ନୂଆଦିଲ୍ଲୀ,୧-୫: ନିଜର ବକେୟା ଫେରସ୍ତ ପାଇଁ ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍କମ୍) ବିରୋଧରେ ଦୀର୍ଘ ଦିନ ଧରି ମାମଲା ଚଳାଇ ଆସିଥିବା ଏରିକସନକୁ ମଙ୍ଗଳବାର ଜୋରଦାର ଝଟ୍କା ଲାଗିଛି। ନ୍ୟାଶନାଲ କମ୍ପାନୀ ଲ’ ଆପେଲାଟ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଏଟି) ଆର୍କମ୍ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବା ନେଇ ଜାରି ହୋଇଥିବା ରହିତାଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ଆର୍କମ୍ଠାରୁ ନେଇ ୫୭୬ କୋଟି ଟଙ୍କା ଏରିକସନକୁ ଫେରାଇବାକୁ ହେବ। ସୁପ୍ରିମକୋର୍ଟ ରାୟ ପରେ ଜେଲ୍ ଯିବାରୁ ରକ୍ଷା ପାଇବା ଲାଗି ଆର୍କମ୍ ମାଲିକ ଅନିଲ ଅମ୍ବାନୀ ଏରିକସନକୁ ଉକ୍ତ ଅର୍ଥ ଦେଇଥିଲେ। ଏଥିରେ ମୂଳ ଅର୍ଥ ୫୫୦ କୋଟି ଟଙ୍କା ଏବଂ ସୁଧ ବାବଦରେ ୨୬ କୋଟି ଟଙ୍କା ଥିଲା। ବିଚାରପତି ଏସ୍.ଜେ. ମୁଖୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ସଦସ୍ୟବିଶିଷ୍ଟ ଖଣ୍ଡପୀଠ ମଙ୍ଗଳବାର କହିଥିଲେ ଯେ, ସୁପ୍ରିମକୋର୍ଟ ଦ୍ୱାରା ଜାରି ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଖଣ୍ଡପୀଠ ଆବେଦନକାରୀ(ଆର୍କମ୍)ଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଉଛନ୍ତି। ଦେବାଳିଆ ପ୍ରକ୍ରିୟା(ଇନ୍ସଲଭେନ୍ସି ପ୍ରୋସିଡିଂ) ଉପରେ ଜାରି ହୋଇଥିବା ଅନ୍ତରୀଣ ରହିତାଦେଶକୁ ପ୍ରତ୍ୟାହାର କରି ନିଆଯାଉଛି। ଫଳରେ ଆର୍କମ୍ ବିରୋଧରେ ଏବେ ମୁମ୍ବାଇସ୍ଥିତ ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧିକରଣ(ଏନ୍ସିଏଲ୍ଟି) ଖଣ୍ଡପୀଠରେ ଶୁଣାଣି ହେବ। ସୂଚନାଥାଉ କି, ଏନ୍ସିଏଲ୍ଟିର ମୁମ୍ବାଇ ଖଣ୍ଡପୀଠ ଗତବର୍ଷ ମେ ୧୫ରେ ଆର୍କମ୍ ଏବଂ ଏହାର ଦୁଇ ସହାୟକ କମ୍ପାନୀ ରିଲାଏନ୍ସ ଇନ୍ଫ୍ରାଟେଲ ଏବଂ ରିଲାଏନ୍ସ ଟେଲିକମ୍ ବିରୋଧରେ ଏରିକସନର ଦେବାଳିଆ ଆବେଦନକୁ ଶୁଣିବା ଲାଗି ଗ୍ରହଣ କରିଥିଲେ। ନ୍ୟାୟାଧିକରଣ କମ୍ପାନୀ ପରିଚାଳନା ଲାଗି ଅନ୍ତରୀଣ ପେଶାଦାର ସମାଧାନକାରୀଙ୍କୁ ନିଯୁକ୍ତ କରିଥିଲେ। ତେବେ ଆର୍କମ୍ ଏହା ବିରୋଧରେ ଏନ୍ସିଏଲ୍ଏଟିଙ୍କ ଦ୍ୱାରସ୍ଥ ହେବା ପରେ ଏହା ଉପରେ ରହିତାଦେଶ ଜାରି କରାଯାଇଥିଲା। ଏଥିପୂର୍ବରୁ ଏନ୍ସିଏଲ୍ଏଟି କହିଥିଲେ ଯେ, ଆର୍କମ୍ ବିରୋଧରେ ଦେବାଳିଆ ପ୍ରକ୍ରିୟା ନେଇ ଜାରି ହୋଇଥିବା ରହିତାଦେଶ ପ୍ରତ୍ୟାହାର କରାଯିବା ମାତ୍ରେ ଏରିକସନ ପାଇଥିବା ବକେୟା ଅର୍ଥ ଫେରାଇବାକୁ ବାଧ୍ୟ ରହିବ। ତେବେ ମଙ୍ଗଳବାର ଶୁଣାଣି ବେଳେ ଏ ପ୍ରସଙ୍ଗ ଉଠି ନ ଥିଲା।
ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍ ଜମା କରିପାରିବେ? ଜାଣନ୍ତୁ ନିୟମ
ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…
ସରିଗଲା ଡେଡ୍ଲାଇନ୍; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…
ନୂଆଦିଲ୍ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…
Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ
ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…
RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ
ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…
ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…
ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…
UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ
ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…
ଦୀପାବଳି ପାଇଁ ଏବେଠୁ ବୁକ୍ ହୋଇଗଲା ସବୁ ଟ୍ରେନ ଟିକେଟ୍! କିଛି ସମୟରେ…
ନୂଆଦିଲ୍ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…
କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA
ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…
Archives

