ଆର୍‌ଡି ବିଭାଗରେ ଡିଏମ୍‌ଏଫ୍‌ ଚଳୁ

ଯାଜପୁର ଅଫିସ,୧୩।୯: ଯାଜପୁର ଜିଲାରେ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ)ର ଉପଯୁକ୍ତ ବିନିଯୋଗ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି କାଳିଆପାଣି ଖଣି ଅଞ୍ଚଳର ରାସ୍ତାଘାଟ ଓ ବିଭିନ୍ନ ସରକାରୀ ଗୃହ ନିର୍ମାଣ ଦାୟିତ୍ୱରେ ଥିବା ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ(ଆର୍‌ଡି) ଏହି ପାଣ୍ଠିକୁ ଠିକ୍‌ ଭାବେ ବିନିଯୋଗ କରୁ ନ ଥିବା ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ଅଧିକ ଲାଭଖୋର ମନୋବୃତ୍ତି ଯୋଗୁ ପାଣ୍ଠିର ଦୁରୂପଯୋଗ ହେବା ସହିତ ନିମ୍ନମାନର କାର୍ଯ୍ୟ ପ୍ରକଳ୍ପର ଦୀର୍ଘସ୍ଥାୟୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପାଣ୍ଠିରୁ ଗତ ୩ ବର୍ଷ ମଧ୍ୟରେ ୨୨ଟି ବିଭିନ୍ନ ପ୍ରକଳ୍ପ ପାଇଁ ଯାଜପୁର ଡିଭିଜନକୁ ୨୭କୋଟି ୯୮ଲକ୍ଷ ୧୮ହଜାର ୪୦୦ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ହେଲେ ସେଥିରୁ ୩କୋଟି ୬୬ଲକ୍ଷ ୭୩ହଜାର ୯୨୪ଟଙ୍କାର ବିନିଯୋଗ ପତ୍ର(ୟୁସି) ଦାଖଲ କରିବାରେ ବିଭାଗ ବିଫଳ ହୋଇଛି। ଏହାବାଦ ଦୁଇଟି ପ୍ରକଳ୍ପ ପାଇଁ ଅନୁଦାନ ଆବଣ୍ଟିତ ହୋଇ ନ ଥିଲେ ହେଁ ୧କୋଟି ୨୧ଲକ୍ଷ ଟଙ୍କାର ୟୁସି ଦାଖଲ ହୋଇଛି।
ନେଇ ଖଣି ଖାଦାନ ଭରା ଅଞ୍ଚଳର ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ବିଦ୍ରୋହକୁ ପ୍ରଶମିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏକ ରଣକୌଶଳ ପ୍ରସ୍ତୁତ କରିଛନ୍ତି।
ଖଣି ଓ ଖଣିଜ ପଦାର୍ଥ ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ ମିନେରାଲସ୍‌ ଡେଭଲପ୍‌ମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ ୧୯୫୭ କୁ ୨୦୧୫ ମସିହାରେ ସଂଶୋଧନ କରାଯାଇଛି। ଏହି ଆଇନର ସବ୍‌ସେକ୍ସନ ୧ ଧାରା ୯(ବି)ରେ ଜିଲାସ୍ତରରେ ଡିଏମ୍‌ଏଫ ଗଠିତ ହୋଇଛି।
ହେଲେ ଏହି ଆଇନ ଯାଜପୁର ଜିଲାର ଗ୍ରାମ୍ୟ ନିର୍ମାଣ ବିଭାଗ ପାଇଁ କିଛି ମହତ୍ୱ ରଖିନାହିଁ। ପୁଷ୍ଟିହୀନତା ଯୋଗୁ ଶିଶୁ ମୃତ୍ୟୁ ଘଟଣାରେ ବହୁ ଚର୍ଚ୍ଚିତ ନଗଡ଼ା ଗ୍ରାମକୁ ପ୍ରଥମେ ରାସ୍ତା ନିର୍ମାଣ ପାଇଁ ପ୍ରାଧାନ୍ୟ ଦିଆଯାଇଥିଲା। ଗମନାଗମନ ବିନା ବିକାଶ ଅସମ୍ଭବ ବୋଲି ସେତେବେଳେ ମତପ୍ରକାଶ ପାଇଥିଲା। ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଶୋକଝରଠାରୁ ତଳ ନଗଡ଼ା ପର୍ଯ୍ୟନ୍ତ ରାସ୍ତାନିର୍ମାଣ ପାଇଁ ୧୨କୋଟି ୮୧ ଲକ୍ଷ ୬୦ ହଜାର ଟଙ୍କା ଡିଏମ୍‌ଏଫ ପାଣ୍ଠିରୁ ମଞ୍ଜୁର ହୋଇଥିଲା। ହେଲେ ସେଥିରୁ ମାତ୍ର ୧୦ କୋଟି ୯୬ ଲକ୍ଷ ୮୫ ହଜାର ୧୯୩ ଟଙ୍କାର ୟୁସି ଦାଖଲ ହୋଇ ପାରିଛି। ସବୁଠାରୁ ମୁଖ୍ୟକଥା ହେଲା ଯେ,ଉକ୍ତ ରାସ୍ତା ନିର୍ମାଣର ୨ବର୍ଷ ନ ପୁରୁଣୁ ମେଟାଲ ଉଠି ଗଲାଣି। ଯାହା ଫଳରେ ଜୁଆଙ୍ଗ ଆଦିବାସୀଙ୍କ ପାଇଁ ଯିବାଆସିବା କଷ୍ଟକର ହୋଇପଡିଛି।।
ରାସ୍ତା କଡ଼ରେ ଖୋଳା ଯାଇଥିବା ଡ୍ରେନ ମଧ୍ୟ ପୋତି ହେବାକୁ ବସିଛି। ଆଗାମୀ ଦିନରେ ରାସ୍ତା ସମ୍ପୂର୍ଣ୍ଣ ଭାବେ ନିର୍ମାଣ କରା ନ ଗଲେ ସମ୍ପୂର୍ଣ୍ଣ ଧୋଇ ହୋଇଯିବାର ସମ୍ଭାବନା ମଧ୍ୟ ରହିଛି। ରାସ୍ତା ଉପରେ ମେଟାଲ ପଡ଼ିଥିବା ସହ ବିପଦପୂର୍ଣ୍ଣ ରାସ୍ତା ଯୋଗୁ କୌଣସି ମାଲିକ ଗାଡ଼ି ଚଳାଚଳ କରିବାକୁ ସାହାସ ଜୁଟାଇ ପାରୁ ନାହାନ୍ତି। ତେଣୁ କୋଟିକୋଟି ଟଙ୍କାର ଏହି ରାସ୍ତା ନିର୍ମାଣ ଉପରେ ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି। ସେହିପରି ଏହି ପାଣ୍ଠିରୁ ସୁକିନ୍ଦା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି)ର ୱାର୍ଡ ବିଲଡିଂ, ଡୁବୁରୀରେ ନିଉ ପିଏଚ୍‌ସିର କୋଠା, ଗୋବର୍ଦ୍ଧନପୁର ନିଉ ପିଏଚ୍‌ସି କୋଠାଘର, ମଙ୍ଗଳପୁର-ଆମ୍ପୋଲୋବା ରାସ୍ତା, ଦେଓଗାଁ, ଚିଙ୍ଗୁଡିପାଳରେ ସବସେଣ୍ଟର ନିର୍ମାଣ, ଟିସ୍କୋ ଗେଟରୁ ଦେଓଗାଁ ରାସ୍ତା ନିର୍ମାଣ, କୁସୁମଡିଆ ଗ୍ରାମରେ ମାଙ୍କେଡିଆ ଆଦିବାସୀଙ୍କ ପାଇଁ କଲୋନୀ ନିର୍ମାଣ, ଦାମୋଦରପୁର ମଠ ଛକରୁ ନାଟିସାହି ଆରଡି ରାସ୍ତା, ପିଡବ୍ଲ୍ୟୁଡିରୁ ପାଟନା ରାସ୍ତା, କାଦୁଅବନ୍ଦିରୁ ପିମ୍ପୁଡିଆ ଚଟକିପଶି ଆରଡି ରାସ୍ତା, ପାଟନାରୁ ଚିଙ୍ଗୁଡିପାଳ ରାସ୍ତା, ମୂଳଖମ୍ବ ଗ୍ରାମର କଂକ୍ରିଟକରଣ ପ୍ରଭୃତି ରାସ୍ତା ନିର୍ମାଣ ହୋଇଛି। ସେଥିମଧ୍ୟରୁ ମାଙ୍କଡିଆ ବସ୍ତି ପାଇଁ କଲୋନୀ ନିର୍ମାଣ ବାବଦକୁ ହୋଇଥିବା ଅନୁଦାନ ୧ କୋଟି ୫୯ ଲକ୍ଷ ୬୦୦ ଟଙ୍କାରୁ ଗୋଟିଏ ବି ଟଙ୍କାର ୟୁସି ଦାଖଲ ହୋଇନାହିଁ। ଅନ୍ୟପକ୍ଷେ ଅନୁଦାନ ଆବଣ୍ଟିତ ହୋଇ ନ ଥିଲେ ହେଁ ଆର ଆଣ୍ଡ ବି ରାସ୍ତାରୁ ବରତଣ୍ଡା ନିର୍ମାଣରେ ୯୧ଲକ୍ଷ ୪୮ହଜାର ୬୦ଟଙ୍କା ଏବଂ ଆର୍‌ ଆଣ୍ଡ ବି ରାସ୍ତାରୁ ବରବାଙ୍କି ରାସ୍ତା ନିର୍ମାଣରେ ୨୯ଲକ୍ଷ ୮୨ ହଜାର ୬୯୩ଟଙ୍କା ଖର୍ଚ୍ଚ ହୋଇ ୟୁସି ଦାଖଲ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏ ସଂକ୍ରାନ୍ତରେ ଗ୍ରାମ୍ୟ ନିର୍ମାଣ ବିଭାଗ ଯାଜପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି ଡିଏମ୍‌ଏଫ୍‌ ପାଣ୍ଠିର ଦୁରୂପଯୋଗ ହେବା ଅଭିଯୋଗରେ କୌଣସି ସତ୍ୟତା ନାହିଁ। ବ୍ୟୟ ଅଟକଳ ଅନୁସାରେ କାର୍ଯ୍ୟ ସମ୍ପାଦିତ ହେଉଛି ା ତେବେ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?