ଆର୍‌ବିଆଇରେ ବିରଲଙ୍କ ପରେ ରହିଲେନି ବିରୋଧର ସ୍ବର

ନୂଆଦିଲ୍ଲୀ,୨୫-୬: ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ପଦରୁ ଡ.ବିରଲ ଆଚାର୍ଯ୍ୟଙ୍କ ଇସ୍ତଫା ପରେ କେନ୍ଦ୍ର ସରକାରଙ୍କ ଅଯଥା ହସ୍ତକ୍ଷେପକୁ ବିରୋଧ କରୁଥିବା କୌଣସି ଉଚ୍ଚ ଅଧିକାରୀ ଆଉ କେନ୍ଦ୍ରୀୟ ବ୍ୟାଙ୍କରେ ରହିଲେନି। ବିମୁଦ୍ରୀକରଣ ଓ ଆର୍‌ବିଆଇରେ ଗଚ୍ଛିତ ଥିବା ବଳକା ଟଙ୍କାକୁ ନେଇ କେନ୍ଦ୍ର ସରକାରଙ୍କ ସହ ରିଜର୍ଭ ବ୍ୟାଙ୍କର ମତାନ୍ତର ପରେ ଗଭର୍ନର ପଦରୁ ଡ.ଉର୍ଜିତ ପଟେଲ ଇସ୍ତଫା ଦେଇଥିଲେ। ତାଙ୍କର ଇସ୍ତଫା ପୂର୍ବରୁ ରିଜର୍ଭ ବ୍ୟାଙ୍କରେ ଯେ ସବୁକିଛି ଠିକ୍‌ ଚାଲୁନି ଏହା ଜଣାଇ ଦେଇଥିଲେ ବିରଲ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କେନ୍ଦ୍ର ସରକାରଙ୍କ ଉପରେ ଖୋଲାଖୋଲି ବର୍ଷିଥିଲେ ଏବଂ କେନ୍ଦ୍ରୀୟ ବ୍ୟାଙ୍କର ସ୍ବାୟତ୍ତତା ବଜାୟ ରହିବା ଆବଶ୍ୟକ ବୋଲି ନିଜର ମତ ରଖିଥିଲେ।
ଗତ ୩ ବର୍ଷ ଭିତରେ କେନ୍ଦ୍ରୀୟ ବ୍ୟାଙ୍କରୁ ୩ ଜଣ ସର୍ବୋଚ୍ଚ ଅଧିକାରୀ ନିଜର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଥମେ ରଘୁରାମ ରାଜନ ଇସ୍ତଫା ଦେଇଥିଲେ। ଏହାପରେ ପଟେଲ ଓ ଏବେ ବିରଲ ନିଜ ପଦରୁ ଇସ୍ତଫା ଦେଲେ। ଡ.ଆଚାର୍ଯ୍ୟଙ୍କ ଇସ୍ତଫା ଚକିତ କଲା ଭଳି ନ ଥିଲା। କାରଣ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ସହ ସରକାର ଓ ନବନିଯୁକ୍ତ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ସହ ତାଙ୍କର ମତଭେଦ ଥିଲା। କାରଣ ଫାଇନାନ୍ସିଆଲ ସିଷ୍ଟମ ଉପରେ ଆଚାର୍ଯ୍ୟଙ୍କ ଦୃଷ୍ଟିକୋଣ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ତାଙ୍କର ମୁଦ୍ରାନୀତିରେ ୩ ଥର ରେପୋ ରେଟ ହ୍ରାସ କରିଛନ୍ତି। ଏଥିମଧ୍ୟରୁ ୨ ଥର ଡ.ଆଚାର୍ଯ୍ୟ ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏହାକୁ ବିରୋଧ କରିଥିଲେ। ଆର୍ଥିକ ବିକାଶ ଏବଂ ମୁଦ୍ରାସ୍ଫୀତିକୁ ନେଇ ତାଙ୍କର ମତ ଭିନ୍ନ ଥିଲା। ଚଳିତ ମାସରେ ଅନୁଷ୍ଠିତ ମୁଦ୍ର ନୀତି ସମୀକ୍ଷା ବୈଠକରେ ମଧ୍ୟ ଗଭର୍ନର ଦାସ ଓ ବିରଲଙ୍କ ମଧ୍ୟରେ ବିତ୍ତୀୟ ନିଅଣ୍ଟକୁ ନେଇ ମତଭେଦ ଥିଲା।
ଆଚାର୍ଯ୍ୟଙ୍କ ଶୂନ୍ୟସ୍ଥାନ ପୂରଣ
ତେବେ ପ୍ରଶ୍ନ ଉଠୁଛି, ଡ.ବିରଲ ଆଚାର୍ଯ୍ୟଙ୍କ ଇସ୍ତଫା ପରେ ତାଙ୍କର ଶୂନ୍ୟସ୍ଥାନ କିଏ ପୂରଣ କରିବ? କେନ୍ଦ୍ର ସରକାରଙ୍କୁ ଏ ଦିଗରେ ତ୍ୱରିତ୍‌ ପଦକ୍ଷେପ ନେବାକୁ ହେବ। କାରଣ ସେ ଯେଉଁ ବିଭାଗଗୁଡ଼ିକ ଦାୟିତ୍ୱରେ ରହିଥିଲେ, ତାହାକୁ ବେଶି ଦିନ ଅଣଦେଖା କରାଯାଇପାରିବ ନାହିଁ। ତେବେ ତାଙ୍କ ପଦବୀ ପୂରଣ ପାଇଁ କେତେକ ସମ୍ଭାବ୍ୟ କେତେକ ନାମ ବିଚାରଯୋଗ୍ୟ ହୋଇପାରେ। ସେମାନଙ୍କ ମଧ୍ୟରେ ରହିଛନ୍ତି, ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ଆର୍ଥିକ ଉପଦେଷ୍ଟା ସଞ୍ଜୀବ ସାନ୍ୟାଲ, ଆର୍‌ବିଆଇ ମୁଦ୍ରା ନୀତି ସମୀକ୍ଷା କମିଟିର ସଦସ୍ୟ ଡ.ମାଇକେଲ ପାତ୍ର। ମୁଦ୍ରାନୀତି ସମୀକ୍ଷା କମିଟି ବୈଠକରେ ବିରୋଧର ସ୍ବର ଉଠାଇ ମୁଦ୍ରାନୀତି ସ୍ଥିର କରିବାରେ ଡ.ଆଚାର୍ଯ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଡ.ପାତ୍ରଙ୍କ ମତାମତ ସର୍ବଦା ସରକାରଙ୍କ ସପକ୍ଷରେ ଯାଇଥାଏ ବୋଲି ସର୍ବଜନବିଦିତ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri