ଆରୋଗ୍ୟ ସେତୁ: ଇଚ୍ଛାଧୀନରୁ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମିତଙ୍କଠାରୁ ଲୋକଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଗତ ଏପ୍ରିଲ୍‌ ୨ତାରିଖରେ କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପ୍‌ ଆରମ୍ଭ କରିଥିଲେ। ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍‌ଫରମେଶନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟର(ଏନ୍‌ଆଇସି) ଏହାକୁ ବିକଶିତ କରିଛି। ଏହାକୁ ଅଧିକରୁ ଅଧିକ ଲୋକ ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଏପରି କି ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିବାର ସପ୍ତାହ ମଧ୍ୟରେ ୭.୫କୋଟି ଲୋକ ଏହି ଆପ୍‌କୁ ଇନ୍‌ଷ୍ଟଲ କରିବା ସହିତ ନିଜର ବ୍ୟକ୍ତିଗତ ତଥ୍ୟ ଏଥିରେ ପ୍ରଦାନ କରିଥିଲେ। ଏହି ଆପ୍‌ ଇନ୍‌ଷ୍ଟଲ କରିବା ପ୍ରଥମେ ଇଚ୍ଛାଧୀନ ଥିଲା। ହେଲେ ଗତ ୧ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶନାମା ଜାରି କରି କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ସମସ୍ତ ଲୋକ ଏହି ଆପ୍‌କୁ ଇନ୍‌ଷ୍ଟଲ କରିବାକୁ ବାଧ୍ୟତାମୂଳକ କରିଥିଲେ। ଏପରି କି ଏହି ଆପ୍‌କୁ ସରକାରୀ ଓ ଘରୋଇ ଉଦ୍ୟୋଗରେ କାମ କରୁଥିବା ସମସ୍ତ କର୍ମଚାରୀ ମଧ୍ୟ ଇନ୍‌ଷ୍ଟଲ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା। କୋଭିଡ଼-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଡ୍‌ ଜୋନ ଅଧୀନରେ ଆସୁଥିବା କିଛି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ବୋଲି ଘୋଷଣା କରାଯାଉଛି। ଏବେ ଦେଶର ୭୩୩ ଜିଲା ମଧ୍ୟରୁ ୪୧୪ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୩୦ ଜିଲାକୁ ରେଡ ଜୋନ୍‌ ଏବଂ ୨୮୪ ଜିଲାକୁ ଅରେଞ୍ଜ ଜୋନ ଭାବେ ଚିହ୍ନଟ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଆରୋଗ୍ୟ ସେତୁର ଇନ୍‌ଷ୍ଟାଲେଶନ ୧୦୦ପ୍ରତିଶତ ହେବା ଆବଶ୍ୟକ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ବାସ କରୁଥିବା ଲୋକଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍‌ ଇନ୍‌ଷ୍ଟଲ କରିବା ବାଧ୍ୟତାମୂଳକ କହି ସରକାର ଗ୍ରୀନ୍‌ ଜୋନରେ ବାସ କରୁଥିବା ଲୋକଙ୍କୁ ମଧ୍ୟ ଏହି ଆପ୍‌ ଇନ୍‌ଷ୍ଟଲ କରିବାକୁ ଏକ ପ୍ରକାର ସଙ୍କେତ ମଧ୍ୟ ଦେଇଛନ୍ତି। କାରଣ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଆରୋଗ୍ୟ ସେତୁ ଆପ୍‌ ଇନ୍‌ଷ୍ଟଲକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଏହା ସମସ୍ତ ଅଞ୍ଚଳ ପାଇଁ ଲାଗୁ ହେବ ବୋଲି କୁହାଯାଇଛି। କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ରହୁଥିବା ସମସ୍ତ ଲୋକ ଏହି ଆପ୍‌କୁ ଇନ୍‌ଷ୍ଟଲ କରିବା ବାଧ୍ୟତାମୂଳକ। ଯେଉଁମାନେ ନ କରିବେ ସେମାନଙ୍କ ବିରୋଧରେ ଆଇପିସିର ଦଫା ୧୮୮(ସରକାରୀ ନିର୍ଦ୍ଦେଶନାମାର ଉଲ୍ଲଂଘନ) ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ୍‌ର ଦଫା ୫୧(ବିପର୍ଯ୍ୟୟ ସମ୍ପର୍କିତ କୌଣସି ନିର୍ଦ୍ଦେଶର ଉଲ୍ଲଂଘନ)ରେ ମାମଲା ରୁଜୁ ହେବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ଆରୋଗ୍ୟ ସେତୁ ଆପ୍‌ କ’ଣ
ଆରୋଗ୍ୟ ସେତୁ ଏକ ମୋବାଇଲ୍‌ ଆପ୍‌। ଏହା ବ୍ୟବହାରକାରୀଙ୍କୁ କରୋନା ସଂକ୍ରମଣ ସମ୍ପର୍କିତ ସୂଚନା ପ୍ରଦାନ କରିଥାଏ। ଯଦି କାୈଣସି କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତି ଏହି ଆପ୍‌ ବ୍ୟବହାରକାରୀଙ୍କ ନିକଟତର ହୁଅନ୍ତି ତେବେ ଏହା ତତ୍‌କ୍ଷଣାତ୍‌ ସୂଚନା ଦେଇଥାଏ। ଏହା ମୋବାଇଲ ଫୋନର ବ୍ଲୁ ଟୁଥ ଏବଂ ଜିପିଏସ୍‌(ଗ୍ଲୋବାଲ୍‌ ପୋଜିଶନିଂ ସିଷ୍ଟମ୍‌)ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ଏହି ଆପ୍‌ର ଗୋପନୀୟତା ନୀତି ଅନୁସାରେ ଏହା ବ୍ୟବହାରୀଙ୍କୁ ସବୁଜ ଏବଂ ହଳଦିଆ ରଙ୍ଗର କୋଡିଂ ମିଳିଥାଏ। ଯେଉଁ ବ୍ୟବହାରକାରୀମାନେ ହଳଦିଆ ବର୍ଗରେ ଆସିବେ ସେମାନଙ୍କ ତଥ୍ୟ ସର୍ଭରରେ ଅପ୍‌ଲୋଡ ହେବ ଏବଂ ସବୁଜ ରଙ୍ଗର ବର୍ଗରେ ଆସୁଥିବା ବ୍ୟବହାରକାରୀଙ୍କୁ କମ୍‌ ବିପଦ ଗ୍ରୁପ୍‌ରେ ରଖାଯିବ। ଆପ୍‌ ପଞ୍ଜୀକରଣ ସମୟରେ ଏହା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଯଥା ନାମ, ଲିଙ୍ଗ, ବୟସ, ଫୋନ ନମ୍ବର, ବର୍ତ୍ତମାନର ଠିକଣା ଏବଂ ଟ୍ରାଭେଲ ହିଷ୍ଟ୍ରି ସଂଗ୍ରହ କରି ସରକାରୀ ସର୍ଭରରେ ଲୋଡ କରିଥାଏ। ଯେତେବେଳେ ଏହି ଆପ୍‌ ବ୍ୟବହାର କରୁଥିବା କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହୁଅନ୍ତି, ତାଙ୍କ ନିକଟ ସଂସ୍ପର୍ଶରେ ଆସିଥିବା ଅନ୍ୟ ସମସ୍ତଙ୍କୁ ସଙ୍ଗେସଙ୍ଗେ ସୂଚନା ମିଳିଯିବ ଏବଂ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri