ନୂଆଦିଲ୍ଲୀ,୩୧-୮: ଆୟକର ରିଟର୍ନ ଦାଖଲର ଶେଷ ତାରିଖ ବଢ଼ିନାହିଁ ବୋଲି ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି) ଶୁକ୍ରବାର ସ୍ପଷ୍ଟ କରିଛି। ତେବେ ସୋସିଆଲ ମିଡିଆରେ ରିଟର୍ନ ଦାଖଲ ଶେଷ ତାରିଖ ଏକ ମାସ ବୃଦ୍ଧି କରାଯାଇଛି ବୋଲି ଉଲ୍ଲେଖ କରାଯାଇଛି। ସିବିଡିଟିର ଏକ ପତ୍ର ଉଲ୍ଲେଖ କରି ସୋସିଆଲ ମିଡିଆରେ ମିଥ୍ୟା ମେସେଜ ଭାଇରାଲ ହୋଇଛି, ଯାହା କୁ ସିବିଡିଟି ଖଣ୍ଡନ କରିଛି। ଏହା ସମ୍ପୂର୍ଣ୍ଣ ମିଛ ବୋଲି ସିବିଡିଟି ଉଲ୍ଲେଖ କରି କହିଛି ଯେ, ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଆୟକର ରିଟର୍ନ ଦାଖଲ କରିହେବ। ସମୟସୀମାରେ କୌଣସି ବୃଦ୍ଧି ହୋଇନାହି। ବିଭିନ୍ନ ଅସୁବିଧା କାରଣରୁ ଆୟକର ରିଟର୍ନ ଦାଖଲ ଶେଷ ତାରିଖକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରାଯାଇଛି ବୋଲି ସୋସିଆଲ ମିଡିଆରେ ମେସେଜ ଭାଇରାଲ ହୋଇଛି।
ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…
ଏଣିକି ବିନା ଇଣ୍ଟରନେଟ୍ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…
ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…
Archives

