Posted inଜାତୀୟ

ଆର୍ବିଟ୍ରେଶନ୍‌ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୧୧ା୭(ପି.ଟି.): ଆନୁଷ୍ଠାନିକ ଘରୋଇ ତଥା ଅନ୍ତର୍ଜାତୀୟ ମଧ୍ୟସ୍ଥତା ପାଇଁ ଏକ ସ୍ବାଧୀନ ତଥା ସ୍ବୟଂଚାଳିତ ସଂସ୍ଥା ଗଠନ ଲାଗି ଅଣାଯାଇଥିବା ବିଲ୍‌ ଲୋକ ସଭାରେ ବୁଧବାର ଗୃହୀତ ହୋଇଯାଇଛି। ନୂଆଦିଲ୍ଲୀ ଅନ୍ତର୍ଜାତୀୟ ଆର୍ବିଟ୍ରେଶନ୍‌ ସେଣ୍ଟର (ଏନ୍‌ଡିଆଇଏସି) ବିଲ୍‌, ୨୦୧୯ ଆଇନରେ ପରିଣତ ହେଲେ ଗତ ମାର୍ଚ୍ଚରେ ଜାରି ହୋଇଥିବା ଅଧ୍ୟାଦେଶ ସ୍ଥାନରେ କାର୍ଯ୍ୟକାରୀ ହେବ। ବିଲ୍‌ ସମ୍ପର୍କିତ ବିତର୍କରେ ଭାଗନେଇ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ, ବର୍ତ୍ତମାନର ଆର୍ବିଟ୍ରେଶନ ସଂସ୍ଥା ୨୫ ବର୍ଷ ମଧ୍ୟରେ ୫୫ରୁ ୪୫ଟି ମାମଲାର ସମାଧାନ କରିଛି। ୧୦ଟି ମାମଲା ବିଚାରାଧୀନ ରହିଛି। ବିଲ୍‌କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ ଦେବା ସହ ଆଇନରେ ସଂଶୋଧନ ଆଣିବା ଲାଗି ଦାବି କରିଥିଲା। ଯଦି ଭାରତୀୟ ଆଇନ ଏବଂ ଆର୍ବିଟ୍ରେଶନ୍‌ ପ୍ରକ୍ରିୟାରେ ସଂଶୋଧନ ନ ହୁଏ ତେବେ ଦୀର୍ଘଦିନର ବିବାଦ ସେହିଭଳି ଗଡ଼ିଚାଲିଥିବ ବୋଲି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଥିଲେ। ଉକ୍ତ ଆଇନରେ କଠୋର ସଂଶୋଧନ ଫଳରେ ଆର୍ବିଟ୍ରେଶନ୍‌ ସହଜ ହୋଇପାରିବ। ଲୋକ ସଭା ଭଙ୍ଗ ସହ ଏଥିରେ ପାସ୍‌ ବିଲ୍‌ଗୁଡିକ ରଦ୍ଦ ହୋଇଯାଉଛି। ଏଭଳି ବ୍ୟବସ୍ଥା ବନ୍ଦ ହେବା ଆବଶ୍ୟକ। କାରଣ ଏହା ଦ୍ୱାରା ଜନସାଧାରଣଙ୍କ ଅର୍ଥର ଅପଚୟ ହେଉଛି ବୋଲି ପିନାକୀ କହିଥିଲେ। ଷୋଡ଼ଶ ଲୋକ ସଭାରେ ଆର୍ବିଟ୍ରେଶନ୍‌ ବିଲ୍‌ ସମେତ ୨୮ଟି ବିଲ୍‌ ପାସ୍‌ ହୋଇଥିଲେ ହେଁ ତାହା ରାଜ୍ୟ ସଭାରେ ଗୃହୀତ ହୋଇ ନ ପାରି ରଦ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri