ଆୟୁର୍ବେଦର ସୁବର୍ଣ୍ଣ ଯୁଗ ଆସୁଛି

ବ୍ରହ୍ମପୁର ନିକଟ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟର ଶିଶୁରୋଗ ବିଶେଷଜ୍ଞ ତଥା ଅଧ୍ୟାପକ ଡା. ବିମଳ କୁମାର ପଣ୍ଡାଙ୍କ ଇଚ୍ଛାଶକ୍ତି ତାଙ୍କ ପାଇଁ ଆଣିଦେଇଛି ସଫଳତା। ରୋଗ ପ୍ରତିରୋଧକ ଶକ୍ତି, ମେଧାଶକ୍ତି ଓ ସ୍ମରଣ ଶକ୍ତି ବୃଦ୍ଧି ନିମନ୍ତେ ସ୍ବତନ୍ତ୍ର କ୍ୟାମ୍ପ ଜରିଆରେ ଶିଶୁମାନଙ୍କୁ ମାଗଣାରେ ସ୍ବର୍ଣ୍ଣପ୍ରାସନ ଔଷଧ ମଧ୍ୟ ପ୍ରଦାନ କରୁଛନ୍ତି ସେ। ବାଲେଶ୍ୱର ଗଗନଧୂଳି ଗ୍ରାମରେ ଜନ୍ମିତ ତଥା ଚିକିତ୍ସା କ୍ଷେତ୍ରରେ କିଛି ନୂତନତ୍ୱ ଆଣିବାରେ ସଦାବ୍ୟସ୍ତ ଡା.ପଣ୍ଡାଙ୍କ ସହ ଧରିତ୍ରୀର ଅନ୍ତରଙ୍ଗ ଆଳାପ।

ଆୟୁର୍ବେଦ ଚିକିତ୍ସାରେ କ୍ୟାରିୟର କରିବାକୁ କାହିଁକି ମନ ବଳାଇଲେ ?
ଆୟୁର୍ବେଦ ଚିକିତ୍ସାରେ ଅଧ୍ୟୟନ ଓ କ୍ୟାରିୟର କରିବାକୁ କେବେ ବି ଚିନ୍ତା କରି ନ ଥିଲି। ଭଦ୍ରକ କଲେଜରେ ପଢୁଥିବା ବେଳେ କଲେଜ ପକ୍ଷରୁ କେରଳର କୋଚିରେ ଚାଲିଥିବା ଅଲ୍‌ଇଣ୍ଡିଆ ଏନ୍‌ସିସି କ୍ୟାମ୍ପ୍‌କୁ ଭାଗନେବାକୁ ଯାଇଥାଏ। ସେତେବେଳେ ବଡ଼ଭାଇ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ନାମଲେଖାଇବାକୁ ଫର୍ମ ଦାଖଲ କରିଦେଇଥିଲେ ଓ ସେହି କଲେଜରେ ମୋତେ ସିଟ୍‌ ମଧ୍ୟ ମିଳିଗଲା। କ୍ୟାମ୍ପରୁ ଫେରିବା ପରେ ଆୟୁର୍ବେଦର ବିଏମ୍‌ଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇଥିଲି। ପ୍ରଥମ ବର୍ଷରେ ହିଁ କ୍ଳାସ୍‌ରେ ସର୍ବୋଚ୍ଚ ନମ୍ବର ରଖିଥିଲି। ପରବର୍ତ୍ତୀି ସମୟରେ ଆୟୁର୍ବେଦ ଉପରେ ବ୍ରତୀ ହେବା ସହ ଗବେଷଣା କରିବାକୁ ମନସ୍ଥ କଲି।

ଆୟୁର୍ବେଦ ଚିକିତ୍ସାରେ କ୍ୟାରିୟର ପାଇଁ କାହାଠାରୁ ପ୍ରେରଣା ପାଇଛନ୍ତି ?
ନିଜର ପରିବାରଠାରୁ ଆୟୁର୍ବେଦ ଚିକିତ୍ସତ୍କ ହେବା ପାଇଁ ପ୍ରେରଣା ପାଇଛି। ମାଆ ତୁଳସୀମଣି ଓ ବାପା ପର୍ଶୁରାମ ପଣ୍ଡା ଆୟୁର୍ବେଦ ଚିକିସତ୍କ ହେବାକୁ ପ୍ରତି ମୁହୂର୍ତ୍ତରେ ମୋତେ ପ୍ରେରଣା ଯୋଗାଇଆସିଛନ୍ତି।

ଶିଶୁରୋଗ ଉପରେ ଗବେଷଣା ଓ ଚିକିତ୍ସକ ହେବାକୁ କାହିଁକି ଇଚ୍ଛା କଲେ ?
ସେହିସମୟରେ କଲେଜର ଟପ୍ପର ଛାତ୍ରୀଛାତ୍ରମାନେ ଶିଶୁରୋଗ ବିଭାଗରେ ହିଁ ଗବେଷଣା ଓ ଚିକିସତ୍କ ହେବାକୁ ଇଚ୍ଛା ପ୍ରକାଶ କରୁଥିଲେ। ଯେହେତୁ କ୍ଲାସ୍‌ରେ ସର୍ବଦା ଟପ୍ପର ହେଉଥିଲି, ସେଥିପାଇଁ ଶିଶୁରୋଗ ଗବେଷକ ଓ ଚିକିତ୍ସକ ହେବାକୁ ନିଷ୍ପତ୍ତି ନେଇଥିଲି।

ଜଣେ ସଫଳ ଆୟୁର୍ବେଦ ଶିଶୁରୋଗ ବିଶେଷଜ୍ଞ ଓ ଚିକିତ୍ସକ ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ତେବେ ସଫଳତା ଓ ଅନୁଭୂତି ତଥା ଅଭିଜ୍ଞତା ସମ୍ପର୍କରେ କ’ଣ କହିବେ ?
ଜଣେ ସଫଳ ଚିକିତ୍ସକ ହେବାକୁ ହେଲେ ନିଜସ୍ବ ଜ୍ଞାନ ସହ ଇଚ୍ଛାଶକ୍ତି ଓ ସାଧନାର ଆବଶ୍ୟକତା ରହିଛି। ଆୟୁର୍ବେଦରେ ଅଧ୍ୟୟନ ଆରମ୍ଭରୁ ସର୍ବଦା ସାଧନା, ଗବେଷଣାରେ ରତି ରହିଛି। ଶିଶୁରୋଗ ଉପରେ ନୂତନ ଆୟୁର୍ବେଦ ଚିକିତ୍ସା ଓ ଔଷଧ ଆବିଷ୍କାରକୁ ନେଇ ଗବେଷଣା କରିଆସିଛି। କିଛି ନୂଆ ଶିଖିବା, ନୂଆ କରିବାର ଚେଷ୍ଟା ଓ ସାଧନା ଫଳରେ ବର୍ତ୍ତମାନ ଶିଶୁରୋଗ ମଧ୍ୟରେ ଜନ୍ମରୁ ୧୬ ବର୍ଷର ଶିଶୁଙ୍କ ମଧ୍ୟରେ ଦେଖାଦେଉଥିବା ସିକିଲ ସେଲ୍‌ ଏନିମିଆ, କୁପୋଷଣ, ଅପସ୍ମାର ଭଳି ରୋଗର ସ୍ବତନ୍ତ୍ର ଚିକିସତ୍ା ପ୍ରଦାନ କରିବାରେ ସଫଳ ହୋଇପାରୁଛି। ଏଥିସହ ଆୟୁର୍ବେଦ ଚିକିତ୍ସା ଦ୍ୱାରା ଶିଶୁରୋଗ ବ୍ୟତୀତ ବାତ, ଚର୍ମରୋଗର ମଧ୍ୟ ସଫଳ ଚିକିତ୍ସା ପ୍ରଦାନ କରିପାରୁଛି।

ଆୟୁର୍ବେଦ ମାଧ୍ୟମରେ ଶିଶୁରୋଗର ସମ୍ପୂର୍ଣ୍ଣ ଉପଶମ ସମ୍ଭବ କି ?
ନିଶ୍ଚୟ ସମ୍ଭବ। ଶିଶୁର ରୋଗ ଆରମ୍ଭରୁ ଆୟୁର୍ବେଦର ନିୟମିତ ଚିକିତ୍ସା ପ୍ରଦାନ କଲେ ସିକିଲ ସେଲ୍‌ ଏନିମିଆ, କୁପୋଷଣ, ଅପସ୍ମାର ଭଳି ଶିଶୁ ରୋଗର ଉପଶମ ସମ୍ଭବ ହୋଇପାରୁଛି। ଯଦି ଗବେଷଣା ଦ୍ୱାରା ଆୟୁର୍ବେଦର ବିଭିନ୍ନ ଚିକିତ୍ସା ପଦ୍ଧତିକୁ ଲୋକଲୋଚନକୁ ଅଣାଯାଇ ପାରିବ ତେବେ ଏହା ଦ୍ୱାରା ଅନେକ ରୋଗର ସମାଧାନ ସମ୍ଭବ ହୋଇପାରିବ।

ଆଗାମୀ ଦିନର ଲକ୍ଷ୍ୟ କ’ଣ?
ସରକାରୀ ଚାକିରିରୁ ଅବସର ପରେ ଆୟୁର୍ବେଦର ନିଜସ୍ବ ଗବେଷଣା ପ୍ରତିଷ୍ଠାନ କରିବାକୁ ଲକ୍ଷ୍ୟ ରଖିଛି। ଏହି ପ୍ରତିଷ୍ଠାନ ଦ୍ୱାରା ନୂତନ ଆର୍ୟୁବେଦ ଚିକିତ୍ସକ, ଗବେଷକ ସୃଷ୍ଟି କରାଯାଇପାରିବ। ଏହା ଆୟୁର୍ବେଦର ପ୍ରଚାର, ପ୍ରସାର ଓ ବିକାଶରେ ମଧ୍ୟ ଯଥେଷ୍ଟ ସହାୟକ ହେବ।

ଆୟୁର୍ବେଦ ଚିକତ୍ସାର ବିକାଶ ଓ କ୍ୟାରିୟର ଗଠନ କରିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କ ପାଇଁ କ’ଣ କହିବେ ?
ବର୍ତ୍ତମାନ ଆୟୁର୍ବେଦର ସୁବର୍ଣ୍ଣ ଯୁଗ ଆସୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆୟୁର୍ବେଦ ଓ ଯୋଗର ଅନ୍ତର୍ଜାତୀୟସ୍ତରରେ ଆଦର ବଢିଛି। ଗବେଷଣା କ୍ଷେତ୍ରରେ ବିକାଶ ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଯୋଜନା ହେଉଛି। ଏଥିପାଇଁ ବର୍ତ୍ତମାନ ଅଧ୍ୟୟନରତ ତଥା ଆୟୁର୍ବେଦ ଚିକିତ୍ସକ ଭାବେ କ୍ୟାରିୟର ଗଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରମାନେ ଏହାର ମୂଳତତ୍ତ୍ୱକୁ ଜାଣିବା ଆବଶ୍ୟକ। ଆଧୁନିକ ଜ୍ଞାନକୌଶଳ ସହ ଆୟୁର୍ବେଦ ଚିକିତ୍ସା ଉପରେ ଗବେଷଣା କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?