ଇ-କମର୍ସ ନୀତିରେ ହୋଇପାରେ ପରିବର୍ତ୍ତନ: ପ୍ରଡକ୍ଟ ମେଡ୍‌ ଇନ୍‌ ଇଣ୍ଡିଆ କି ନୁହେଁ ଜାଣିହେବ

ନୂଆଦିଲ୍ଲୀ,୧୯।୬: ଭାରତ-ଚାଇନା ସୀମା ବିବାଦ ପରେ କେନ୍ଦ୍ର ସରକାର ଚାଇନା ବିରୋଧରେ କଠୋର ନୀତି ଗ୍ରହଣ କରୁଥିବା ଜଣାପଡ଼ିଛି। ଚାଇନାରୁ ଭାରତ ଆସୁଥିବା ସାମଗ୍ରୀଗୁଡିକ ଉପରେ ଉଚ୍ଚ ପରିମାଣର ଟିକସ ଲାଗୁ କରିବା ଯୋଜନା ହେଉଛି। ଚାଇନା ସାମଗ୍ରୀ ଉପରେ ସୀମା ଟିକସ ବୃଦ୍ଧି କରାଯିବାକୁ ଥିବା ବେଳେ ଇ-କମର୍ସ କମ୍ପାନୀଗୁଡ଼ିକ ଲାଗି ନିୟମରେ ପରିବର୍ତ୍ତନ ହେବା ସମ୍ଭାବନା ରହିଥିବା ଜଣାପଡିଛି। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏନେଇ ରୋଡ୍‌ମ୍ୟାପ ପ୍ରସ୍ତୁତ କରୁଛି। ନୂଆ ନୀତି ମୁତାବକ ଇ-କସର୍ମ କମ୍ପାନୀଗୁଡିକୁ ପ୍ରଡକ୍ଟ କେଉଁଠାରେ ତିଆରି ହୋଇଛି ତା’ର ସବିଶେଷ ବିବରଣୀ ଦେବାକୁ ପଡିବ। ପ୍ରଡକ୍ଟ ମେଡ୍‌ ଇନ୍‌ ଇଣ୍ଡିଆ କି ନୁହେଁ ସେ ସମ୍ପର୍କରେ କମ୍ପାନୀ ତଥ୍ୟ ପ୍ରଦାନ କରିବେ।
ସରକାର ଇ-କମର୍ସ ଲାଗି ଯଦି ଏଭଳି ନୀତି ଆଣନ୍ତି ଏହା ଆତ୍ମନିର୍ଭର ଭାରତ ଯୋଜନା ଲାଗି ସହାୟକ ହେବ। ଚାଇନା ସାମଗ୍ରୀ ଭାରତ ଆସିବା କମ୍‌ କରିବା ସହ ସ୍ଥାନୀୟ ସାମଗ୍ରୀ କିଣିବାର ବିକଳ୍ପ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ଗତ ଆର୍ଥତ୍କ ବର୍ଷର ୧୧ ମାସରେ ଚାଇନାର ଭାରତ ସହ ବାଣିଜ୍ୟ ସରପ୍ଲସ୍‌ ବା ବଳକା ୪୭ ବିଲିୟନ ଡଲାର ରହିଛି। ଅର୍ଥାତ୍‌ ଚାଇନା ଭାରତକୁ ଅଧିକ ପରିମାଣର ସାମଗ୍ରୀ ବିକ୍ରି କରିଛି। ଭାରତ ୧୭ ବିଲିୟନ ଡଲାରର ରିଟେଲ ସାମଗ୍ରୀ ଚାଇନାରୁ ମଗାଉଛି। ଚାଇନାରୁ ଆସୁଥିବା ପ୍ରଡକ୍ଟ ମଧ୍ୟରେ ଖେଳନା, ଘରେଇ ଆସବାବପତ୍ର, ମୋବାଇଲ ଫୋନ, ଇଲେକ୍‌ଟ୍ରିକ ଏବଂ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଏବଂ ପ୍ରସାଧନ ସାମଗ୍ରୀର ଅଂଶ ଅଧିକ ରହିଛି। ଏହାର ବିକଳ୍ପ ଭାବେ ଭାରତୀୟ ପ୍ରଡକ୍ଟର ବ୍ୟବହାର କରାଯାଇ ପାରିବ।
ଭାରତର ମୋଟ ଆମଦାନୀ କ୍ଷେତ୍ରରେ ଚାଇନାର ଅଂଶ ୧୪% ରହିଛି। ଏପ୍ରିଲ ୨୦୧୯ ଠାରୁ ୨୦୨୦ ଫେବୃୟାରୀ ମଧ୍ୟରେ ଭାରତ ଚାଇନାଠାରୁ ୪.୭ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ମଗାଇଛି। ଏହି ସମୟରେ ଚାଇନା ଭାରତରୁ ୧.୧ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ନେଇଛି। ଚାଇନା ଭାରତକୁ ଘଣ୍ଟା, ମ୍ୟୁଜିକାଲ ଉପକରଣ, ଖେଳନା, ଖେଳ ସରଞ୍ଜାମ, ଫର୍ନିଚର, ମ୍ୟାଟ୍ରେସ, ପ୍ଲାଷ୍ଟିକ, ଇଲେକ୍‌ଟ୍ରୋନିକ୍ସ, ଇଲେକ୍ଟ୍ରିକାଲ୍ସ, ମେଶିନାରି, କେମିକାଲ, ଆଇରନ, ଷ୍ଟିଲ, ସାର, ମେଟାଲ ଭଳି ବିଭିନ୍ନ ବର୍ଗରେ ସାମଗ୍ରୀ ମଗାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri