Posted inଖେଳ

ଆଶେସ ତୃତୀୟ ଟେଷ୍ଟ: ସ୍ମିଥ୍‌ଙ୍କ ଅନୁପସ୍ଥିତିରୁ ଫାଇଦା ଉଠାଇବ ଇଂଲଣ୍ଡ

ଲିଡ୍ସ,୨୨।୮(ଏଏଫ୍‌ପି)- ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସର ତୃତୀୟ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୨୫୧ ରନରେ ବିଜୟୀ ହୋଇଥିଲା। ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ଅମୀମାଂସିତ ରହିବାରୁ ଅଷ୍ଟ୍ରେଲିଆ ଏହି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଫଳରେ ଲିଡ୍ସର ହେଡିଂଲି ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଅଷ୍ଟ୍ରେଲିଆ ଅପେକ୍ଷା ଇଂଲଣ୍ଡ ପାଇଁ ଅଧିକ ଗୁରୁତ୍ୱ ବହନ କରୁଛି। ଲଡର୍‌ସରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌ ଆହତ ହୋଇଥିଲେ। ଘଣ୍ଟା ପ୍ରତି ୯୨ ମାଇଲ ବେଗରେ ଆସି ବଲ୍‌ ତାଙ୍କ ବେକରେ ବାଜିଥିଲା। ଫଳରେ ସେ ତୃତୀୟ ଟେଷ୍ଟରୁ ବାଦ୍‌ ପଡିଛନ୍ତି। ସ୍ମିଥ୍‌ଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସ୍ମିଥ୍‌ ପ୍ରଥମ ଟେଷ୍ଟରେ ଉଭୟ ଇନିଂସରେ ୧୪୪ ଓ ୧୪୨ ରନର ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ମଧ୍ୟ ଦ୍ୱିତୀୟ ଟେଷ୍ଟରେ ୯୨ ରନର ଲଢ଼ୁଆ ପାଳି ଖେଳିଥିଲେ।
ଅଷ୍ଟ୍ରେଲିଆ ଦଳରେ ପ୍ୟାଟ୍‌ କୁମିନ୍ସ, ଜୋଶ ହାଜେଲଉଡ୍‌ ଓ ମିଚେଲ ଷ୍ଟାର୍କଙ୍କ ଭଳି ତାରକା ଦ୍ରୁତ ବୋଲର ରହିଛନ୍ତି। ଇଂଲଣ୍ଡ ମାଟିରେ ଅଷ୍ଟ୍ରେଲିଆ ୧୮ ବର୍ଷ ପରେ ଆଶେସ ବିଜୟୀ ହେବ ବୋଲି କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ଇଂଲଣ୍ଡକୁ ହରାଇବାକୁ ଆମେ ରଣନୀତି ପ୍ରସ୍ତୁତ କରିଛୁ। ମ୍ୟାଚ୍‌ ଜିତିବା ପାଇଁ ଆମେ ଏଠାରେ ଆସି ପହଞ୍ଚିଛୁ ବୋଲି ସେ କହିଛନ୍ତି।
ଆହତ ହୋଇଥିବା ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ବିନା ଇଂଲଣ୍ଡ ପଡିଆକୁ ଓହ୍ଲାଇବ। ସ୍ମିଥ୍‌ ଓ ଇଂଲଣ୍ଡ ଓପନର ରୋରି ବନର୍‌ସଙ୍କୁ ବାଦ୍‌ ଦେଲେ ଦୁଇ ଦଳର ଟପ୍‌ ଅର୍ଡର କ୍ୱାଲିଟି ଫାଷ୍ଟ ବୋଲିଂକୁ ସାମ୍ନା କରିବାରେ ସମସ୍ୟାର ସମ୍ମୁଖୀନ ହେବା ଦେଖାଯାଇଛି। ବିଶ୍ୱକପ୍‌ ହିରୋ ଇଂଲଣ୍ଡ ଓପନର ଜାସନ ରୟ ଏହି ସିରିଜ୍‌ରେ ୪ଟି ଇନିଂସରେ ମାତ୍ର ୧୦ ରନ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ଇଂଲଣ୍ଡ ବ୍ୟାଟିଂ କ୍ରମରେ ଅଦଳବଦଳ କରାଯିବ ବୋଲି କୋଚ୍‌ ଟ୍ରେଭର ବେଲିସ୍‌ କହିଛନ୍ତି। ସ୍ମିଥ୍‌ଙ୍କ ଅନୁପସ୍ଥିତିରୁ ଇଂଲଣ୍ଡ ଫାଇଦା ଉଠାଇବାକୁ ପ୍ରୟାସ କରିବ। ସ୍ମିଥ୍‌ ପ୍ରଥମ ମ୍ୟାଚରେ ଦୁଇଟି ଶତକ ହାସଲ କରି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ସେହିପରି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଇଂଲଣ୍ଡର ଯୋଜନାକୁ ପଣ୍ଡ କରିଥିଲେ। ଜୋଫ୍ରା ଆର୍ଚର ପୁଣି ଇଂଲଣ୍ଡ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ। ସେହିପରି ଲଡର୍‌ସରେ ଅପରାଜିତ ଶତକ ହାସଲ କରିଥିବା ବେନ୍‌ ଷ୍ଟୋକ୍ସ ମଧ୍ୟ ଏହି ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିବା ଆଶା କରାଯାଉଛି। ବିଶ୍ୱକପ୍‌ ବିଜୟୀ ଇଂଲଣ୍ଡ ଦଳ ଏହି ମ୍ୟାଚ୍‌ ଜିତି ସିରିଜକୁ ୧-୧ ସମାନ ସ୍ତରକୁ ଆଣିବାକୁ ଚେଷ୍ଟ କରିବ। ସେହିପରି ବିଜୟୀ ହେବା ସହ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ହେବାକୁ ପ୍ରୟାସ କରିବ। ଫଳରେ ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri