ଇ-ଆକଳନ ବ୍ୟବସ୍ଥା:୪ ଲକ୍ଷ ଟିକସଦାତାଙ୍କୁ ଜାରି ହେବ ନୋଟିସ

ନୂଆଦିଲ୍ଲୀ,୨୭।୯:କେନ୍ଦ୍ର ସରକାର ଫେସ୍‌ଲେସ୍‌ ଟିକସ ରିଟର୍ନ ଯାଞ୍ଚ ବ୍ୟବସ୍ଥାର ଇ-ଆକଳନ ଘୋଷଣା କରିଛନ୍ତି। ଏହି ନୂଆ ବ୍ୟବସ୍ଥାରେ ଆୟକର ବିଭାଗ ପକ୍ଷରୁ ଏଭଳି ୪ ଲକ୍ଷ ଟିକସଦାତାଙ୍କୁ କରାଯାଇଛି ଯେଉଁମାନଙ୍କୁ ନୋଟିସ ଜାରି କରାଯିବ।
ମାମଲା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ଯେ, ଆୟକର ବିଭାଗ ଇତିମଧ୍ୟରେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟିକସଦାତାଙ୍କୁ ନୋଟିସ ପଠାଇ ସେମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିଟର୍ନ ଉପରେ ୧୫ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଛି। ତେବେ ପ୍ରାୟ ୧୦ ହଜାର ନୋଟିସ ଟିକସଦାତାଙ୍କ ନିକଟକୁ ପହଞ୍ଚତ୍ପାରିନାହିଁ ଓ କେତେକ ଫେରି ଆସିଛି। ଚଳିତ ମାସ ୩୦ ଯାଏ ଯାଞ୍ଚ ସହ ସମ୍ପର୍କିତ ସମସ୍ତ ପ୍ରକାର ନୋଟିସ ପଠାଯିବ ବୋଲି ସେ କହିଛନ୍ତି। ଆୟକର ବିଭାଗ ଚଳିତ ଆର୍ଥିକ ବର୍ଷ ଲାଗି କମ୍ପ୍ୟୁଟର ଆଧାରିତ ଯାଞ୍ଚ ଚୟନ(ସିଏଏସ୍‌ଏସ୍‌) ଚକ୍ରକୁ ଚୂଡ଼ାନ୍ତ କରିସାରିଛି ଏବଂ ନୂଆ ବ୍ୟବସ୍ଥାରେ ଯାଞ୍ଚ ଲାଗି ପ୍ରାୟ ୧୦୦ ମାନଦଣ୍ଡ ଧାର୍ଯ୍ୟ ହୋଇଛି। ଅଧିକାରୀଙ୍କ କହିବାନୁଯାୟୀ, ଅଘୋଷିତ ବିଦେଶୀ ଆୟ ଓ ଅସ୍ଥାବର ସମ୍ପତ୍ତି, ଉଚ୍ଚ ମୂଲ୍ୟର କାରବାର, ଦୀର୍ଘକାଳୀନ ପୁଞ୍ଜି ଲାଭକୁ ଠିକ୍‌ ଭାବେ ନ ଦର୍ଶାଇବା, ଟିଡିଏସ୍‌ ଦାବି ଟିକସ ଫର୍ମ ସହ ମେଳ ନ ଖାଇବା, ଆମତ୍ୀୟଙ୍କ ନାମରେ କରାଯାଇଥିବା ନିବେଶକୁ ଲୁଚାଇବା, ଭୁଲ୍‌ ଭାବେ ରିଟର୍ନ ପୂରଣ କରିବା, ପୂର୍ବ ଆର୍ଥିକ ବର୍ଷରେ ଟିକସ ଫାଙ୍କିକୁ ଉକ୍ତ ୧୦୦ ମାନଦଣ୍ଡ ମଧ୍ୟରେ ସାମିଲ କରାଯାଇଛି। ଏହା ଆଧାରରେ ଟିକସଦାତାଙ୍କୁ ନୋଟିସ ପଠାଯାଇଛି। ଯୋଜନା ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଇ-ଆକଳନ ସମ୍ପୂର୍ଣ୍ଣ ଭାବେ ମାନବ ହସ୍ତକ୍ଷେପ ରହିତ ହେବ ନାହିଁ। କାରଣ ନିଜ ନିଜ କ୍ଷେତ୍ରର ଅଧିକାରୀ ଟିକସଦାତାଙ୍କ ପ୍ରୋଫାଇଲକୁ ବୁଝିବା ପରେ ନୋଟିସ ଜାରି କରିବା ପୂର୍ବରୁ ଏହାକୁ ସର୍ଭରରେ ଦେଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?