Posted inଖେଳ

ଇଂଲଣ୍ଡ ଦଳକୁ ଆଣ୍ଡରସନଙ୍କ ପ୍ରତ୍ୟାବର୍ତ୍ତନ

ଲଣ୍ଡନ, ୭।୧୨- ଚଳିତ ମାସ ଅନ୍ତିମ ସପ୍ତାହରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ଲାଗି ଶନିବାର ଭ୍ରମଣକାରୀ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି। ଜୋ ରୁଟ୍‌ଙ୍କ ନେତୃତ୍ୱରେ ଘୋଷିତ ୧୭ ଜଣିଆ ଦଳକୁ ଜେମ୍ସ ଆଣ୍ଡରସନ, ଜନି ବେୟାରଷ୍ଟୋ ଓ ମାର୍କ ଉଡ୍‌ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୩୭ ବର୍ଷୀୟ ଆଣ୍ଡରସନ ଗତ ଅଗଷ୍ଟରେ ଆଶେସ ସିରିଜ ସମୟରେ ମାଂସପେଶୀଜନିତ ଆଘାତ ପାଇବା ପରେ ଆଉ କୌଣସି ମ୍ୟାଚ୍‌ ଖେଳି ନ ଥିଲେ। ସେହିଭଳି ଉଇକେଟ୍‌କିପର ବେୟାରଷ୍ଟୋ ନ୍ୟୁଜିଲାଣ୍ଡ ନିକଟରୁ ୧-୦ରେ ସିରିଜ ହାରିବା ପରେ ଦଳକୁ ବାଦ୍‌ ପଡ଼ିଥିଲେ। ମାର୍କ ଉଡ୍‌ ମଧ୍ୟ ବିଶ୍ୱକପ୍‌ ପରେ ଗୋଇଠିଜନିତ ସମସ୍ୟା ଲାଗି ଦଳରୁ ଦୂରେଇ ରହିଥିଲେ। ଇଂଲଣ୍ଡ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ସେଠାରେ ୪ଟି ଟେଷ୍ଟ ଏବଂ ୩ଟି ଲେଖାଏ ଏକଦିବସୀୟ ଓ ଟି୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ଡିସେମ୍ବର ୨୬ରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ସହ ଇଂଲଣ୍ଡ ଏହାର ଗସ୍ତ ଆରମ୍ଭ କରିବ।
ଇଂଲଣ୍ଡ ଟେଷ୍ଟ ଦଳ: ଜୋ ରୁଟ୍‌ (ଅଧିନାୟକ), ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର, ଜନୀ ବେୟାରଷ୍ଟୋ, ଜୋଶ୍‌ ବଟଲର (ଉଭୟ ଉଇକେଟ୍‌କିପର), ଷ୍ଟୁଆର୍ଟ ବ୍ରଡ୍‌, ରୋରୀ ବ୍ରୁନ୍ସ, ଜାକ୍‌ କ୍ରଓ୍ବଲି, ସାମ୍‌ କୁରାନ, ଜୋ ଡେନ୍‌ଲୀ, ଜ୍ୟାକ୍‌ ଲିଚ୍‌, ମାଥ୍ୟୁ ପାର୍କିସନ, ଓଲି ପୋପ୍‌, ଡମ୍‌ ସିବ୍‌ଲୀ, ବେନ୍‌ ଷ୍ଟୋକ୍ସ, କ୍ରିସ ଓ୍ବକ୍ସ ଓ ମାର୍କ ଉଡ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri