Posted inଖେଳ

ଇଂଲଣ୍ଡ ଗସ୍ତ : ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ,୧୩।୯(ପିଟି): ଇଂଲଣ୍ଡରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ପାଇଁ ଷ୍ଟାର ଫରଓ୍ବାର୍ଡ ରାଣୀ ରାମ୍‌ପାଲଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ ହୋଇଯାଇଛି। ଏହି ସିରିଜ୍‌ ଚଳିତ ମାସ ୨୭ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗୋଲକିପର ସବିତା ଉପ-ଅଧିନାୟକ ଭାର ସମ୍ଭାଳିବେ। ଦଳରେ ୪ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ ଗ୍ରେସ ଏକ୍କା, ଲିଲିମା ମିଞ୍ଜ ଓ ନମିତା ଟପ୍ପୋ। ସବିତା ଓ ରଜନୀ ଇତିମାର୍ପୁ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ଡିଫେଣ୍ଡରଙ୍କ ମଧ୍ୟରେ ଦୀପ ଗ୍ରେସ୍‌ ଏକ୍କା, ଗୁରଜିତ କୌର, ରିନା ଖୋଖାର ଓ ସାଲିମା ଟେଟେ ସ୍ଥାନ ପାଇଛନ୍ତି। ଅଭିଜ୍ଞ ନମିତା ଟପ୍ପୋ ଦଳକୁ ଫେରିଛନ୍ତି। ୨୦୧୮ ଏସିଆନ୍‌ ଗେମ୍ସଠାରୁ ଆହତ ସମସ୍ୟା ଯୋଗୁ ସେ ଦଳରୁ ବାଦ୍‌ ପଡ଼ିଥିଲେ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି। ମିଡ୍‌ଫିଲ୍ଡ ବିଭାଗରେ ସୁଶୀଲା ଚାନୁ ପୁଖରାମବାମ, ନିକ୍କି ପ୍ରଧାନ, ମୋନିକା, ନେହା ଗୋୟଲ ଓ ଲିଲିମା ମିଞ୍ଜଙ୍କ ଭଳି ଅଭିଜ୍ଞ ଖେଳାଳି ରହିଛନ୍ତି। ଫରଓ୍ବାର୍ଡ ଲାଇନରେ ଅଧିନାୟକ ରାନୀ, ବନ୍ଦନା କାଟାରିୟା, ନବନୀତ କୌର, ଲାଲରେସିଆମି, ନବଜୋତ କୌର ଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟରେ ଅନ୍ତର୍ଜାତୀୟ ପ୍ରଦାର୍ପଣ କରିଥିବା ଯୁବା ଶର୍ମିଲା ଦେବୀଙ୍କୁ ସ୍ଥାନ ଦିଆଯାଇଛି। ଗତ ଟୁର୍ନାମେଣ୍ଟ ଭଳି ଚଳିତ ଥର ମଧ୍ୟ ମିଶ୍ରିତ ଖେଳାଳି ଆମ ଦଳରେ ରହିଛନ୍ତି। ଅଲିମ୍ପିକ୍ସ ୨୦୨୦ର ଯୋଗ୍ୟତା ଲକ୍ଷ୍ୟରେ ଥିବା ଦଳ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସିରିଜ୍‌। ଏସିଆନ୍‌ ଗେମ୍ସ ପରେ ନମିତା ପ୍ରଥମ ଥର ପାଇଁ ଦଳକୁ ଫେରିଛନ୍ତି। ଇଂଲଣ୍ଡ ଗସ୍ତ ପୂର୍ବରୁ ଆମ ନିକଟରେ ଟ୍ରେନିଂ ପାଇଁ ୧୦ ଦିନ ରହିଛି। ମୁଁ ନିଶ୍ଚିତ ଆଗାମୀ ମ୍ୟାଚ୍‌ଗୁଡ଼ିକ ଏଫ୍‌ଆଇଏଚ୍‌ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଲାଗି ଭଲ ପ୍ରସ୍ତୁତି ସାବ୍ୟସ୍ତ ହେବ ବୋଲି କୋଚ୍‌ ଜୋର୍ଡ ମାରିଜନେ କହିଛନ୍ତି।
ଭାରତୀୟ ମହିଳା ହକି ଦଳ:
ଗୋଲକିପର: ସବିତା (ଉପ-ଅଧିନାୟକ) ଓ ରଜନୀ ଇତିମାର୍ପୁ।
ଡିଫେଣ୍ଡର: ଦୀପ୍‌ ଗ୍ରେସ୍‌ ଏକ୍କା, ଗୁରଜିତ କୌର, ରିନା ଖୋଖାର ଓ ସାଲିମା ଟେଟେ।
ମିଡ୍‌ଫିଲ୍ଡର: ସୁଶିଲା ଚାନ୍ନୁ ପୋଖରାମବାମ, ନିକ୍କି ପ୍ରଧାନ, ମୋନିକା, ନେହା ଗୋୟଲ, ଲିଲିମା ମିଞ୍ଜ ଓ ନମିତା ଟପ୍ପୋ।
ଫରଓ୍ବାର୍ଡ: ରାଣୀ (ଅଧିନାୟକ), ବନ୍ଦନା କାଟାରିଆ, ନବନୀତ କୌର, ଲାଲରେସିଆମି, ନବଜୋତ କୌର ଓ ଶର୍ମିଲା ଦେବୀ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା

କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ  ନିରୀକ୍ଷକ (ଆର୍‌.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର…

ଟ୍ରମ୍ପଙ୍କ ଧମକ ପରେ ଇରାନର ପ୍ରତିଆକ୍ରମଣ, କହିଲା ‘ଯଦି ଆମେରିକା ବିଶ୍ୱାସଘାତକତା କରେ, ତେବେ ପରିଣାମ ଭୋଗିବ’

ତେହରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ସହିତ ଯୁଦ୍ଧବିରତି ଶେଷ ଘୋଷଣା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ଏକ…

ଆରମ୍ଭ ହୋଇଛି କି ‘ଅପରେଶନ ଟାଇଗର-୩’? ଉଦ୍ଧବ ଗୋଷ୍ଠୀର ୧୦ ବିଧାୟକ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି

ମୁମ୍ବାଇ,୧୧।୦୭: ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଘଟଣାକ୍ରମକୁ ନେଇ କଳ୍ପନାଜଳ୍ପନା ପୁଣି ଥରେ ତୀବ୍ର ହୋଇଛି। ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଗୋଷ୍ଠୀ ‘ଅପରେଶନ ଟାଇଗର-୩’ ପାଇଁ…

ଯନ୍ତ୍ରଣା ବଖାଣିଲେ ଦୀପିକା: ବାଥରୁମ୍‌ ପର୍ଯ୍ୟନ୍ତ ଯିବାକୁ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜିକାଲି ଗର୍ଭବତୀ ଅଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଦୀପିକା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିୟମିତ ଭାବରେ…

ଆସୁଛି ପୁଣି ଲଘୁଚାପ: ପ୍ରବଳ ବର୍ଷିବ, ଆଲର୍ଟ ଜାରି

ଭୁବନେଶ୍ୱର,୧୧।୬: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆଗାମୀ ୭ ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗାଙ୍ଗେଟିକ…

ସୁପ୍ରିମକୋର୍ଟରେ କାଗଜପତ୍ର ଫିଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବନି କୌଣସି କାର୍ଯ୍ୟାନୁଷ୍ଠାନ: CJI ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୧।୭: ସୁପ୍ରିମକୋର୍ଟ ଖଣ୍ଡପୀଠ ସମ୍ମୁଖରେ କାଗଜ ଫିଙ୍ଗିଥିବା ଏବଂ ଅପମାନଜନକ ଭାଷା ବ୍ୟବହାର କରିଥିବା ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମୁଖ୍ୟ ବିଚାରପତି…

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri