Posted inଜାତୀୟ

ଆସନ୍ତା କାଲି ପର୍ଯ୍ୟନ୍ତ ଗୃହ ମୁଲତବି

ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ହଟ୍ଟଗୋଳ ହେବାରୁ ଗୃହକୁ ଆସନ୍ତା କାଲି ଦିନ ୨ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଭାଜପା, ଏନ୍‌ସିପି ସହ ମିଶି ସରକାର ଗଢିବାକୁ ନେଇ ଏବେ ସାରା ଦେଶରେ ରାଜନୀତି ହୋଇଛି ସରଗରମ। ପ୍ରଥମେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ସରକାର ନ ଗଢିବାକୁ ମନା କରିଥିବା ଭାଜପା ପୁଣି କେମିତି ସରକାର ଗଢିଲା ତାକୁ ନେଇ ଅନ୍ୟ ଦଳ ପ୍ରଶ୍ନ କରିଛନ୍ତି। ତେବେ ଭାଜପାର ପ୍ରତ୍ୟାଖ୍ୟାନ ପରେ ଶିବସେନା ମେଣ୍ଟ କରି ସରକାର ଗଢିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍‌ ରାତାରାତି ବାଜି ଓଲାଟାଇ ଦେଲା ଭାଜପା। ଏବେ ଏହି ମାମଲା ସୁପ୍ରିମକୋର୍ଟ ପହଞ୍ଚିଥିବା ବେଳେ ଏହାର ଶୁଣାଣିକୁ ମଙ୍ଗଳବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ତେବେ ଏହାକୁ ନେଇ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ବିରୋଧୀ ହଟ୍ଟଗୋଳ କରିବାକୁ ତାଙ୍କୁ ଯେମିତି ସୁଯୋଗ ମିଳିଯାଇଛି। ଏମିତିକି ପ୍ରଥମଥର ଲାଗି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୃହରେ କିଛି ପ୍ରଶ୍ନ ନ କରି ବରଂ ଗଣତନ୍ତ୍ରକୁ ମହାରାଷ୍ଟ୍ରରେ ହତ୍ୟା କରାଯାଇଛି ବୋଲି କହି ଚୁପ୍‌ ରହିଛନ୍ତି। ତେଣୁ ସବୁକୁ ଦୃଷ୍ଟିରେ ରଖି ଗୃହକୁ ମୁଲତବି ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳା ଅନ୍ଧାର କରି ମାଡ଼ିଆସିଲା କାଳବୈଶାଖୀ: ଉଡାଇନେଲା ଛପର, ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି….

କଲ୍ୟାଣସିଂହପୁର, ୧୯।୫(ଦୀପକ କୁମାର ପରିଡା): ରାୟଗଡା ଜିଲାର କଲ୍ୟାଣସିଂହପୁର ବ୍ଲକ୍ ସଦରରେ ଶୁକ୍ରବାର ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଜୋରଦାର ପବନ ଓ ବର୍ଷାର ପ୍ରଭାବରେ…

ନିଶା ସେବନ କରି ଗାଡ଼ି ଚଲାଉଥିଲେ ଫରେଷ୍ଟର, ପୋଲିସ ଅଟକ ରଖି…

ବଲାଙ୍ଗୀର,୩୦ା୫(ସୁନିଲ କୁମାର ମହାନ୍ତି): ନିଶାସେବନ କରି ଗାଡ଼ି ଚଲାଇବା ଜଣେ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ବଙ୍ଗୋମୁଣ୍ଡା ଫରେଷ୍ଟର ଦିବସ ମାଝୀ ନିଶାସେବନ କରି ଗାଡ଼ି ଚଲାଉଥିବା…

ଘରେ ଏକାକୀ ଥିଲେ ମହିଳା, ଛୁରି ଦେଖାଇ ବଳାତ୍କାର କଲେ ଯୁବକ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୩୦ା୫(ଦ୍ୱିତୀକୃଷ୍ଣ ପଣ୍ଡା): ଘରେ ଏକାକୀ ଥିବା ଜଣେ ବିବାହିତା ମହିଳାଙ୍କୁ ଛୁରି ଦେଖାଇ ହତ୍ୟା ଧମକ ଦେଇ ବଳାତ୍କାର କରିଥିବା ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ କାର ଚାଳକ ଗୁରୁତର

ନନ୍ଦପୁର/ପାଡୁଆ,୩୦ା୫ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର-ହାଣ୍ଡିପୁଟ ସଂଯୋଗୀ ଏମ୍‌ଡିଆର ୫୫ ରାସ୍ତାର ଭେଜା ରେଳ ଷ୍ଟେଶନ ନିକଟ ରାସ୍ତାରେ ଏକ ବିଦ୍ୟୁତ୍‌ ଖୁଣ୍ଟକୁ…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ଦୃଢ଼ ପଦକ୍ଷେପ: ସମୁଦ୍ର ପଥ ଦେଇ ମହାକାଳପଡ଼ା ବ୍ଲକ୍‌କୁ…

ମହାକାଳପଡ଼ା,୩୦ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): ପଶ୍ଚିମବଙ୍ଗର ନୂତନ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଫଳରେ ଦୀର୍ଘ…

ବିରଳ ଅସ୍ତ୍ରୋପଚାର: ୭ ମାସ ଶିଶୁ ଗିଳିଥିଲା କ୍ଲଚର, ତଣ୍ଟିରୁ ବାହାରକଲେ…

କୋରାପୁଟ,୩୦ା୫(ଅମିତାଭ ବେହେରା):କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଜଣେ ୭ ମାସର ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇ ତାଙ୍କ ତଣ୍ଟିରୁ ଏକ ମୁଣ୍ଡ କ୍ଲିପ୍‌…

ବରଗଡ଼ରେ ଆରମ୍ଭ ହେଲା SIR କାର୍ଯ୍ୟକ୍ରମ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ…

ବରଗଡ଼,୩୦ା୫(ପ୍ରେମାନନ୍ଦ ଖମାରୀ): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଓଡ଼ିଶାର ସମସ୍ତ ଯୋଗ୍ୟ ଭୋଟରଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri