Posted inଜାତୀୟ

ଆର୍‌ଏସ୍‌ଏସ୍‌ ନେତାଙ୍କୁ ଭେଟିଲେ ୟେଦୁରପ୍ପା: ଉପର ନିର୍ଦ୍ଦେଶକୁ ଅପେକ୍ଷା

ବେଙ୍ଗାଲୁରୁ,୨୫ା୭(ପି.ଟି.): ମୁଖ୍ୟମନ୍ତ୍ରୀ ହେବା ପାଇଁ ପାଗ ଭିଡ଼ିଥିବା ଭାଜପାର କର୍ନାଟକ ସଭାପତି ବି.ଏସ୍‌. ୟେଦୁରପ୍ପା ଉପର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ଦଳର କେନ୍ଦ୍ରୀୟ ନେତାଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ବିକଳ୍ପ ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ ସେ ଦାବି ଜଣାଇବେ ବୋଲି ୟେଦୁରପ୍ପା ସୂଚନା ଦେଇଛନ୍ତି।
ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ ୧୪ ମାସିଆ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ମଙ୍ଗଳବାର ଆସ୍ଥାଭୋଟରେ ପରାଜିତ ହେବା ପରେ ୩ ସପ୍ତାହ ଧରି ଚାଲିଥିବା କ୍ଷମତାଯୁଦ୍ଧ ନାଟକର ଯବନିକା ପଡ଼ିଛି। ଏହାସହ ୟେଦୁରପ୍ପାଙ୍କ ନେତୃତ୍ୱରେ ଭାଜପା ସରକାର ଗଢ଼ିବା ପାଇଁ ପଥ ପରିଷ୍କାର ହୋଇଛି। ଏହି ପରିପ୍ରେକ୍ଷୀରେ ୟେଦୁରପ୍ପା ବେଙ୍ଗାଲୁରୁସ୍ଥିତ ଆର୍‌ଏସ୍‌ଏସ୍‌ ରାଜ୍ୟ ମୁଖ୍ୟାଳୟ ‘କେଶବ କୃପା’ରେ ସଂଘ ନେତାଙ୍କୁ ଭେଟିଛନ୍ତି। ସେ କହିଛନ୍ତି, ନୂଆଦିଲ୍ଲୀରୁ କେବେ ନିର୍ଦ୍ଦେଶ ଆସୁଛି ତାକୁ ଅପେକ୍ଷା କରିଛନ୍ତି। ନିର୍ଦ୍ଦେଶ ମିଳିବା ପରେ ବିଧାୟକ ଦଳ ବୈଠକ ଡାକି ରାଜଭବନକୁ ଯିବେ। ଆର୍‌ଏସ୍‌ଏସ୍‌ର ବିନା ଆଶୀର୍ବାଦ ଓ ସହଯୋଗରେ କିଛି ସମ୍ଭବ ନୁହେଁ। ତେଣୁ ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ସେ ସଂଘ ପରିବାରର ଆଶୀର୍ବାଦ ନେବା ପାଇଁ ସେଠାକୁ ଯାଇଥିବା କହିଛନ୍ତି। ସେହିପରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ନିର୍ଦ୍ଦେଶ ପରେ ହିଁ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଦଳର ବରିଷ୍ଠ ନେତା ଜେ.ସି. ମଧୁସ୍ବାମୀ କହିଛନ୍ତି।
ରାଜ୍ୟରେ ଭାଜପା ସରକାର ଗଠନ କଲେ ଏହା ସପକ୍ଷରେ ନାମମାତ୍ର ସଂଖ୍ୟାଗରିଷ୍ଠତା ରହିବ। କୌଣସି ସମୟରେ ଭାଜପା ବିଧାୟକ ଏପଟ ସେପଟ ହେଲେ ପୁଣି ସଙ୍କଟ ଦେଖାଦେବ। ତେଣୁ ସରକାର ଗଢ଼ି ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯିବ ନା ରାଷ୍ଟ୍ରପତି ଶାସନ ଜାରି କରାଯିବ ସେନେଇ ଭାଜପାର ଶୀର୍ଷ ନେତାମାନେ ଚିନ୍ତା କରୁଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଶାସନ ଜାରି ହେଲେ ୬ ମାସ ମଧ୍ୟରେ ନିର୍ବାଚନ ହେବ। ଏଥିରେ ଭାଜପା ବୃହତ୍‌ ଜନାଦେଶ ପାଇ କ୍ଷମତାକୁ ଫେରିବ ବୋଲି ଆଶା କରୁଛି। ତେଣୁ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବାକୁ ଦଳ ଚାହୁଁନାହିଁ। ଅନ୍ୟପକ୍ଷରେ ଆସ୍ଥାଭୋଟରେ ପରାଜୟ ପରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ବିଦାୟୀ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ବିଧାୟକ ଦଳ ବୈଠକ ପରେ କହିଛନ୍ତି, ଏବେ ଉଭୟ କଂଗ୍ରେସ ଓ ଆମେ ମୁକ୍ତ। କଂଗ୍ରେସ ନେତାମାନେ ତାଙ୍କ ସହ କିଛି ଆଲୋଚନା କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ଭିତରେ ଝିଅଙ୍କୁ ଛୁରିଭୁସି ହତ୍ୟାକଲେ ବାପା: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଲକ୍ଷ୍ନୌ,୧୫ା୬:ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ ବଦୌସା ଥାନା ଭିତରେ ଶୁକ୍ରବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପା ଛୁରିଭୁସି ହତ୍ୟା କରିଛନ୍ତି। ବାନ୍ଦା ଏସ୍‌ପି ପଳାଶ…

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

୫୫ ମିନିଟ୍‌ ଧରି ଫୋନ୍‌ରେ କଥା ହେଲେ ଟ୍ରମ୍ପ-ପୁଟିନ୍‌: ବନ୍ଦ ହୋଇଯିବ କି…

ଓ୍ବାଶିଂଟନ୍‌,୧୫।୬:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ ଆଲୋଚନା ହୋଇଥିଲା। ପ୍ରାୟ ୫୫ ମିନିଟ ଧରି ଚାଲିଥିବା…

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri