୫ଟି ଇନିଂସରେ ୩ ଥର ବିନା କୌଣସି ରନରେ ଆଉଟ ହୋଇଥିଲେ। ଗତ ଇନିଂସରେ ମାତ୍ର ୫ରନ କରିଥିଲେ। ଗୁରୁବାର ଏଠାରେ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ସେ ୩ ଥର ଜୀବନଦାନ ପାଇଥିଲେ। ସେ ୨୪ ରନ କରି ଖେଳୁଥିବାବେଳେ ପ୍ୟାଟ କୁମିନ୍ସଙ୍କ ଏକ ବଲ୍‌ ତାଙ୍କ ବ୍ୟାଟ୍‌ ଧାରରେ ବାଜି ଡିପ୍‌ ଫାଇନ୍‌ଲେଗ୍‌ ଅଞ୍ଚଳକୁ ଚାଲିଯାଇଥିଲା। ସେଠାରେ ପିଟର ସିଡଲ ଏକ ସହଜ କ୍ୟାଚ ହାତଛଡ଼ା କରିଥିଲେ। କୁମିନ୍ସଙ୍କ ପରବର୍ତ୍ତୀ ଓଭରରେ ରୁଟ୍‌ ପୁଣି ଏକ ବିପଦରୁ ବର୍ତ୍ତିଯାଇଥିଲେ। ପ୍ରଥମ ସ୍ଲିପ୍‌ରେ ଫିଲ୍ଡିଂ କରୁଥିବା ଡେଭିଡ୍‌ ଓ୍ବାର୍ନରଙ୍କ ସାମ୍ନାରେ ଉଇକେଟକିପର ପେନ୍‌ ଗୋଟିଏ ହାତରେ କ୍ୟାଚ ଧରିବା ଲାଗି ଉଦ୍ୟମ କରି ବିଫଳ ହୋଇଥିଲେ। ମଧ୍ୟାହ୍ନଭୋଜନର ଅଳ୍ପ ସମୟ ପରେ ଇଂଲଣ୍ଡ ଅଧିନାୟକ ଆଉ ଏକ ଜୀବନଦାନ ପାଇଥିଲେ। ସିଡଲଙ୍କ ବୋଲିଂରେ ଷ୍ଟିଭ୍‌ ସ୍ମିଥ୍‌ ଦ୍ୱିତୀୟ ସ୍ଲିପ୍‌ରେ ଡାଇଭ ମାରି ଏକ କ୍ୟାଚ ଧରିବାକୁ ଉଦ୍ୟମ କରି ଫେଲ୍‌ ହୋଇଥିଲେ। ତେବେ ଜୋସ୍‌ ହାଜଲେଉଡ୍‌ଙ୍କ ବଲ୍‌ରେ ରୁଟ୍‌ ଏକ ସ୍କ୍ବୋୟାର ଡ୍ରାଇଭ୍‌ ଖେଳି ସହ ୧୫୮ତମ ଇନିଂସରେ ୭,୦୦୦ ଟେଷ୍ଟ ରନ ପୂରଣ କରିଥିଲେ। କମ୍‌ ଇନିଂସ ଖେଳି ଏହି ସଫଳତା ହାସଲ କରିବାରେ ସେ ଦେଶର ତୃତୀୟ ଖେଳାଳି। ଏହି ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ବ୍ୟାଟ୍ସମ୍ୟାନ ଟ୍ରାଭିସ୍‌ ହେଡ୍‌ ଏବଂ ପେସ୍‌ ବୋଲର ମିଚେଲ ଷ୍ଟାର୍କଙ୍କ ସ୍ଥାନରେ ଅଲରାଉଣ୍ଡର ମାର୍ଶ ଏବଂ ସିମର ସିଡଲଙ୍କୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ଇଂଲଣ୍ଡ ଦଳରେ କାନ୍ଧରେ ଯନ୍ତ୍ରଣା ଯୋଗୁ ବେନ୍‌ ଷ୍ଟୋକ୍ସ ଜଣେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ଭାବେ ଖେଳୁଛନ୍ତି। ଜାସନ ରୟ ଏବଂ କ୍ରେଗ୍‌ ଓଭରଟନଙ୍କ ସ୍ଥାନରେ କ୍ରିସ୍‌ ଓକ୍ସ ଏବଂ ଅଲରାଉଣ୍ଡର ସାମ୍‌ କୁରାନଙ୍କୁ ସାମିଲ କରାଯାଇଛି।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୭୧/୮ (ଜୋ ରୁଟ୍‌-୫୭, ରୋରି ବନର୍‌ସ-୪୭, ଜୋସ୍‌ ବଟଲର-୬୪*, ମିଚେଲ ମାର୍ଶ-୪/୩୫, ପ୍ୟାଟ୍‌ କୁମିନ୍ସ-୨/୭୩, ଜୋସ୍‌ ହାଜ୍‌ଲେଉଡ୍‌-୨/୭୬, )।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?